ପ୍ରମୂଖ ଖବର
  • ୧୯୮୪ ଶିଖ୍‌ ଦଙ୍ଗା ମାମଲା, ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ
  • ||
  • ଚିକିଟି ମଦ ମୃତ୍ୟୁ ମାମଲା, ୬ ମାସ ପରେ ଅବକାରୀ କମିଶନରଙ୍କ ତଦନ୍ତ ଆରମ୍ଭ
  • ||
  • ବିଧାନସଭାର CAG ରିପୋର୍ଟ, ମଦନୀତିରେ ଦିଲ୍ଲୀ ସରକାରଙ୍କୁ ୨ ହଜାର କୋଟିର କ୍ଷତି
  • ||
  • ନିମାପଡ଼ାରୁ ନକଲି ପରୀକ୍ଷାର୍ଥୀ ଗିରଫ, ଆଡମିଟ୍ କାର୍ଡରେ ଫଟୋ ମ୍ୟାଚ୍ ନହେବାରୁ ଧରାପଡ଼ିଲେ
  • ||
  • ଚାପଡରେ ହାଣି ପ୍ରେମିକା ସହ ୬ଜଣଙ୍କୁ ବିଭତ୍ସ ହତ୍ୟା, ଥାନାରେ ଆତ୍ମସମର୍ପଣ କଲେ ଯୁବକ
  • ||
  • ଉଦଳା; ସୀମା ଟପିଗଲା ଅମାନୁଷିକତା। ବିଦ୍ୟାଳୟରେ ପରିସ୍ରା ଓ ବାନ୍ତି କରିଦେଲେ ବୋଲି ଦିବ୍ୟାଙ୍ଗ ଛାତ୍ରୀଙ୍କୁ ନିର୍ଘାତ ମାଡ଼
  • ||
  • ପୋଲିସକୁ ଚକମା ଦେଇ ଚମ୍ପଟ୍ ମାରିବା ବେଳେ ଗୋରୁ ବୋଝେଇ ଟ୍ରକ୍ ଦୁର୍ଘଟଣା, ଡ୍ରାଇଭର୍ ଫେରାର୍
  • ||
  • ଆଇସିସି ଚାମ୍ପିଅନ୍ସ ଟ୍ରଫି: ଆଜି ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଟକ୍କର, ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍
  • ||
  • ରାଜ୍ୟରେ ୪ଦିନ ଯାଏ ଶୁଖିଲା ପାଗ, ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||
  • ଓଡ଼ିଶାରେ ମୃଦୁ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୧ ରେକର୍ଡ, ବଙ୍ଗୋପସାଗର କେନ୍ଦ୍ରସ୍ଥଳ
  • ||

ସମ୍ବଲପୁରୀ ବ୍ରାଣ୍ଡର ବଜାର ଚାହିଦା ବଢାଇବା ଲକ୍ଷ୍ୟ : ଧର୍ମେନ୍ଦ୍ର ପ୍ରଧାନ

Published By : Prameya | February 25, 2025 10:43 PM

ପଡ଼ିଆବାହାଲ, ୨୫।୨ – କେନ୍ଦ୍ର ଓ ରାଜ୍ୟର ଡବଲ ଇଞ୍ଜିନର ସରକାରରେ ଜାତୀୟ ହସ୍ତତନ୍ତ ବିକାଶ କାର୍ଯ୍ୟକ୍ରମ (ଏନଏଚଡିପି) ସମେତ ବିଭିନ୍ନ ଯୋଜନାରେ ସମ୍ବଲପୁର ଜିଲ୍ଲାର ବୁଣାକାରଙ୍କୁ ପ୍ରଶିକ୍ଷଣ,   ଆନୁଷଙ୍ଗିକ ଭିତ୍ତିଭୂମି ଏବଂ ଉପଯୁକ୍ତ ବଜାର ଯୋଗାଇ ସେମାନଙ୍କୁ ସଶକ୍ତ, ସ୍ୱାବଲମ୍ବୀ ଓ ଆତ୍ମନିର୍ଭର କରିବାର ଲକ୍ଷ୍ୟ ରଖାଯାଇଛି । ମୂଳତଃ ସମ୍ବଲପୁରୀ ବ୍ରାଣ୍ଡର ବଜାର ଚାହିଦା ବଢାଇବା ଆମର ଲକ୍ଷ୍ୟ ରହିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

 ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମ୍ବଲପୁର ଜିଲ୍ଲାର ପଡ଼ିଆବାହାଲ ବୁଣାକାର ଗ୍ରାମ ବଡତୁରଙ୍ଗ ଠାରେ ଭାରତ ସରକାରଙ୍କ ଜାତୀୟ ହସ୍ତତନ୍ତ ବିକାଶ କାର୍ଯ୍ୟକ୍ରମ ଅଧୀନରେ ବୁଣାକାର ଓ ହସ୍ତତନ୍ତ କାରିଗରମାନଙ୍କୁ ସହାୟକ ହେବା ଭଳି ଉପକରଣ ବିତରଣ କରିଛନ୍ତି । ସମର୍ଥ ବୁଣା ପ୍ରଶିକ୍ଷଣ ସାର୍ଟିଫିକେଟ, ହସ୍ତତନ୍ତ ବିକାଶ ସହାୟତା, ଲୁମ୍, ଲାଇଟିଂ ୟୁନିଟ୍ ଆଦି ସହାୟତା ସେମାନଙ୍କୁ ପ୍ରଦାନ କରିଛନ୍ତି ଶ୍ରୀ ପ୍ରଧାନ ।  ସେ କହିଛନ୍ତି ଯେ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ସହଯୋଗରେ ଆଜିର କାର୍ଯ୍ୟକ୍ରମ ବୁଣାକାର ଭାଇ ଭଉଣୀମାନଙ୍କ ପରିଶ୍ରମକୁ ସ୍ୱୀକୃତି ଦେବାର ଏକ ନିଆରା ପଦକ୍ଷେପ । ଏହି ପଦକ୍ଷେପ ଦ୍ୱାରା ହସ୍ତତନ୍ତ ଓ ବୟନଶିଳ୍ପର ଉଭୟ ଉତ୍ପାଦନ ଓ ଚାହିଦା ବଢିବ । ବୁଣାକାର ତଥା ହସ୍ତତନ୍ତ କାରିଗରଙ୍କ ମାନଙ୍କର ରୋଜଗାର ବଢିବ ।ସେମାନଙ୍କ ପ୍ରତିଭା ଲୋକାଦୃତ ହେବା ସହ ଆର୍ଥିକ ଦୃଷ୍ଟିରୁ ସେମାନେ ସମ୍ପନ୍ନ ହେବେ । 

 ସମ୍ବଲପୁର ସମେତ ବରଗଡ, ସୋନପୁର, ବୌଦ୍ଧ, କଳାହାଣ୍ଡି ଓ  ବଲାଙ୍ଗୀର ଆଦି ଜିଲ୍ଲାରେ ବୁଣାକାରମାନଙ୍କ ସଂଖ୍ୟା ଅଧିକ ।  ଓଡ଼ିଶାର ବୁଣାକାରମାନଙ୍କୁ ପ୍ରଶିକ୍ଷଣ ଦେବାର ଯୋଜନା ହେବ । ସେମାନଙ୍କୁ ବ୍ୟବସାୟ ସହ ଯୋଡାଯିବ । ଭାରତ ସରକାର ଓ ରାଜ୍ୟ ସରକାର ଏଥିରେ ସହଯୋଗୀ ହେବେ ।   ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ଡବଲ ଇଞ୍ଜିନ ସରକାର ଆମର ବୁଣାକାର ଭାଇ ଭଉଣୀମାନଙ୍କ ଆୟକୁ ଦୁଇ ଗୁଣା କରିବା ପାଇଁ ବଦ୍ଧ ପରିକର । ଶ୍ରୀ ପ୍ରଧାନ କେନ୍ଦ୍ର ସରକାରଙ୍କ ପିଏମ ସୂର୍ଯ୍ୟଘର ଯୋଜନା ସମେତ ରାଜ୍ୟ ସରକାରଙ୍କ ସୁଭଦ୍ରା ଓ ଅନ୍ୟାନ୍ୟ କୃଷି ଭିତ୍ତିକ ଯୋଜନା ଉପରେ ଆଲୋକପାତ କରିବା ସହ ବଡତୁରଙ୍ଗକୁ ଏକ ଆଦର୍ଶ ଗ୍ରାମରେ ପରିଣତ କରିବା ପାଇଁ ସେ ଆହ୍ୱାନ କରିଥିଲେ ।  ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ ଏହି ଗ୍ରାମରେ ଥିବା ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.