ପ୍ରମୂଖ ଖବର
  • ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି
  • ||
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ସେପ୍ଟେମ୍ବର ୧୫ରେ ଓଡ଼ିଶାରେ ଚାଲିବ ୩ ‘ବନ୍ଦେ ଭାରତ’, ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର,୧୦/୦୯: ଆସନ୍ତା ୧୫ ତାରିଖରେ ଓଡ଼ିଶାରେ ଚାଲିବ  ୩ଟି ବନ୍ଦେ ଭାରତ ଏକ୍ସପ୍ରେସ୍‌ । ଏହି  ୩ଟି ଏକ୍ସପ୍ରେସ୍‌ ଟ୍ରେନ୍‌କୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ସେଥିମଧ୍ୟରୁ ଗୋଟିଏ ଏକ୍ସପ୍ରେସ୍‌ ଟାଟାନଗରରୁ ବ୍ରହ୍ମପୁର ଚାଲିବ । ଯାହା  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ  ଜିଲ୍ଲା କେନ୍ଦୁଝର ଦେଇଯିବ । 

ରବିବାର  ଏହାର ପରୀକ୍ଷାମୂଳକ ଚଳାଚଳ ସରିଛି ।  ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ ହାଓଡ଼ାରୁ ରାଉରକେଲା ଚାଲିବ । ଯାହା  ହାଓଡ଼ାରୁ ଛାଡ଼ିବା ପରେ ଖଡ଼ଗପୁର,  ଟାଟାନଗର ଓ ଚକ୍ରଧରପୁର ହୋଇ  ରାଉରକେଲାରେ ପହଞ୍ଚିବ । ତୃତୀୟ  ବନ୍ଦେ ଭାରତ ରାୟପୁରରୁ ବିଶାଖାପାଟଣା  ଯିବ । ଯାହା ରାୟପୁର ଛାଡ଼ିବା ପରେ  ମହାସମୁନ୍ଦ ହୋଇ ଖରିଆର ରୋଡ୍‌,  କଣ୍ଟାବାଞ୍ଜି, ଟିଟିଲାଗଡ଼, କେସିଙ୍ଗା ଓ ରାୟଗଡ଼ା ଦେଇ ଯିବ । ବିଶାଖାପାଟଣା  ପହଞ୍ଚିବା ପୂର୍ବରୁ ବିଜୟନଗରମରେ  ଏହି ଟ୍ରେନ୍‌ ରହଣି ବ୍ୟବସ୍ଥା ଅଛି । 

ଉଲ୍ଲେଖଯୋଗ୍ୟ, ନୂତନ ୩ଟି  ବନ୍ଦେ ଭାରତ ଏକ୍ସପ୍ରେସ୍‌ ମିଳିବା ପରେ  ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସ୍‌  ସଂଖ୍ୟା ୬ରେ ପହଞ୍ଚିବ । ଏହା ରାଜ୍ୟରେ  ପରିବହନ ସେବାକୁ ତ୍ୱରାନ୍ୱିତ କରିବ  ବୋଲି ପୂର୍ବତଟ ରେଳପଥର ବରିଷ୍ଠ  ଅଧିକାରୀ ମତ ଦେଇଛନ୍ତି । ରେଳମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବ ଓଡ଼ିଶାରୁ  ରାଜ୍ୟସଭାକୁ ଯିବା ପରେ ଓଡ଼ିଶାରେ  ରେଳବାଇକୁ ଅଧିକ ବଜେଟ୍‌ ମିଳିବା  ସହିତ ରେଳର ପ୍ରଗତି ଆଶାତୀତ  ଭାବେ ବଢ଼ିଛି ବୋଲି ଅଧିକାରୀ  ସୂଚନା ଦେଇଛନ୍ତି । ଶୀଘ୍ର ଭୁବନେଶ୍ୱର  ବିଶ୍ୱସ୍ତରୀୟ ରେଳ ଷ୍ଟେସନ କାମ ସରିବ । ଏହା ଯୁଦ୍ଧକାଳୀନ ଭିତ୍ତିରେ  ଚାଲିଛି ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.