ନୂଆଦିଲ୍ଲୀ: ଦୁବାଇରେ ରବିବାର ଖେଳାଯାଇଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪ ଓ୍ବିକେଟରେ ହରାଇ ଇତିହାସ ରଚିଛି ଭାରତ । ଭାରତୀୟ ଟିମ୍ ଆଇସିସି ଇଭେଣ୍ଟରେ ଲଗାତାର ଦ୍ବିତୀୟ ଥର ଜିତି ଟ୍ରଫି ନିଜ ନାଁରେ କରିଛି । ସେପଟେ ଟିମ୍ ଇଣ୍ଡିଆର ଏହି ବିଜୟ ପରେ ଏବେ ଦଳକୁ ଛୁଟିଛି ଶୁଭେଚ୍ଛାର ସୁଅ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ।
Heartiest congratulations to Team India for winning the ICC Champions Trophy, 2025. India becomes the only team to win the Trophy thrice. The players, the management and the support staff deserve highest accolades for creating cricketing history. I wish Indian cricket a very…
— President of India (@rashtrapatibhvn) March 9, 2025
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇ କହିଛନ୍ତି, ‘୨୦୨୫ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିବା ପାଇଁ ଟିମ୍ ଇଣ୍ଡିଆକୁ ହାର୍ଦ୍ଦିକ ଅଭିନନ୍ଦନ । ତିନିଥର ଟ୍ରଫି ଜିତିବାରେ ଭାରତ ଏକମାତ୍ର ଦଳ ହୋଇପାରିଛି । କ୍ରିକେଟ୍ ଇତିହାସ ସୃଷ୍ଟି ପାଇଁ ଖେଳାଳି, ପରିଚାଳନା ଏବଂ ସହାୟକ କର୍ମଚାରୀମାନେ ସର୍ବାଧିକ ପ୍ରଶଂସା ପାଇବାକୁ ଯୋଗ୍ୟ । ମୁଁ ଭାରତୀୟ କ୍ରିକେଟ୍ ପାଇଁ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।’
An exceptional game and an exceptional result!
— Narendra Modi (@narendramodi) March 9, 2025
Proud of our cricket team for bringing home the ICC Champions Trophy. They’ve played wonderfully through the tournament. Congratulations to our team for the splendid all round display.
The cup 🏆is fantastic!
— Dharmendra Pradhan (@dpradhanbjp) March 9, 2025
A fitting culmination to an outstanding campaign, a cherished victory that brings immense pride to all Indians and fans of the #IndianCricketTeam. Deserved winners of the #ChampionsTrophy. @ImRo45 @imVkohli @imjadeja @BCCI pic.twitter.com/OHfuhzVj9k
ପ୍ରଧାନମନ୍ତ୍ରୀ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ‘ଏକ ଅସାଧାରଣ ଖେଳ ଏବଂ ଅସାଧାରଣ ପରିଣାମ ! ଆଇସିସି ଚାମ୍ପିଅନ୍ସ ଟ୍ରଫି ଘରକୁ ଆଣିଥିବାରୁ ଆମ କ୍ରିକେଟ ଟିମ୍ ଉପରେ ଆମେ ଗର୍ବିତ। ସମସ୍ତେ ପୂରା ଟୁର୍ଣ୍ଣାମେଣ୍ଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ଏଥିପାଇଁ ଶୁଭେଚ୍ଛା।’
A victory that scripts history.
— Amit Shah (@AmitShah) March 9, 2025
Congratulations to Team India on clinching a stunning victory in the ICC #ChampionsTrophy2025. Your fiery energy and unassailable dominance on the pitch made the nation proud, setting a new benchmark for cricketing excellence.
May you always come… pic.twitter.com/SC22G8c3OF
ସେହିଭଳି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇ କହିଛନ୍ତି, ‘ଏହି ବିଜୟ ଇତିହାସ ରଚିଛି। ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଉଲ୍ଲେଖନୀୟ ବିଜୟ ହାସଲ କରିଥିବାରୁ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା।’ ସେ ଆହୁରି କହିଛନ୍ତି ଆପଣମାନେ ଦେଶକୁ ଗର୍ବିତ କରିଛନ୍ତି । ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ୍ସ ପୋଷ୍ଟ ମାଧ୍ୟମରେ ଭାରତୀୟ ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
Heartiest congratulations to Team India on their spectacular victory in the Champions Trophy 2025 final. A commanding performance against New Zealand, reflecting sheer skill, determination and sportsmanship. The entire nation is proud of this glorious achievement.#TeamIndia…
— Mohan Charan Majhi (@MohanMOdisha) March 9, 2025
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲେଖିଛନ୍ତି, ‘ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲରେ ଉଲ୍ଲେଖନୀୟ ବିଜୟ ପାଇଁ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା। ନ୍ୟୁଜିଲାଣ୍ଡ୍ ବିପକ୍ଷରେ ଉତ୍ତମ ପ୍ରଦର୍ଶନ, କୌଶଳ, ଦୃଢ଼ ସଂକଳ୍ପ ଏବଂ ଖେଳ ଭାବନାକୁ ଦର୍ଶାଉଛି। ଆଜି ପୂରା ଦେଶ ଗର୍ବିତ।’