ନୂଆଦିଲ୍ଲୀ,୧୦ /୦୩ : ସବୁ କ୍ରିକେଟର ପ୍ରଥମେ ଜଣେ କ୍ରିକେଟ ଫ୍ୟାନ ହୋଇଥାନ୍ତି । ସେଥିପାଇଁ ତ ସେ କ୍ରିକେଟ ଖେଳାଳି ହୋଇଥାଏ । ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଅସାଧାରଣ ଅବିଶ୍ବସନୀୟ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଲିଗ୍ ପର୍ଯ୍ୟାୟରୁ ଫାଇନାଲ ଯାଏ ଅପରାଜେୟ ରହି ବିଜୟ ମୁକୁଟ ପିନ୍ଧିଛି ରୋହିତ ସେନା । ଭାରତର ଏହି ସଫଳତାରେ ସବୁଠି ଉତ୍ସାହ ସେଲିବ୍ରେସନ । ଖାଲି ଆନନ୍ଦ ହିଁ ଆନନ୍ଦ । ଏଥିରୁ ବାଦ ପଡି ନାହାନ୍ତି କ୍ରିକେଟ କିମ୍ବଦନ୍ତୀ ସୁନୀଲ ଗାଭାସ୍କର । ଭାରତ ବିଜୟରେ ଗାଭାସ୍କର ଛୋଟ ଛୁଆଙ୍କ ପରି ନାଚିଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ବେଶ୍ ପ୍ରଶଂସା କରିଛନ୍ତି ୟୁଜର୍ସ ।
75 YEAR OLD SUNIL GAVASKAR DANCING ON INDIA'S VICTORY. ❤️pic.twitter.com/IS95b5Vhj8
— Mufaddal Vohra (@mufaddal_vohra) March 9, 2025
ନ୍ୟୁଜିଲାଣ୍ଡକୁ ହରାଇ ଭାରତ ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ନିଜକୁ ସମ୍ଭାଳି ପାରି ନଥିଲେ ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର । ଖୁସିରେ ଝୁମିଥିଲେ । ବିଜୟକୁ ସେଲିବ୍ରେଟ୍ କରିଥିଲେ ସୁନୀଲ । ଦୁବାଇ ଗ୍ରାଉଣ୍ଡରେ କମେଣ୍ଟ୍ରି ଛାଡି ଛୋଟ ପିଲାଙ୍କ ପରି ନାଚିଥିଲେ । ସୁନୀଲ ନାଚିବା ସମୟରେ ତାଙ୍କ ପାଖରେ ରବିନ ଉତ୍ଥଫା ଥିଲେ ସେ ଚକିତ ହୋଇଥିଲେ । ତାଙ୍କ ନାଚ ଦେଖି କେହି ଭାବି ପାରିବେ ନାହିଁ ତାଙ୍କୁ ୭୫ ବର୍ଷ । ଜଣେ ଭାରତୀୟ କ୍ରିକେଟ ଫ୍ୟାନ ପରି ସେ ବିଜୟରେ ହଜି ଯାଇଥିଲେ । ସୁନୀଲ ଗାଭାସ୍କର ନାଚିବା ସମୟରେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାକୁ ୟୁଜର୍ସ ମାନେ ବେଶ୍ ପ୍ରଶଂସା କରୁଛନ୍ତି ।
କହି ରଖୁଛୁ କି, ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲ ମୁକାବିଲାରେ ଭାରତ ଓ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହୋଇଥିଲେ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଅଧିନାୟକ ସାଣ୍ଚନର । ୭ ୱିକେଟ ହରାଇ ୨୫୧ରନ କରିଥିଲା କିୱି ଦଳ ।୨୫୨ରନ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ୪୯ତମ ଓଭରରେ ବିଜୟୀ ହୋଇଥିଲା ଭାରତ । ୧୨ ବର୍ଷ ଅପେକ୍ଷାର ଅନ୍ତ ଘଟାଇ ଚାମ୍ପିଅନ୍ସ ଟ୍ରଫି ଜିତିବାର ସ୍ବପ୍ନକୁ ସାକାର କରିଥିଲା । ରୋହିତ ଶର୍ମା ୭୩ରନ ଦମଦାର ଇନିଂସ ଖେଳିଥିଲେ । ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିଲେ ।