ପ୍ରମୂଖ ଖବର
  • ୧୯୮୪ ଶିଖ୍‌ ଦଙ୍ଗା ମାମଲା, ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ
  • ||
  • ଚିକିଟି ମଦ ମୃତ୍ୟୁ ମାମଲା, ୬ ମାସ ପରେ ଅବକାରୀ କମିଶନରଙ୍କ ତଦନ୍ତ ଆରମ୍ଭ
  • ||
  • ବିଧାନସଭାର CAG ରିପୋର୍ଟ, ମଦନୀତିରେ ଦିଲ୍ଲୀ ସରକାରଙ୍କୁ ୨ ହଜାର କୋଟିର କ୍ଷତି
  • ||
  • ନିମାପଡ଼ାରୁ ନକଲି ପରୀକ୍ଷାର୍ଥୀ ଗିରଫ, ଆଡମିଟ୍ କାର୍ଡରେ ଫଟୋ ମ୍ୟାଚ୍ ନହେବାରୁ ଧରାପଡ଼ିଲେ
  • ||
  • ଚାପଡରେ ହାଣି ପ୍ରେମିକା ସହ ୬ଜଣଙ୍କୁ ବିଭତ୍ସ ହତ୍ୟା, ଥାନାରେ ଆତ୍ମସମର୍ପଣ କଲେ ଯୁବକ
  • ||
  • ଉଦଳା; ସୀମା ଟପିଗଲା ଅମାନୁଷିକତା। ବିଦ୍ୟାଳୟରେ ପରିସ୍ରା ଓ ବାନ୍ତି କରିଦେଲେ ବୋଲି ଦିବ୍ୟାଙ୍ଗ ଛାତ୍ରୀଙ୍କୁ ନିର୍ଘାତ ମାଡ଼
  • ||
  • ପୋଲିସକୁ ଚକମା ଦେଇ ଚମ୍ପଟ୍ ମାରିବା ବେଳେ ଗୋରୁ ବୋଝେଇ ଟ୍ରକ୍ ଦୁର୍ଘଟଣା, ଡ୍ରାଇଭର୍ ଫେରାର୍
  • ||
  • ଆଇସିସି ଚାମ୍ପିଅନ୍ସ ଟ୍ରଫି: ଆଜି ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଟକ୍କର, ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍
  • ||
  • ରାଜ୍ୟରେ ୪ଦିନ ଯାଏ ଶୁଖିଲା ପାଗ, ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||
  • ଓଡ଼ିଶାରେ ମୃଦୁ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୧ ରେକର୍ଡ, ବଙ୍ଗୋପସାଗର କେନ୍ଦ୍ରସ୍ଥଳ
  • ||

ଜାତୀୟ ସ୍ତରରେ ଭୀମମଣ୍ଡଳୀର ପୁରାତନ ଐତିହ୍ୟ ଗାଥା ଲୋକଲୋଚନକୁ ଅଣାଯିବ : ଧର୍ମେନ୍ଦ୍ର ପ୍ରଧାନ

Published By : Prameya | February 25, 2025 5:58 PM

ନାକଟିଦେଉଳ, ୨୫।୨ : ଜାତୀୟ ସ୍ତରରେ ଭୀମମଣ୍ଡଳୀର ପୁରାତନ ଐତିହ୍ୟ ଗାଥାକୁ ଲୋକଲୋଚନକୁ ଅଣାଯିବ । ଏ ସମ୍ପର୍କରେ ଜାତୀୟ ସ୍ତରର କର୍ମଶାଳା ଆୟୋଜନ କରାଯିବା ସହ ଉଚ୍ଚସ୍ତରୀୟ ଗବେଷଣା କରାଯିବ। ମଙ୍ଗଳବାର ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଚମ୍ପାଳୀ ନଦୀ ନିକଟରେ ଐତିହାସିକ ଭୀମମଣ୍ଡଳୀ ସ୍ଥାନ ପରିଦର୍ଶନ କରିବା ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । 

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସ୍ଥାନୀୟ ଅଧିବାସୀ ଓ ଦଳର କାର୍ଯ୍ୟକର୍ତ୍ତାଙ୍କ ସହ ପାହାଡିଆ ଏବଂ ପଥୁରିଆ ଜଙ୍ଗଲ ରାସ୍ତାରେ ଚାଲି ଚାଲି ଭୀମମଣ୍ଡଳୀରେ ଥିବା ପ୍ରସ୍ତର ଯୁଗର ଗୁମ୍ଫା ଓ ଶିଳାଲେଖ ଦେଖିଥିଲେ । ସ୍ଥାନୀୟ ଅଧିବାସୀଙ୍କ ସହ ମିଶିବା ସହ କଥା ହୋଇଥିଲେ । ସେହି ଅଞ୍ଚଳରେ ଥିବା ପୀଠ ଓ ମନ୍ଦିର ଦର୍ଶନ କରିବା ସହ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିଥିଲେ । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ର ଅଧିକାରୀଙ୍କ ସହ ଏହି ଐତିହାସିକ ସ୍ଥାନର ଉତ୍ପତ୍ତି, ଐତିହ୍ୟ, ଇତିହାସ ଓ ମାନବ ସଭ୍ୟତାର ପ୍ରାମାଣିକ ତଥ୍ୟ ଉପରେ  ଆଲୋଚନା କରିଥିଲେ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭୀମମଣ୍ଡଳୀରେ ୧୦୦ ରୁ ଅଧିକ ଗୁମ୍ଫା ରହିଛି, ଯେଉଁଥିରେ ମାନବ ସଭ୍ୟତାର ପ୍ରମାଣ ମିଳିଛି । ଏଠାରେ ପାଖାପାଖି ୩୦,୦୦୦ ବର୍ଷ ପୂର୍ବରୁ ମାନବସଭ୍ୟତା ଗଢି ଉଠିଥିଲା ବୋଲି ବିଭିନ୍ନ ପ୍ରାମାଣିକ ତଥ୍ୟରୁ ଐତିହାସିକକାରମାନେ ମତ ଦେଇଛନ୍ତି, ଯାହା ସମଗ୍ର ବିଶ୍ୱରେ ବିରଳ ।  ଭୀମମଣ୍ଡଳୀରେ ବହୁତ ପ୍ରାଚୀନ ପାହାଡ଼, ଗୁମ୍ଫାମାନ ସବୁ ଅଛି । ଏହାର ପ୍ରତ୍ନତାତ୍ତ୍ୱିକ ବୟସ ପ୍ରାୟ ପ୍ରସ୍ତର ଯୁଗ ସମୟର ବୋଲି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ତଥ୍ୟରୁ ଜଣାପଡିଛି । ପାହାଡ଼ ଗୁମ୍ପାରେ ବିଭିନ୍ନ ପ୍ରାଚୀନ ଶିଳାଲେଖ ସହ ହରିଣ, ହାତୀ ଏବଂ ବିଭିନ୍ନ ସାଙ୍କେତିକ ଭାଷାର ଚିତ୍ର ଅଙ୍କାଯାଇଛି । ଭିନ୍ନ ଭିନ୍ନ ରଙ୍ଗରେ ପୁରାତନ ସମୟର ଅନେକ ଉପକରଣ ଏଠାରେ ଖୋଦିତ ହୋଇଛି, ଯାହା ଆମ ପାଇଁ ଅତ୍ୟନ୍ତ ଗୌରବର ବିଷୟ । ଏହି ସ୍ଥାନ ପ୍ରମାଣିତ କରୁଛି ଯେ, ଆମ ସଭ୍ୟତା ବହୁତ ଗଭୀର ଓ ପୁରାତନ । ରେଢ଼ାଖୋଲ ମାଟିରୁ ମହିମା ଧର୍ମର ମହାନ ପ୍ରଚାରକ ସନ୍ଥ କବି ଭୀମ ଭୋଇ ବିଶ୍ଵକୁ ଜଗତ କଲ୍ୟାଣର ବାର୍ତ୍ତା ଦେଇଥିଲେ । ଏ ସବୁ ପ୍ରମାଣିତ କରୁଛି, ଯେ ଏହା ଏକ ସଭ୍ୟତାର ଉତ୍ପତ୍ତି ସ୍ଥଳୀ ।

 ରାଜ୍ୟ ସରକାର ନିକଟରେ ଭୀମମଣ୍ଡଳୀ ଓ ଦେବଝରନକୁ ସରକାରୀ ପର୍ଯ୍ୟଟନ ତାଲିକାରେ ସାମିଲ କରିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ସମ୍ବଲପୁର ଜିଲ୍ଲାରେ ମାଆ ସମଲେଶ୍ୱରୀଙ୍କ ମନ୍ଦିର, ସନ୍ଥ କବି ଭୀମ ଭୋଇଙ୍କ ପୀଠ ଶୂନ୍ୟବ୍ରହ୍ମ, ହୀରାକୁଦ ଡ୍ୟାମ, ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ସ୍ଥାନ ଖିଣ୍ଡା, ଉଷା କୋଠି ଭଳି ପର୍ଯ୍ୟଟନସ୍ଥଳୀ ଅଛି । ଆଗାମୀ ଦିନରେ ଏହି ସ୍ଥାନକୁ ବୈଶ୍ୱିକ ପରିଚୟ ଦେବା ପାଇଁ ପ୍ରୟାସ କରାଯିବ । ଭାରତ ସରକାରଙ୍କ ଆଇସିଏଚଆର ସମେତ ବିଭିନ୍ନ ମାଧ୍ୟମରେ ଉଚ୍ଚସ୍ତରୀୟ ଗବେଷଣା କରାଯିବ । ସମ୍ବଲପୁର ଗଙ୍ଗାଧର ବିଶ୍ଵବିଦ୍ୟାଳୟ ଆନୁକୁଲ୍ୟରେ ଉଚ୍ଚସ୍ତରୀୟ କର୍ମଶାଳା କରି ଏହି ସ୍ଥାନର ଅଧିକ ପ୍ରଚାର ପ୍ରସାର କରାଯିବ । ଦେବ୍ରୀଗଡ଼, ଭୀମମଣ୍ଡଳୀ ଏବଂ ହୀରାକୁଦକୁ ନେଇ ସମନ୍ୱିତ ପର୍ଯ୍ୟଟନସ୍ଥଳୀର ବିକାଶ କରାଯିବ । ଦେବ୍ରିଗଡ, ଭୀମ ମଣ୍ଡଳୀ ଓ ହୀରାକୁଦକୁ ନେଇ ଏକ ପର୍ଯ୍ୟଟନ କ୍ଲଷ୍ଟର କରିବା ପାଇଁ ଜିଲ୍ଲା ପ୍ରଶାସନ ସହ ଶ୍ରୀ ପ୍ରଧାନ ଆଲୋଚନା କରିଛନ୍ତି ।  ଏହା ଦ୍ୱାରା ଐତିହ୍ୟସମ୍ପନ୍ନ ଅଞ୍ଚଳର ପ୍ରସିଦ୍ଧି ବଢିବା ସହ ଅଞ୍ଚଳରେ ବ୍ୟାପକ ରୋଜଗାର ସୃଷ୍ଟି ହେବ । ଜାତୀୟ ସ୍ତରରେ ଦେବ୍ରିଗଡ ଓ ଭୀମମଣ୍ଡଳୀ ସ୍ଥାନର ପ୍ରଚାର ପ୍ରସାର ପାଇଁ ପ୍ରୟାସ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । 

ଶ୍ରୀ ପ୍ରଧାନ ଆହୁରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆକାଂକ୍ଷା ବ୍ଲକ ଅଧୀନରେ ପରିବର୍ତ୍ତନ ହୋଇଥିବା ୫୦୦ ବ୍ଲକ ମଧ୍ୟରୁ ନାକଟିଦେଉଳ ବ୍ଲକ ଅନ୍ୟତମ । ଏଠାରେ ମୌଳିକ ବିକାଶ ସହ ଜନସାଧାରଣଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ପାଇଁ ଆମ ସରକାର ବଦ୍ଧ ପରିକର ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.