ପ୍ରମୂଖ ଖବର
  • ୪୫ ଦିନରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି ୬୬ କୋଟିରୁ ଅଧିକ ଶ୍ରଦ୍ଧାଳୁ: ୟୁପି ସିଏମ୍
  • ||
  • ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ, ସାଂସ୍କୃତିକ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ଝାରସୁଗୁଡ଼ା ଇକୋ ପାର୍କରେ ଅଗ୍ନିକାଣ୍ଡ, ଜଳିଗଲା ୨୨ ହଜାରରୁ ଉର୍ଦ୍ଧ୍ୱ ଗଛ
  • ||
  • କଟକ : ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ
  • ||
  • ବଲାଙ୍ଗୀର : ବରକୁ ହତ୍ୟା ଷଡ଼ଯନ୍ତ୍ର ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ପୁରୀ : ବାଲିକପିଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼, ରାତି ୩ଟାରେ ଉଠିବ ମହାଦୀପ
  • ||
  • ବାଲେଶ୍ୱର : ରାସ୍ତା କଡ଼ରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଶିବରାତ୍ରୀ ପାଇଁ ବାବା ଧବଳେଶ୍ୱରଙ୍କ ପୀଠରେ ଭକ୍ତଙ୍କ ସମାଗମ, ରାତି ୧ଟାରେ ଉଠିବ ମହାଦୀପ
  • ||
  • ଶ୍ରୀଲିଙ୍ଗରାଜ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼, ଠେଲାପେଲା ଭିତରେ ୨ ମହିଳା ଗୁରୁତର
  • ||
  • ଭଦ୍ରକ : ଦୁର୍ଘଟଣାଗ୍ରସ୍ତ ହୋଇ ଓଭର୍ ବ୍ରିଜ୍‌ରୁ ତଳକୁ ଖସିଲା ଦୁଇ ଟ୍ରକ୍‌, ୩ ଗୁରୁତର
  • ||
  • ଜାଗର ପାଇଁ ଚଳଚଞ୍ଚଳ ଲୋକନାଥଙ୍କ ପୀଠ, ଭୋର ୩ଟାରେ ଉଠିବ ମହାଦୀପ
  • ||

ଉତ୍ତରପ୍ରଦେଶର ନାବାଳକ ମାଲକାନଗିରିରୁ ଉଦ୍ଧାର, ଚାଇଲଡ ଲାଇନକୁ ହସ୍ତାନ୍ତର

Published By : Prameya | February 26, 2025 7:54 PM

ମାଲକାନଗିରି, ୨୬/୨(ଆପ୍ର ) : ମାଲକାନଗିରି ସହରରୁ  ଉତ୍ତର ପ୍ରଦେଶର ଜଣେ ମୁକ ବଧିର ବାଳକଙ୍କୁ ଉଦ୍ଧାର କରାଯାଇଛି। ଉକ୍ତ ନାବାଳକଙ୍କୁ ଚାଇଲଡ ଲାଇନକୁ ହସ୍ତାନ୍ତର କରାଯାଇଛି। ନାବାଳକ ଜଣକ କିପରି ତାଙ୍କ ଘରକୁ ଫେରିବ ସେ ନେଇ ଚାଇଲଡ ଲାଇନ ବ୍ୟବସ୍ଥା କରୁଛି। 

ପ୍ରାୟ ୪ ଦିନ ହେବ ମାଲକାନଗିରି ଆସି ନାବାଳକ ଜଣକ ଭିକ୍ଷା ବୃତ୍ତି କରୁଥିଲେ।  ପିଲାଟିକୁ ସାମାଜିକ କର୍ମୀ ରାମକୃଷ୍ଣ ଚୌଧୁରୀ ଉଦ୍ଧାର କରି ଚାଇଲ୍ଡ ଲାଇନକୁ ଜିମା ଦେଇଥିଲେ। ଉକ୍ତ ବାଳକ ନିକଟରୁ କୌଣସି ପ୍ରମାଣପତ୍ର  ମିଳି ନ ଥିଲା। ଉତ୍ତରପ୍ରଦେଶର ସୁଲତାନପୁର ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି। ନାବାଳକର ଆଧାର ଓ ଫୋନ୍ ହଜିଯାଇଥିବା ଯୋଗୁଁ ସେ ପରିବାର ସହ କୌଣସି ଯୋଗାଯୋଗ କରିପାରିନଥିବା "ଠାର" ମାଧ୍ୟମରେ କହିଥିଲା। ଚାଇଲ୍ଡ ଲାଇନ ତାର ଆଧାର କାର୍ଡ ବାହାରକରି ପୋଲିସ ସହାୟତାରେ ଘରକୁ ପଠାଇବା ବ୍ୟବସ୍ଥା କରିବ ବୋଲି ସାମାଜିକ କର୍ମୀ ଶ୍ରୀ ଚୌଧୁରୀ ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.