ରାଉରକେଲା,୨୫।୨ : ମାଟି ଅତଡା ଧସି ତିନି ଶ୍ରମିକ ଗୁରୁତର । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ବରସୁଆଁ ଦମାଳ ଖଣି ଅଚଂଳରେ ଏହି ଘଟଣା ଘଟିଛି। ଗୁରୁତର ତିନି ଶ୍ରମିକଙ୍କ ମଧ୍ୟରେ ଜଣେ ମହିଳା ଶ୍ରମିକ ଅଛନ୍ତି । ତିନି ଗୁରୁତର ଶ୍ରମିକଙ୍କୁ ପ୍ରଥମେ ବଣାଇ ପରେ ରାଉରକେଲା ସରକାରୀ ଡ଼ାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ଗୁରୁତର ଶ୍ରମିକମାନେ ହେଲେ ନାତାନି ହର , ଅଗସ୍ତି ମୁଣ୍ଡା , ଫୁଲମଣୀ ଟପ୍ନ ।
ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ବରସୁଆଁ ଦମାଳ ଖଣି ଅଚଂଳରେ ଶ୍ରମିକମାନେ କାମ କରୁଥିଲେ।ଏହି ସମୟରେ ମାଟି ଅତଢ଼ା ଧସି ପଡିଥିଲା । ମାଟି ତଳେ ପୋତି ହୋଇ ତିନି ଶ୍ରମିକ ରହିଯାଇଥିଲେ । ଘଟଣା ସ୍ଥଳରୁ ତିନି ଶ୍ରମିକଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ତୁରନ୍ତ ତିନି ଗୁରୁତର ଶ୍ରମିକଙ୍କୁ ପ୍ରଥମେ ବଣାଇ ଡ଼ାକ୍ତରଖାନା ପରେ ରାଉରକେଲା ସରକାରୀ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ପୋଲିସ ସହ ସ୍ଥାନୀୟ ପ୍ରଶାସନ ପହଞ୍ଚି ଘଟଣାର ତଦନ୍ତ କରୁଛି।