ପ୍ରମୂଖ ଖବର
  • ଚାଉଁରପୁର ଦ୍ବିତୀୟ ସେତୁରେ ଚପଲ ରଖି ଡେଇଁପଡିଲେ ମହିଳା, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ
  • ||
  • IPLରେ ତମାଖୁ ବିଜ୍ଞାପନ ପ୍ରସାରଣ ମନା, ଚିଠି ଲେଖିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
  • ||
  • ବଜ୍ରକବାଟି ଛକ ନିକଟରେ ସିରିଜ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଦୁଇ ବାଇକ୍ ଆରୋହୀ
  • ||
  • ବ୍ରହ୍ମପୁରର ଅଧିଷ୍ଠାତ୍ରୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୨ ମଧ୍ୟରାତ୍ରରେ ଶୁଭଖୁଣ୍ଟି ସ୍ଥାପନ ହେବ
  • ||
  • ମଦ ଦୁର୍ନୀତିରେ ଇଡି ଆକ୍ସନ; ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ରେଡ୍
  • ||
  • ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ସ୍ଵାମୀ ସହ ମିଶି ପ୍ରେମିକା ରଚିଥିଲା ହତ୍ୟାକାଣ୍ଡ
  • ||
  • ସୋମବାରଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ମାର୍କ କାନି ହେବେ କାନାଡ଼ା ନୂଆ ପ୍ରଧାନମନ୍ତ୍ରୀ, ୮୬ ପ୍ରତିଶତ ଭୋଟ ପାଇ ଲିବେରାଲ୍ ପାର୍ଟିର ନେତା ନିର୍ବାଚିତ
  • ||
  • ରାଜ୍ୟରେ ଉପରମୁହାଁ ପାରଦ, ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ବଢ଼ିବ: ସବୁ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସ୍‌ଆରସି
  • ||

ଫାଇନାଲ୍ ପୂର୍ବରୁ ବିରାଟ କୋହଲୀ କଲେ ଏଭଳି କିଛି, ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ

Published By : Prameya | March 9, 2025 6:14 PM

ନୂଆଦିଲ୍ଲୀ, ୯/୩ :   ଟିମ୍ ଇଣ୍ଡିଆର ଷ୍ଟାର୍ କ୍ରିକେଟର ବିରାଟ କୋହଲୀ ଜଣେ ଦକ୍ଷ ବ୍ୟାଟର ହେବା ସହ ପାରିବାରିକ ବ୍ୟକ୍ତି ରୂପରେ ବି ପ୍ରସିଦ୍ଧ ଅଟନ୍ତି । ଖେଳ ପଡ଼ିଆରେ ତାଙ୍କୁ ବହୁ ଥର ନିଜ ସ୍ତ୍ରୀଙ୍କ ପ୍ରତି ଥିବା ଭଲପାଇବା ଦେଖାଉଥିବାର ଦେଖାଯାଇଥାଏ । ଏଭଳି ଏକ ରୋମାଣ୍ଟିକ ମୂହୁର୍ତ୍ତ ଚାମ୍ପିୟନ୍ସ ଟ୍ରଫିର ଫାଇନାଲ୍ ମ୍ୟାଚରେ ବି ଦେଖିବାକୁ ମିଳିଛି । ଦୁବାଇରେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ କୋହଲୀ ମୈଦାନରେ ହାତ ହଲାଇ ଅନୁଷ୍କାଙ୍କ ଅଭିବାଦନ କରିଛନ୍ତି । ଯାହାର ରିପ୍ଲାଇରେ ସେ ବି ହସୁଥିବା ନଜର ଆସୁଛନ୍ତି ଏବଂ ସ୍ବାମୀଙ୍କୁ ଫାଇନାଲ୍ ଲାଗି ହାତ ହଲାଇ ଶୁଭକାମନା ଦେଉଛନ୍ତି ।

ଜାରି ରହିଥିବା ଟୁର୍ଣ୍ଣାମେଣ୍ଟରେ ବିରାଟ କୋହଲୀଙ୍କ ବ୍ୟାଟ୍ ଧୁମ୍ ଚାଲୁଛି । ତାଙ୍କ ବ୍ୟାଟର ଯାଦୁ ଏଥିରୁ ଜଣାପଡ଼ୁଛି କି ସେ ୪ଟି ପାଳିରେ ୨୧୭ରନ୍ ବାହାର କରିଛନ୍ତି । ସେହିଭଳି ଦୁଇଟି ମ୍ୟାଚରେ ସେ ପାକିସ୍ତାନ ଏବଂ ଅଷ୍ଟେ୍ରଲିଆ ବିପକ୍ଷରେ ବିଜୟ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ବିରାଟ କୋହଲୀ ପାକିସ୍ତାନ ବିପକ୍ଷରେ ନଟ୍ ଆଉଟ୍ ୧୦୦ରନର ପାଳି ଖେଳିଥିଲେ । ଯାହାକି ଅଷ୍ଟେ୍ରଲିଆ ବିପକ୍ଷରେ ସେମିଫାଇନାଲ ମ୍ୟାଚରେ ୮୪ରନ ପାଳି ଖେଳିଥିଲେ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.