ପ୍ରମୂଖ ଖବର
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଶ୍ରୀମନ୍ଦିର ରୋଷ ଘର ଅଙ୍ଗାର ଖୋଜୁଛନ୍ତି ସୁନାରୀ: ବସ୍ତା ୭୦୦, ବଢ଼ୁଛି ଘରୋଇଙ୍କ ଡିମାଣ୍ଡ

ପୁରୀ,୧୭/୦୯: ଶ୍ରୀମନ୍ଦିର ରୋଷଘରୁ ପ୍ରତିଦିନ ଶହ ଶହ ବସ୍ତା ଅଙ୍ଗାର ବାହାରୁଛି । ହେଲେ ଏହା ପରିଚାଳନା ପ୍ଲାଣ୍ଟକୁ ନଯାଇ  ସୁନାରୀଙ୍କ ପାଖକୁ ଯାଉଛି । ବହୁ ସଂଖ୍ୟାରେ ଲୋକେ ଏହାକୁ ଘର ଆର୍ଥିଂ ତଳେ ଦେବା  ନିମନ୍ତେ ମଧ୍ୟ କିଣି ନେଉଛନ୍ତି । ଲୋକଙ୍କ ଚାହିଦାକୁ ଦେଖି ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାରା ସମ୍ମୁଖ ବାହାର ପରିକ୍ରମା ମାର୍ଗ ପାଶ୍ୱର୍ରେ ଅଙ୍ଗାର ଆଡ୍ଡା ଖୋଲିଛି । ପେଜ ବିଶୋଧ ପ୍ଲାଣ୍ଟକୁ ଲାଗି ହୋଇଥିବା ଏହି ବେଆଇନ ଅଙ୍ଗାର ଆଡ୍ଡାରେ ବହୁ ସଂଖ୍ୟାରେ ଅଙ୍ଗାର ବସ୍ତା ରହିଛି । ଏହି  ଅଙ୍ଗାରକୁ ଶ୍ରୀମନ୍ଦିରରୁ କିଣି ଏଠାରେ କିଛି  ପୁରୁଷ ଓ ମହିଳାମାନେ ବସ୍ତା କରୁଛନ୍ତି । ବସ୍ତା ପିଛା ପ୍ରାୟ ୭୦୦ ଟଙ୍କାରେ ଏହି ଅଙ୍ଗାର ବିକ୍ରି  ହେଉଥିବା ପଚରାଉଚରା ପରେ ଜଣାପଡ଼ିଛି । 

ସେମାନଙ୍କ କହିବା ମୁତାବକ,ଶ୍ରୀମନ୍ଦିରରୁ  କର୍ମଚାରୀଙ୍କୁ ହାତ କରି ସେମାନେ ଏହି ଅଙ୍ଗାର  ପାଉଛନ୍ତି । ଏ ବାବଦରେ ଉକ୍ତ କର୍ମଚାରୀଙ୍କୁ କିଛି  ଟଙ୍କା ଦେଉଛନ୍ତି । ପରେ ଏହାକୁ ଶୁଖାଇ ପଉଁଶରୁ  ଅଙ୍ଗାରକୁ ଅଲଗା କରୁଛନ୍ତି । ଏହି ଅଙ୍ଗାରକୁ  ନେବା ନିମନ୍ତେ ଲୋକଙ୍କ ବେଶ ଚାହିଦା ହେଉଛି । ବିଶେଷ ଭାବେ ସୁନାରୀ ଓ ଆର୍ଥିଂ କରୁଥିବା  ଲୋକେ ଏହି ଅଙ୍ଗାର ନେବାକୁ ଆଗ୍ରହ ପ୍ରକାଶ  କରୁଛନ୍ତି । ତେଣୁ ସେମାନେ ଏହି କାମରେ  ଲାଗିଛନ୍ତି । ଏହି କାମ କରି ସେମାନଙ୍କ ବେଶ ଦୁଇ ପଇସା ରୋଜଗାର ମଧ୍ୟ ହୋଇଯାଉଛି । ତେବେ ଶ୍ରୀମନ୍ଦିରରୁ ଅଙ୍ଗାର ଅଣାଯାଇ ବାହାରେ ବିକ୍ରି  କରିବା କେତେ ଯୁକ୍ତଯୁକ୍ତ ସେନେଇ ଶ୍ରୀମନ୍ଦିର  ପ୍ରଶାସନିକ ଅଧିକାରୀଙ୍କ ମତ ମିଳିପାରିନି ।

ଶ୍ରୀଜଗନ୍ନାଥ ସଂସ୍କୃତି ବରିଷ୍ଠ  ଗବେଷକ ଭାସ୍କର ମିଶ୍ର କହିଛନ୍ତି, ପ୍ରତ୍ୟେକ  ଦିନ ପୂଜାପଣ୍ଡା ସେବକମାନେ ରୋଷ ହୋମ୍‌ ଯଜ୍ଞ କରିବା ପରେ ଏହି ବୈଷ୍ଣବାଗ୍ନି ଯାଇ ରୋଷଘରେ କୋଠ ଭୋଗ ପ୍ରସ୍ତୁତିରେ ବ୍ୟବହାର ହୁଏ । ରାଜଭୋଗ ପ୍ରସ୍ତୁତି ପରେ ଏହି ଅଗ୍ନିକୁ ବରାଦି  ଭୋଗ ପ୍ରସ୍ତୁତି ନିମନ୍ତେ ମଧ୍ୟ ନିଆଯାଏ । ପ୍ରତ୍ୟେକ ଦିନ ଭୋଗ ପ୍ରସ୍ତୁତି ସରିବା ପରେ ଅଙ୍ଗାରୁଆ ସେବକ ଚୁଲିରୁ ଅଙ୍ଗାର କାଢ଼ନ୍ତି।  ଗୋବର ପାଣିଆ ସେବକ ଚୁଲି ଲିପାପୋଛା କରି ପୁନଃ ପରଦିନ ନିମନ୍ତେ ପ୍ରସ୍ତୁତ କରିଦିଅନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.