ମାଲକାନଗିରି, ୨୫/୨ : ପୋଲାଭରମ ବିରୋଧି ଆନ୍ଦୋଳନକୁ ଜୋରଦାର କରିବ ପୋଲାଭରମ କ୍ରିୟାନୁଷ୍ଠାନ କମିଟି l ମାଲକାନଗିରି ସୀମାନ୍ତ ମୋଟୁଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଲଢ଼ିବ ପୋଲାଭରମ କ୍ରିୟାନୁଷ୍ଠାନ କମିଟି l ପୋଲଭାରମ ପ୍ରକଳ୍ପକୁ ବିରୋଧ କରି ଜୋରଦାର ଆନ୍ଦୋଳନ ଲାଗି ପ୍ରସ୍ତୁତି ଚଲାଇଛି ପୋଲାଭରମ କ୍ରିୟାନୁଷ୍ଠାନ କମିଟି । ଆସନ୍ତା ୨୮ ତାରିଖରେ ମାଲକାନଗିରି ସୀମାନ୍ତ ମୋଟୁଠାରେ ଏକ ବଡ ଧରଣର ଆନ୍ଦୋଳନ ଲାଗି ପୋଲାଭରମ କ୍ରିୟାନୁଷ୍ଠାନ କମିଟି ପ୍ରସ୍ତୁତ ଚଳାଇଛି l ସୀମାନ୍ତ ମୋଟୁ ଠାରେ ତିନିରାଜ୍ୟ ତଥା ଆନ୍ଧ୍ର, ଓଡିଶା ଓ ଛତିଶଗଡ଼ ର ବହୁ ଲୋକେ ଏକତ୍ରିତ ହୋଇ ଆସନ୍ତା ୨୮ ତାରିଖ ଦିନ ପାଇଁ ପୋଲାଭରମ କୁ ବିରୋଧ କରିବା ପୋଲାଭରମ କ୍ରିୟାନୁଷ୍ଠାନ କମିଟି ଆହ୍ବାନ ଦେଇଛି।
ସମସ୍ତେ ନିଜର ଭିଟାମାଟି,ପରମ୍ପରା, ଓ ସଂସ୍କୃତି କୁ ବଞ୍ଚେଇ ରଖିବା ପାଇଁ ପଲ୍ଲୀ ରୁ ଦିଲ୍ଲୀ ପର୍ଯ୍ୟନ୍ତ ଲଢେଇ କରିବା କୁ ଆହ୍ବାନ ଦେଇଛି l ପୋଲାଭରମ ସମ୍ପୂର୍ଣ୍ଣ ହେଲେ ଆନ୍ଧ୍ରକୁ ହେବ ଲାଭ ଓଡିଶା ସହିବ କ୍ଷତି l ପୋଲାଭରମ ସମ୍ପୂର୍ଣ୍ଣ ହେଲେ ସୀମାନ୍ତ ମୋଟୁ, ଆଲମା, ବିନାୟକପୁର, ମୁରୁଲିଗୁଡା, ପେଟା ,ଜିନେଲଗୁଡା, କୋଟନପଲ୍ଲୀ, ରେଡିପାଲ ,ପିନାମାଦୁଗୁର, କାମଲାପୁରାମ, ମୋଖାନପାଲି, ଘାର୍ଷାପାଲି, କୁର୍ଶନପାଲି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯିବ। ସେହିଭଳି ୧୩୦ ଖଣ୍ଡ ଗାଁ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯିବ l
ମାଲକାନଗିରି ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ପୋଲାଭରମ କ୍ରିୟାନୁଷ୍ଠାନ କମିଟି ରେ ବିଜେଡି ର ଜାତୀୟ ମୁଖପାତ୍ର ପ୍ରଦୀପ ମାଝୀ, ପିପୁଲ ଏଗନେଷ୍ଟ ପୋଲାଭରମ ପ୍ରୋଜେକ୍ଟ ର ଅଧ୍ୟକ୍ଷ ପ୍ରଭାକର ହନ୍ତାଳ, ଓ ସହ ସମ୍ପାଦକ ଆଡ଼ି ଦେବାଦନମ, ବିଜେଡି ପୂର୍ବତନ ବିଧାୟକ ମାନସ ମାଡକାମୀ, ପ୍ରମୁଖ ଉପସ୍ଥିତ ରହି ଆସନ୍ତା ୨୮ ତାରିଖ କାର୍ଯ୍ୟକ୍ରମ କିଭଳି ସଫଳ ହେବ ତାହା ତିନି ରାଜ୍ୟ ସହ ଆଲୋଚନା କରାଯାଇଥିବାର ସୂଚନା ଦେଇଛନ୍ତି।