ପ୍ରମୂଖ ଖବର
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ପବିତ୍ର ଅନନ୍ତ ବ୍ରତ, ଚଳଚଞ୍ଚଳ ଅନନ୍ତ ବାସୁଦେବ ମନ୍ଦିର

ଭୁବନେଶ୍ୱର,୧୭/୦୯: ଭାଦ୍ରବ ଶୁକ୍ଳ ଚତୁଃର୍ଦଶୀ ଅବସରରେ ମଙ୍ଗଳବାର ପବିତ୍ର ଅନନ୍ତ ବ୍ରତ ପାଳନ ହେବ । ଏହି ପରିପ୍ରେକ୍ଷୀରେ ଏକାମ୍ର କ୍ଷେତ୍ରର ଅନନ୍ତ ବାସୁଦେବ ମନ୍ଦିରରେ ହୋଇଛି ବ୍ୟାପକ ବ୍ୟବସ୍ଥା । ଏଥିପାଇଁ ଉଭୟ ପ୍ରଶାସନ ଓ ସେବାୟତ ମାନେ  ମିଳିତ ଭାବେ ସହଯୋଗ କରିଛନ୍ତି । ସେବାୟତ ମାନଙ୍କ ଦ୍ୱାରା ମନ୍ଦିର ଆଲୋକୀକରଣ ସହ  ଧାଡି ଦର୍ଶନ ପାଇଁ ନିୟୋଜିତ କରାଯିବ ସ୍ୱେଚ୍ଛାସେବୀା ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ ଗସ୍ତ  କାର୍ଯ୍ୟକ୍ରମ ଥିବା ସତ୍ତେ୍ୱ ଏଠାରେ ଆବଶ୍ୟକ ସଂଖ୍ୟକ ପୋଲିସ  ମୁତୟନ କରାଯାଇଛି ବୋଲି ଲିଙ୍ଗରାଜ ଥାନା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ କହିଛନ୍ତି ।  

ସେ କହିଛନ୍ତି, ସୋମବାର ରାତି ଠାରୁ ୩ଟି ସିଫଟରେ ଜଣେ ଏସିପିଙ୍କ ନେତୃତ୍ୱରେ  ୪ ପ୍ଳାଟୁନ ଫୋର୍ସ,ଜଣେ ଇନସପେକ୍ଟର, ୨ ଏସଆଇ, ୯ଏଏସଆଇ,୫୦ ହୋମଗାର୍ଡ  ଏବଂ ୫୦ ଜଣ ମହିଳା କନଷ୍ଟେବଲ ସୁରକ୍ଷା କାର୍ଯ୍ୟରେ ସହଯୋଗ କରିବେ । ଭିଡ  ଆଶଙ୍କା କରି କୌଣସି ଯାନବାହାନ ବିନ୍ଦୁସାଗର ରୋଡକୁ ଛଡା ଯିବ ନାହିଁ । କାଚେରା  ପିଣ୍ଡି, ସାନିଟୋରିଅମ ଛକ ଓ ଲିଙ୍ଗରାଜ ମାର୍କେଟ କମ୍ପେ୍ଲକ୍ସରେ ଶ୍ରଦ୍ଧାଳୁ ଯାନ ବାହାନ ପାର୍କିଂ  କରି ପାରିବେ ବୋଲି ପୋଲିସ ପ୍ରଶାସନ ତରଫରୁ ସୂଚନା ଦିଆ ଯାଇଛି । 

ସ୍ୱତନ୍ତ୍ର ନୀତିନିର୍ଘଣ୍ଟ 

ସେବାୟତଙ୍କ ଦ୍ୱାରା ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ସୋମବାର ବିଳମ୍ବିତ ରାତି ସାଢେ  ୨ଟାରେ ଅନନ୍ତ ବାସୁଦେବ ମନ୍ଦିର ପହୁଡ ଖୋଲା ଯାଇ ୩ଟା ସୁଦ୍ଧା ମଙ୍ଗଳ ଆଳତୀ ଓ  ଅବକାଶ ନୀତି ସମ୍ପନ୍ନ ହେବ । ଏହା ପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ନିମନ୍ତେ ଅନୁମତି ଦିଆ  ଯିବ । ଅପରାହ୍ନ ୩ଟା ସୁଦ୍ଧା ଦର୍ଶନ ନୀତି ସମାପନ କରାଯାଇ ଦେଉଳ ପରିସର ସଫେଇ  କରାଯିବ । ଏହା ପରେ ଦିଅଁଙ୍କ ଅବଶିଷ୍ଟ ନୀତି ତ୍ୱାରାନ୍ୱିତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.