ପ୍ରମୂଖ ଖବର
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଭୁବନେଶ୍ଵରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ସ୍ଵାଗତ କଲେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର, ୧୭/୦୯ : ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ଵତନ୍ତ୍ର ବିମାନ ଯୋଗେ ସେ ଭୁବନେଶ୍ଵର ଏୟାରପୋର୍ଟରେ ପହଞ୍ଚିଛନ୍ତି। ରାଜ୍ୟପାଳ ରଘୁବର ଦାସ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କୁ ଭବ୍ୟ ସ୍ଵାଗତ କରିଛନ୍ତି। ନିର୍ଦ୍ଧାରିତ ସମୟ ପୂର୍ବରୁ ସେ ଓଡ଼ିଶାରେ ପହଞ୍ଚିଛନ୍ତି। ବିମାନବନ୍ଦରରୁ ମୋଦି ସିଧା ଗାଡ଼କଣ ଯାଇଛନ୍ତି। ବସ୍ତିର ଶବର ସାହିକୁ ଯାଇ  ପ୍ରଧାନମନ୍ତ୍ରୀ ଆବାସ ଗୃହ ଉଦ୍‌ଘାଟନ କରିବେ ।  ପିଏମ୍‌ ଆବାସ ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକଙ୍କ  ଆବାସ ଗୃହ ଉଦ୍‌ଘାଟନ କରିବା ସହ ପିଏମ୍‌  ଆବାସ ପାଇଥିବା ୨୦ଜଣ ହିତାଧିକାରୀଙ୍କ ସହ  ଆଲୋଚନା କରିବେ । ପାଖରେ ଥିବା ୫ଟି ଆବାସ  ଗୃହ ବୁଲି ଦେଖିବା ସହ ହିତାଧିକାରୀଙ୍କୁ ଘରର  ଚାବି ହସ୍ତାନ୍ତର କରିବେ । ଏହାସହ ୧୪ଟି  ରାଜ୍ୟର ୧୦ଲକ୍ଷ ଆବାସ ହିତାଧିକାରୀଙ୍କୁ  ପ୍ରଥମ କିସ୍ତି ଡିଜିଟାଲରେ ପ୍ରଦାନ କରିବେ ।  ପ୍ରଧାନମନ୍ତ୍ରୀଙ୍କ ଚାବି ହସ୍ତାନ୍ତର ପରେ ଦେଶର  ୨୬ ଲକ୍ଷ ଆବାସ ହିତାଧିକାରୀ ଗୃହ ପ୍ରବେଶ  କରିବେ । ଏହାଛଡ଼ା ‘ଆବାସ ପ୍ଲସ୍‌-୨୦୨୪’  ଆପ୍‌ ଉନ୍ମୋଚନ କରିବେ । ପ୍ରଧାନମନ୍ତ୍ରୀ ଆବାସ  ଯୋଜନା (ସହରାଞ୍ଚଳ) ଦ୍ୱିତୀୟ ସଂସ୍କରଣର  ମାର୍ଗଦର୍ଶିକା ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । 

ଏହାପରେ ଜନତା ମଇଦାନରେ ୧୧.୫୫ରେ  ପହଞ୍ଚିବେ ମୋଦି । ରାଜ୍ୟର ରେଳ ଭିତ୍ତିଭୂମି ଓ  ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ବହୁ  ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପର ଶୁଭାରମ୍ଭ କରିବେ ।  ମୋଟ ୨୮୭୧ କୋଟି ଟଙ୍କାର ପ୍ରକଳ୍ପ ପାଇଁ  ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିବେ । ଏହା  ଜରିଆରେ ଶିଳ୍ପ, ଖଣିଜ ସମ୍ବଳ ସମୃଦ୍ଧ ଅଞ୍ଚଳ  ସହିତ ରାଜ୍ୟର ଆଦିବାସୀ ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ  ରେଳ ନେଟୱର୍କକୁ ମଜବୁତ୍‌ କରିବାକୁ ଲକ୍ଷ୍ୟ ରହିଛି । 

ସେହିଭଳି କଳିଙ୍ଗ ଷ୍ଟାଡିୟମରେ ନିର୍ମାଣ  ହୋଇଥିବା ବ୍ୟାଡମିଣ୍ଟନ ଏଚ୍‌ପିସି ‘ସଟଲ୍‌’କୁ ଦେଶ  ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦି ।  ଏଠାରେ ବ୍ୟାଡମିଣ୍ଟନ ଖେଳ ପାଇଁ ଅତ୍ୟାଧୁନିକ  ସୁବିଧା ସୁଯୋଗ ଖଞ୍ଜାଯାଇଛି । ସେହିଭଳି ସହର ଉପକଣ୍ଠ ଗୋଠପାଟଣାରେ ପ୍ରସ୍ତାବିତ ସ୍ପୋର୍ଟସ୍‌ ଭ୍ୟାଲି  ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ଦେବେ । ଜନତା ମଇଦାନର ୭ନଂ ଗେଟ୍‌ ଦେଇ ମୋଦିଙ୍କ କାରକେଡ୍‌ ଭିତରକୁ ଯିବ । ପ୍ରସ୍ତୁତ ହୋଇଥିବା ସ୍ୱତନ୍ତ୍ର ଲାଉଞ୍ଜରେ କିଛି ସମୟ  ରହିବା ପରେ ମଞ୍ଚକୁ ଯିବେ ପ୍ରଧାନମନ୍ତ୍ରୀ । କାର୍ଯ୍ୟକ୍ରମ ଶେଷ ପରେ ଦିନ ସାଢ଼େ ୧ଟାରେ ସେ ବିମାନ ଯୋଗେ ଦିଲ୍ଲୀ ଫେରିଯିବେ । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.