ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

‘ସୁର୍ଖା’ ଦ୍ୱାରା ଆତଙ୍କ ଖେଳାଇବାର ଯୋଜନାରେ ଥିଲେ ମାଓବାଦୀ , ଏକା ସାଥିରେ ୩୧ ହେଲେ ନିପାତ

Published By : Prameya | February 10, 2025 6:51 PM

ରାୟପୁର : ଛତିଶଗଡ଼ର ବିଜାପୁରରେ ସୁରକ୍ଷା କର୍ମୀ ଗୁଳି ବିନିମୟ ବେଳେ ୩୧ ଜଣ ମାଓବାଦୀଙ୍କୁ ମାରିଛନ୍ତି। ଏହାପରେ ମାଓବାଦୀଙ୍କର ଏକ ବଡ଼ ଯୋଜନାର ମଧ୍ୟ ପର୍ଦ୍ଦାଫାସ୍‌ ହୋଇଛି। ମାଓବାଦୀ ନିଜର ଅତ୍ୟାଧୁନିକ ‘ସୁର୍ଖା’ ରକେଟ୍‌ ଲଞ୍ଚର ଓ ବିସ୍ଫୋରକ ଦ୍ୱାରା ସୁରକ୍ଷା କର୍ମୀଙ୍କର ଖୁବ୍‌ କ୍ଷତି କରିବାର ଯୋଜନା ରଚିଥିଲେ, କିନ୍ତୁ ଯବାନମାନେ ସତର୍କତା ଓ ସାହସର ସହ ଏହି ହମଲାକୁ ଅସଫଳ କରି ଦେଇଛନ୍ତି। ମାଓବାଦୀ ପୌର ଓ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଡ଼ ଅଘଟଣ ଘଟାଇବାର ଯୋଜନାରେ ଥିଲେ। 

ସୁରକ୍ଷା କର୍ମୀମାନେ ଗୁଳି ବିନିମୟ ସ୍ଥଳରୁ ବହୁ ମାତ୍ରାରେ ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି, ଯେଉଁଥିରେ ବିପଜ୍ଜନକ ରକେଟ୍‌ ଲଞ୍ଚର ମଧ୍ୟ ରହିଛି। ମାଓବାଦୀମାନେ ନିଜର ସାହିତ୍ୟରେ ଏହାକୁ ‘ସୁର୍ଖା’ ନାମ ଦେଇଛନ୍ତି ଏବଂ ଏହି ଅସ୍ତ୍ରଶସ୍ତ୍ର ଏତେ ଘାତକ ଯେ, ଗୋଟିଏ ହିଁ ବିସ୍ଫୋରଣରେ ଯବାନଙ୍କ ବଡ଼ କ୍ଷତି ଘଟିଥାନ୍ତା, କିନ୍ତୁ ଯବାନମାନେ ସମୟ ପୂର୍ବରୁ ଏହି ବଡ଼ ବିପଦକୁ ଟାଳି ଦେଇ ଥିଲେ ଏବଂ ମାଓବାଦୀଙ୍କ ଅଣ୍ଟା ଭାଙ୍ଗିଦେଇ ଥିଲେ। ଏହି ଗୁଳି ବିନିମୟରେ ତେଲେଙ୍ଗାନା ଓ ଛତିଶଗଡ଼ର ବଡ଼ ମାଓବାଦୀ କ୍ୟାଡରର ମୃତ୍ୟୁ ହୋଇଥିବା ସୂଚନା ବି ସାମ୍ନାକୁ ଆସୁଛି। ମରିଥିବା ମାଓବାଦୀଙ୍କ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ମାଓବାଦୀ ଥିଲେ। ଅଫିସିଆଲି ଭାବେ ଏବେ ଏହା ବିଷୟରେ ସୂଚନା ଦିଆ ଯାଇ ନାହିଁ। 

ଉଲ୍ଲେଖନୀୟ ଯେ, ବିଜାପୁରର ମଦ୍ଦେଡ-ଫରସେଗଡ ବର୍ଡର ଅଞ୍ଚଳରେ ଡିଆରଜି , ଏସଟିଏଫ୍‌ ଓ ବସ୍ତର ଫାଇଟର୍ସର ମିଳିତ ଟିମ୍‌କୁ ମାଓବାଦୀଙ୍କର ଉପସ୍ଥିତିର ସୂଚନା ମିଳିଥିଲା। ସର୍ଚ୍ଚ ଅପରେସନ ବେଳେ ୯ଫେବ୍ରୁଆରୀ ସକାଳ ୮ଟା ସମୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା, ଯାହା ସନ୍ଧ୍ୟା ୩-୪ଟା ଯାଏ ଚାଲୁ ଥିଲା। ଗୁଳି ବିନିମୟ ଶେଷ ହେବା ପରେ ୩୧ ଜଣ ପୋଷାକଧାରୀ ମାଓବାଦୀଙ୍କର ମୃତଦେହ ମିଳି ଥିଲା। ଯେଉଁଥିରେ ୧୧ଜଣ ମହିଳା ମାଓବାଦୀ ମଧ୍ୟ ସାମିଲ ଥିଲେ। ଘଟଣା ସ୍ଥଳରୁ ଏକେ-୪୭, ଏସଏଲଆର୍‌ , ଇନସାସ୍‌, ୩୦୩ ରାଇଫଲ,ରକେଟ୍‌ ଲଞ୍ଚର ,ବିଜିଏଲ ଲଞ୍ଚର ଓ ବହୁ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଏହି ସବୁ ଅସ୍ତ୍ରଶସ୍ତ୍ରକୁ ଦେଖି ଅନୁମାନ କରାଯାଉଛି କି, ମାଓବାଦୀ ମାନେ ବଡ଼ ଧରଣର କାଣ୍ଡ କରିବାର ଯୋଜନାରେ ଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.