ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ବର୍ଷାରେ ବୁଡିଗଲା ରଜନୀକାନ୍ତଙ୍କ ବଙ୍ଗଳା, କାମ କଲାନି ସୁପର ହିରୋଙ୍କ ଷ୍ଟାଇଲ୍, ଘରେ ଢେଉ ଖେଳିଲା ପାଣି...

ନୂଆଦିଲ୍ଲୀ: ତାମିଲ ସିନେମାର ଜଣେ ଅନ୍ୟତମ ପ୍ରମୁଖ ଅଭିନେତା ହେଉଛନ୍ତି ରଜନୀକାନ୍ତ । ଚେନ୍ନାଇର ପୋସ୍ ଗାର୍ଡେନରେ ତାଙ୍କର ଏକ ବିଳାସପୂର୍ଣ୍ଣ ବଙ୍ଗଳା ଅଛି । ବାତ୍ୟା ମିଚୁଙ୍ଗ୍ ପାଇଁ ପୋସ୍ ଗାର୍ଡେନ୍ ମଧ୍ୟ ଅଧିକ ପ୍ରଭାବିତ ହୋଇଥିଲା ଏବଂ ଏହାର ପ୍ରଭାବରେ ଅଧିକାଂଶ ଅଞ୍ଚଳ ବର୍ଷା ଜଳରେ ବୁଡ଼ି ଯାଇଥିଲା । ତେବେ ରଜନୀକାନ୍ତଙ୍କର ଜଣେ ବଡ ପ୍ରଶଂସକ ଅଭିନେତାଙ୍କ ଘରର ସ୍ଥିତି ଯାଞ୍ଚ କରିବାକୁ ଯାଇଥିଲେ ଏବଂ ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ସେୟାର କରିଛନ୍ତି । 




ପୋସ୍ ଗାର୍ଡେନ୍‌ ରେ ଥିବା ରଜନୀକାନ୍ତଙ୍କ ଏହି ଘର ପାଣି ଦ୍ୱାରା ଘେରି ରହିଥିଲା, କିନ୍ତୁ ସୁପରଷ୍ଟାରଙ୍କ ଘର ପରିସରରେ ପାଣି ବହୁତ କମ୍ ଥିବାରୁ ଚିନ୍ତା କରିବାର କିଛି ନାହିଁ ବୋଲି ସେ କହିଛନ୍ତି । ସୌଭାଗ୍ୟବଶତଃ ରଜନୀକାନ୍ତ ଏବେ ଚେନ୍ନାଇରେ ନାହାଁନ୍ତି କାରଣ ସେ ତିରୁନେଲଭେଲିରେ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ରର ସୁଟିଂ କରୁଛନ୍ତି ଏବଂ ତାଙ୍କ ପରିବାର ଚେନ୍ନାଇର ଅନ୍ୟ ଘରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । 

ରଜନୀକାନ୍ତ ଏବେ 'ଥାଲାଇଭର୍ 170' ପାଇଁ ନିର୍ଦ୍ଦେଶକ ଟି.ଜେ ଗାନାଭେଲଙ୍କ ସହ କାମ କରୁଛନ୍ତି । ଫିଲ୍ମରେ ଏହି ସୁପରଷ୍ଟାର ଅଭିନେତାଙ୍କୁ ଆକ୍ସନ୍ ଥ୍ରୀଲରରେ ଜଣେ ପୋଲିସ ଭୂମିକାରେ ଦେଖିବାକୁ ମିଳିବ ।  ତେବେ ରଜନୀକାନ୍ତଙ୍କ ସହ ଏହି ଫିଲ୍ମରେ ଅମିତାଭ ବଚ୍ଚନ, ରାଣା ଡାଗୁବତୀ, ଫାହାଦ୍ ଫସିଲ, ମଞ୍ଜୁ ୱାରିଅର୍, ରିତିକା ସିଂ, ଦୁଶାରା ବିଜୟନ୍, ରକସନ, ଏବଂ ଜିଏମ୍ ସୁନ୍ଦର ପ୍ରମୁଖ ଭୂମିକାରେ ନଜର ଆସୁଛନ୍ତି । ଏହି ଚଳଚ୍ଚିତ୍ରଟି ଏକ ବାସ୍ତବ ଜୀବନର ଘଟଣା ଉପରେ ଆଧାରିତ ବୋଲି ଜଣାଯାଇଛି । 


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.