ପ୍ରମୂଖ ଖବର
  • ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି
  • ||
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ଏମି ଆୱାର୍ଡ ଶୋ ୨୦୨୪ରେ ପ୍ରଥମ ଭାରତୀୟ ଭାବେ ହୋଷ୍ଟ କରିବେ ବୀର ଦାସ

ନୂଆଦିଲ୍ଲୀ,୧୨/୦୯:ଖୁବଶୀଘ୍ର ହେବାକୁ ଯାଉଛି ୫୨ ତମ ଅନ୍ତର୍ଜାତୀୟ 'ଏମି ଆୱାର୍ଡ ଶୋ ୨୦୨୪'। ନଭେମ୍ୱର ମାସରେ ଏହି ଶୋ'ନ୍ୟୁୟର୍କ ସିଟିରେ ଆୟୋଜିତ ହେବାକୁ ଥିବା ବେଳେ ଏହି ଶୋ'ରେ ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା ତଥା ଅଭିନେତା ବୀର ଦାସ ଏମି ପୁରସ୍କାର ହୋଷ୍ଟ କରିବେ ବୋଲି ଜଣାପଡିଛି । ସେ ପ୍ରଥମ ଭାରତୀୟ ଭାବେ ଏହି ଅନ୍ତର୍ଜାତୀୟ ଶୋ'ହୋଷ୍ଟ କରିବାକୁ ଯାଉଛନ୍ତି । ବୀର ଦାସଙ୍କୁ ଅନ୍ତର୍ଜାତୀୟ ଏକାଡେମୀ ଅଫ୍ ଟେଲିଭିଜନ ଆର୍ଟ ଆଣ୍ଡ ସାଇନ୍ସ ୨୦୨୪ ଏମି ପୁରସ୍କାରର ହୋଷ୍ଟ ଭାବରେ ନାମିତ କରାଯାଇଛି । ଯାହାକୁ ନେଇ ଅଭିନେତା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି । 

ତେବେ ବୁଧବାର ଏକାଡେମୀ ଅଫ୍ ଟେଲିଭିଜନ ଆର୍ଟ ଆଣ୍ଡ ସାଇନ୍ସ ୨୦୨୪ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା ତଥା ଅଭିନେତା ବୀର ଦାସ  ୨୫ ନଭେମ୍ବର ୨୦୨୪ ସୋମବାର ଦିନ ଅନ୍ତର୍ଜାତୀୟ ଏମି ପୁରସ୍କାର ଶୋ'ହୋଷ୍ଟ କରିବେ ବୋଲି ଘୋଷଣା କରିଛି । ନ୍ୟୁୟର୍କ ସିଟିରେ ଆୟୋଜିତ ହେବାକୁ ଥିବା ଏହି ଅନ୍ତର୍ଜାତୀୟ ଆୱାର୍ଡ ଶୋ'ରେ ବୀର ଦାସ ପ୍ରଥ ଭାରତୀୟ ଭାବେ ହୋଷ୍ଟ କରିବେ । ଏହି ବଡ ସଫଳତା ପାଇଁ ବୀର ଦାସ ଏମିଙ୍କୁ କୃତଜ୍ଞତା ଜଣାଇଛନ୍ତି । ଇନଷ୍ଟାଗ୍ରାମରେ ସେ ଲେଖିଛନ୍ତି,''ଆପଣଙ୍କର ସମର୍ଥନ ପାଇଁ ଧନ୍ୟବାଦ, ଜଣେ ଭାରତୀୟ ଏମି ହୋଷ୍ଟ । ଏହି ବର୍ଷ ଏମି ହୋଷ୍ଟ କରିବାକୁ ମୁଁ ବହୁତ ଉତ୍ସାହିତ । ମୋତେ ନିମନ୍ତ୍ରଣ କରିଥିବାରୁ ଧନ୍ୟବାଦ । ବହୁତ ସମ୍ମାନିତ ଏବଂ ଉତ୍ସାହିତ ।'' ତେବେ ଏମି ଆୱାର୍ଡ ଶୋ' ପାଇଁ ୨୦୨୧ରେ କମେଡି ବର୍ଗରେ ମନୋନୀତ ହୋଇଥିଲେ ବୀର । ପରେ ୨୦୨୩ରେ ନ୍ୟୁୟର୍କରେ ଆୟୋଜିତ ହୋଇଥିବା ୫୧ତମ ଅନ୍ତର୍ଜାତୀୟ ଏମି ଆୱାର୍ଡ ସମାରୋହରେ ବୀର ଦାସଙ୍କ କମେଡି ସ୍ପେଶାଲ୍ 'ବୀର ଦାସ: ଲ୍ୟାଣ୍ଡିଂ' ମନୋନୀତ ହୋଇଥିଲା । ଯେଉଁଥିରେ 'ବୀର ଦାସ ଲ୍ୟାଣ୍ଡିଂ' ପାଇଁ ବୀର ଦାସଙ୍କୁ ଶ୍ରେଷ୍ଠ କମେଡି ଆୱାର୍ଡ ପ୍ରଦାନ କରାଯାଇଥିଲା । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.