ପ୍ରମୂଖ ଖବର
  • ଚାଉଁରପୁର ଦ୍ବିତୀୟ ସେତୁରେ ଚପଲ ରଖି ଡେଇଁପଡିଲେ ମହିଳା, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ
  • ||
  • IPLରେ ତମାଖୁ ବିଜ୍ଞାପନ ପ୍ରସାରଣ ମନା, ଚିଠି ଲେଖିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
  • ||
  • ବଜ୍ରକବାଟି ଛକ ନିକଟରେ ସିରିଜ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଦୁଇ ବାଇକ୍ ଆରୋହୀ
  • ||
  • ବ୍ରହ୍ମପୁରର ଅଧିଷ୍ଠାତ୍ରୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୨ ମଧ୍ୟରାତ୍ରରେ ଶୁଭଖୁଣ୍ଟି ସ୍ଥାପନ ହେବ
  • ||
  • ମଦ ଦୁର୍ନୀତିରେ ଇଡି ଆକ୍ସନ; ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ରେଡ୍
  • ||
  • ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ସ୍ଵାମୀ ସହ ମିଶି ପ୍ରେମିକା ରଚିଥିଲା ହତ୍ୟାକାଣ୍ଡ
  • ||
  • ସୋମବାରଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ମାର୍କ କାନି ହେବେ କାନାଡ଼ା ନୂଆ ପ୍ରଧାନମନ୍ତ୍ରୀ, ୮୬ ପ୍ରତିଶତ ଭୋଟ ପାଇ ଲିବେରାଲ୍ ପାର୍ଟିର ନେତା ନିର୍ବାଚିତ
  • ||
  • ରାଜ୍ୟରେ ଉପରମୁହାଁ ପାରଦ, ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ବଢ଼ିବ: ସବୁ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସ୍‌ଆରସି
  • ||

CT 2025: ଭାରତକୁ ଚାମ୍ପିଅନ୍ କଲା ଗମ୍ଭୀରଙ୍କ 'ଚାଣକ୍ୟ ନୀତି'; କାମ କଲା ଏହି ୩ ଅସ୍ତ୍ର

Published By : Ankita S | March 10, 2025 1:27 PM

ନୂଆଦିଲ୍ଲୀ,୧୦ /୦୩ : ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ବାଜି ମାରି ନେଇଛି ଭାରତ । ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ହରାଇ ୧୨ ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫି ଜିତିଛି ଟିମ୍ ଇଣ୍ଡିଆ । ଭାରତର ଏହି ବିଜୟ ପଛରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଟିମ୍ ଇଣ୍ଡିଆର ବିଜୟରେ ବଡ ଫ୍ୟାକ୍ଟର ସାଜିଥିଲେ ଗମ୍ଭୀର । କାମ ଦେଇଥିଲା ତାଙ୍କ ଚାଣକ୍ୟ ନୀତି । ଆସନ୍ତୁ ଜାଣିବା ଚାମ୍ପିଅନ୍ସ ଟ୍ରଫି ପାଇଁ କଣ ଥିଲା ତାଙ୍କ ପ୍ଲାନ୍ ?

ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କ  ରଣନୀତି ସ୍ବତନ୍ତ୍ର । ଭାରତର ଗତ ଶ୍ରୀଲଙ୍କା ଗସ୍ତରେ ଦଲରେ ପରିବର୍ତ୍ତନ ନେଇ ସଂଙ୍କେତ ଦେଇଥିଲେ । ବୋଲିଂ ବ୍ୟାଟିଂ ସବୁଥିଲେ ଗମ୍ଭୀର ଥିଲେ ଗୌତମ । ଶ୍ରୀଲଙ୍କା ବିପକ୍ଷ  ଗୋଟିଏ ମ୍ୟାଚରେ ପାଖାପାଖି ୬ ପ୍ଲେୟାରଙ୍କୁ ପରଖି ଥିଲେ । ଚାମ୍ପିଅନ୍ସ ଟ୍ରଫି ପାଇଁ ମଧ୍ୟ ସେ ବୋଲଙ୍କ ଉପରେ ଅଧିକ ଭରସା କରିଥିଲେ । ଫାଇନାଲ ମ୍ୟାଚ ପରେ ସେ କହିଥିଲେ ,'' ବ୍ୟାଟ୍ସମ୍ୟାନ ମ୍ୟାଚ ଜିତାନ୍ତି ମାତ୍ର ବୋଲର ଟୁର୍ଣ୍ଣାମେଣ୍ଟରେ ବିଜୟୀ କରାନ୍ତି ।''


ଗେମ୍ ଚେଞ୍ଜର ବରୁଣ- ବରୁଣ ଚକ୍ରବର୍ତ୍ତୀ ଇଣ୍ଟରନ୍ୟାସନାଲ ଡେବ୍ୟୁ ପରେ ଟିମ୍ ଇଣ୍ଡିଆ ଅଧିକ ମଜବୁତ ହୋଇଥିଲା । ଗମ୍ଭୀର ମୁଖ୍ୟ କୋଚ୍ ହେବା ପରେ ବରୁଣ ଭାରତୀୟ ଦଳରେ ସାମିଲ ହୋଇଥିଲେ । ଚାମ୍ପିଅନ୍ସ ଟ୍ରଫିର ୩ଟି ମ୍ୟାଚ ଖେଳି ୯ ୱିକେଟ ନେଇଛନ୍ତି । ଭାରତ ବିଜୟରେ ବରୁଣ ଗେମ୍ ଚେଞ୍ଜର ସାବ୍ୟସ୍ତ ହୋଇଥିଲେ ।

ସ୍ପିନର ଜାଲ ବିଛାଇଲେ ଗମ୍ଭୀର- ଟିମ୍ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଅଧିକ ସ୍ପିନରଙ୍କୁ ଭରସା କରିଥିଲା । ବରୁଣ ଚକ୍ରବର୍ତ୍ତୀଙ୍କ ସହିତ କୂଳଦୀପ ଯାଦବ, ରବୀନ୍ଦ୍ର ଜାଡେଜା ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ । ବରୁଣ ଟୁର୍ଣ୍ଣାମେଣ୍ଟରେ ୯ ୱିକେଟ ହାସଲ କରିଥିଲେ । କୂଳଦୀପ ୫ମ୍ୟାଚରେ ୭ଟି ୱିକେଟ ନେଇଥିବା ଜାଡେଜା ୫ଟି ସଫଳତା ହାସଲ କରିଥିଲେ । ଫାଇନାଲ ମ୍ୟାଚରେ ସ୍ପିନରଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା ।


ଅଧିକ ପଢନ୍ତୁ...ଫ୍ୟାନ୍ସଙ୍କ ପାଇଁ ଖୁସି ଖବର; ଅବସର ନେବାର ଯୋଜନା ନାହିଁ କହିଲେ ରୋହିତ


ଅକ୍ଷରଙ୍କ ବ୍ୟାଟିଂ ଅର୍ଡରରେ ପରିବର୍ତ୍ତନ- ଅକ୍ଷର ପଟେଲ ଟିମ୍ ଇଣ୍ଡିଆ ପାଇଁ ବୋଲିଂ ସହ ବ୍ୟାଟିଂରେ ମଧ୍ୟ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା । ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୨୯ରନ ଉପଯୋଗୀ ଇନିଂସ ଖେଳିଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ ୨୭ ଓ ଲିଗ୍ ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୪୨ରନ କରିଥିଲେ । ସେମିରେ ଓ ଫାଇନାଲରେ ୫ ନମ୍ବରରେ ବ୍ୟାଟିଂ କରି ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ ଅକ୍ଷର । ତାଙ୍କ ବ୍ୟାଟିଂ ଅର୍ଡରରେ ପରିବର୍ତ୍ତନ କରିବା କୋଚ୍ ଗମ୍ଭୀରଙ୍କ ରଣନୀତି ମଧ୍ୟରେ ରହିଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.