ପ୍ରମୂଖ ଖବର
  • ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ ପରେ ଆନ୍ଦୋଳନରୁ ହଟିଲା ଓଏଏସ ସଂଘ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ
  • ||
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଦଶମ ଛାତ୍ରୀ ପ୍ରସବ ଘଟଣା : ପ୍ରଧାନ ଶିକ୍ଷକ, ଏଏନଏମ ନିଲମ୍ବିତ ଏବଂ ମାଟ୍ରନ ବହିଷ୍କୃତ, ଯୁବକ ଗିରଫ

Published By : Suraj Kumar | February 25, 2025 10:03 PM

ମାଲକାନଗିରି /ଚିତ୍ରକୋଣ୍ଡା, ୨୫/୨ (ଆପ୍ର ) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକରେ  ମଙ୍ଗଳ ବିଭାଗର ଏକ ହାଇସ୍କୁଲରେ ଜଣେ ଦଶମ ଶ୍ରେଣୀ  ଛାତ୍ରୀ ମାଟ୍ରିକ ପରୀକ୍ଷା ଦେବାକୁ ଯାଇ ସନ୍ତାନ ପ୍ରସବ କରିଥିଲେ। ଏହି ଘଟଣାର ତଦନ୍ତ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।  ବିଦ୍ୟାଳୟର ମାଟ୍ରନ ସୁଚିତ୍ରା ଚର୍ଚ୍ଚିଙ୍କୁ ବହିଷ୍କାର କରାଯାଇଛି। ଏଏନଏମ କବିତା କୁମାରୀ ପାତ୍ର ଓ ବିଦ୍ୟାଳୟ  ପ୍ରଧାନ ଶିକ୍ଷକ ଅଜିତ କୁମାର ମାଡକାମିଙ୍କୁ ନିଲମ୍ବିତ କରାଯାଇଛି। ଏଥିସହ  ଛାତ୍ରୀଙ୍କୁ ଗର୍ଭବତୀ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି।

ଚିତ୍ରକୋଣ୍ଡା ବ୍ଲକରେ ଥିବା ଅନୁସୂଚିତ ଜାତି ଜନଜାତି ବିଦ୍ୟାଳୟର ଜଣେ ୧୦ ଶ୍ରେଣୀର ଛାତ୍ରୀ ସୋମବାର ପରୀକ୍ଷା ଦେଇ ସ୍କୁଲ ହଷ୍ଟେଲକୁ ଫେରି ଥିଲେ।  ହେଲେ ସନ୍ଧ୍ୟା ସମୟରେ ହଷ୍ଟେଲରୁ ଛାତ୍ରୀଙ୍କ ବାପାଙ୍କୁ ଫୋନ ଯାଇଥିଲା ଯେ ଝିଅ ହଷ୍ଟେଲରେ ନାହିଁ। ଯାହା ଫଳରେ ସ୍କୁଲକୁ ପହଞ୍ଚିଥିଲେ ବାପା ଓ ମା’। ହେଲେ ହଷ୍ଟେଲରେ ରାତିରେ ଝିଅ ଜଣକ ଏକ ସନ୍ତାନ ଜନ୍ମ ଦେଇଥିବା ଜାଣିବାକୁ ପାଇଥିଲେ। ଏ ନେଇ  ବାପା-ମା’  ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । ଏ ସମ୍ପର୍କ ରେ ଚିତ୍ରକୋଣ୍ଡା  ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରୀଙ୍କୁ ଉଦ୍ଧାର କରି  ପ୍ରଥମେ ଚିତ୍ରକୋଣ୍ଡା ହସ୍ପିଟାଲକୁ ନେଇ ଚିକିତ୍ସା କରିଥିଲେ।  ପରେ ରାତିରେ ଅଧିକ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ପଠାଇଥିଲେ। ମା’ ଓ ନବଜାତ ଶିଶୁ ସୁସ୍ଥ ଥିବାର ଡାକ୍ତର କହିଛନ୍ତି। ପୁଲିସ ତଦନ୍ତ  କରି  ପୀଡିତାଙ୍କ ଗ୍ରାମର ଜଣେ ଯୁବକକୁ ଗିରଫ କରିଛି।  

ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀ ଙ୍କ ନେତୃତ୍ୱ ରେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଗୁରୁବନ୍ଧୁ ପୂଜାରୀ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଅନୁଷ୍ଠାନିକ ଶିଶୁ ଯତ୍ନ ଅଧିକାରୀ ସୁଦେଷ୍ନା ରାଉତ ,ଚାଇଲଡ ଲାଇନ ସୁପରଭାଇଜର, ଚିତ୍ରକୋଣ୍ଡା ବିଡିଓ ପ୍ରିତା କୁମାର ପ୍ରମୁଖ ଅଧିକାରୀ ଉକ୍ତବିଦ୍ୟାଳୟକୁ ଯାଇ ତଦନ୍ତ କରିଥିଲେ ।  ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ଯାଇ ଛାତ୍ରୀକୁ ଭେଟି ତଥ୍ୟ ସଂଗ୍ରହ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦାଖଲ କରିଛନ୍ତି। ଏ ସମ୍ପର୍କରେ  ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀଙ୍କୁ  ସହ ଯୋଗାଯୋଗ କରାଯିବାରୁ ସେ କହିଥିଲେ ଯେ  ଏହି ଘଟଣାକୁ ଗୁରୁତ୍ବର ଭାବେ ନିଆ ଯାଇଛି। ଜିଲ୍ଲାପାଳଙ୍କୁ ତଦନ୍ତର ରିପୋର୍ଟ ଦାଖଲ  କରାଯାଇଛି।  ତାଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟ ରେ ଅବହେଳା ପାଇଁ ହଷ୍ଟେଲର ମାଟ୍ରନ ସୁଚିତ୍ରା ଚର୍ଚ୍ଚି ଙ୍କୁ କାର୍ଯ୍ୟ ରୁ ବହିଷ୍କାର କରାଯାଇଛି। ଏଥିସହ  ଏ ଏନଏମ  କବିତା କୁମାରୀ ପାତ୍ର ଓ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.