ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଟଏଲେଟ୍‌ ପେପରରେ ବୋମା ଧମକ, ଫ୍ରାଙ୍କଫର୍ଟ ପରିବର୍ତ୍ତେ ତୁର୍କିଏରେ ପହଞ୍ଚିଲା ଭିସ୍ତାରା ବିମାନ

ନୂଆଦିଲ୍ଲୀ: ଭିସ୍ତାରା ବିମାନକୁ ବୋମା ଧମକ ମିଳିବା ପରେ ହଇଚଇ । ମୁମ୍ବାଇରୁ ଜର୍ମାନୀର ଫ୍ରାଙ୍କଫର୍ଟ ଯାଉଥିବା ଭିସ୍ତାରା UK 27  ବିମାନ ତୁର୍କିଏରେ ଅବତରଣ କରିଛି । ମିଳିଥିବା ସୂଚନା ଅନୁସାରେ, ମୁମ୍ବାଇରୁ ଫ୍ରାଙ୍କଫର୍ଟ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ଭିସ୍ତାରା ବୋଇଂ ୭୮୭ । ଏହି ସମୟରେ ବିମାନର ଶୌଚାଳୟରେ ଏକ ଟିସ୍ୟୁ ପେପର ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଥିଲା । ଏଥିରେ ବିମାନରେ ବୋମା ଅଛି ବୋଲି ଲେଖାଥିଲା । ଏନେଇ ଜଣାପଡ଼ିବା ପରେ ବିମାନ କର୍ମଚାରୀଙ୍କ ସମେତ ଯାତ୍ରୀଙ୍କ ଗହଣରେ ହଇଚଇ ସୃଷ୍ଟି ହୋଇଥିଲା । ଏହା ପରେ ପାଇଲଟ୍‌ ବିମାନକୁ ତୁର୍କିଏର ଏର୍ଜୁରୁମ ବିମାନବନ୍ଦରରେ ଜରୁରି ଅବତରଣ କରାଇଥିଲେ । ସେଠାରେ ବିମାନରେ ବୋମା ଅଛି କି ନାହିଁ ଯାଞ୍ଚ କରାଯାଇଛି । 

ଏନେଇ ଭିସ୍ତାରା ଏୟାର ଲାଇନର ମୁଖପାତ୍ର କହିଛନ୍ତି, ‘ସେପ୍ଟମ୍ବର ୬ (ଶୁକ୍ରବାର)ରେ ଭିସ୍ତାରା ବିମାନ ୟୁକେ ୨୭ ମୁମ୍ବାଇରୁ ଫ୍ରାଙ୍କଫର୍ଟ ଲାଗି ଉଡ଼ାଣ ଭରିଥିଲା । ଯାହାକୁ ସୁରକ୍ଷା ଦୃଷ୍ଟିରୁ ତୁର୍କିଏକୁ ଡାଇଭର୍ଟ କରାଯାଇଛି । ବିମାନଟି ଏର୍ଜୁରୁମ ବିମାନବନ୍ଦରରେ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିଛି । ସେଠାରେ ସଂପର୍କିତ ବିଭାଗ ଦ୍ବାରା ବିମାନଟିକୁ ଯାଞ୍ଚ କରାଯାଉଥିବା ବେଳେ ଆମେ ତାଙ୍କୁ ଯଥାସମ୍ଭବ ସହାୟତା କରିବାକୁ ଚେଷ୍ଟା କରୁଛୁ । ଯାତ୍ରୀ, କ୍ରିଉ ସଦସ୍ୟ ଏବଂ ଏୟାରକ୍ରାଫ୍ଟର ସୁରକ୍ଷା ଭିସ୍ତାରାର ମୁଖ୍ୟ ପ୍ରାଥମିକତା ।’  

ଅନ୍ୟପଟେ ବିମାନରେ ଯଦି ବୋମା ଥିବା ଖବର ମିଥ୍ୟା ହୁଏ ତେବେ ପୁଣି ଥରେ ଗସ୍ତବ୍ୟସ୍ଥଳକୁ ଯାତ୍ରା ଆରମ୍ଭ ହେବ । ଏହା ସହ ଟିସ୍ୟୁ ପେପରରେ କାହା ହାତଲେଖା ରହିଛି ତାହା ତଦନ୍ତ କରାଯିବ । ଏଭଳି ମିଥ୍ୟା ଖବର ଦ୍ବାରା ଯାତ୍ରୀମାନଙ୍କୁ ଅଯଥା ହଇରାଣ ହରକତ ହେବାକୁ ପଡ଼ୁଥିବା ବେଳେ ଏୟାର ଲାଇନକୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼େ ବୋଲି ଜଣେ ବରିଷ୍ଠ ପାଇଲଟ୍‌ କହିଛନ୍ତି ।     

 

  • Vistara
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.