ପ୍ରମୂଖ ଖବର
  • ମାଲକାନଗିରି : ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀଙ୍କ ୮ ନକ୍ସଲ, ତନ୍ମଧ୍ୟରୁ ଜଣେ ମହିଳା
  • ||
  • କଣ୍ଟାବାଞ୍ଜି : ଘରୋଇ ସ୍କୁଲର ମହିଳା ଆକାଉଣ୍ଟାଣ୍ଟଙ୍କୁ ହତ୍ୟା! ତଦନ୍ତ କରୁଛି ପୋଲିସ
  • ||
  • ସମ୍ୱଲପୁର : ମଶାଣି ନିକଟରୁ ଅଜଣା ଗଳିତ ମୃତଦେହ ଉଦ୍ଧାର, ହତ୍ଯା ସନ୍ଦେହ
  • ||
  • ନୂଆପଡ଼ା : ଜମିବାଡ଼ିକୁ ନେଇ ଗଣ୍ଡଗୋଳ, ୩ ଗୁରୁତର
  • ||
  • ଭରତପୁର ଥାନାରେ ଲାଗିବ ୨୫ ସିସିଟିଭି, ଆରମ୍ଭ ହେଲା ପ୍ରକ୍ରିୟା
  • ||
  • ଭୁବନେଶ୍ୱର : ବନ୍ଦ ଡାକରା ପ୍ରତ୍ୟାହାର କଲା ବିଜେଡି, ହେବନି ଆନ୍ଦୋଳନ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ କମୁନି ଦାଦନ ଦୁଃଖ; ଚାଲାଣ ବେଳେ ୧୨ ଶ୍ରମିକ ଉଦ୍ଧାର, ୨ ଦଲାଲ ଗିରଫ
  • ||
  • ଚୌଦ୍ୱାର : ବିରୂପା ବ୍ୟାରେଜ ନିକଟରେ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରି : ଡଙ୍ଗା ଚଳାଇ ଚିତ୍ରକୋଣ୍ଡା ଗାଁକୁ ଗଲେ ବିଧାୟକ, ଲୋକଙ୍କ ଦୁଃଖ ପଚାରି ବୁଝିଲେ
  • ||
  • ଭରତପୁର ଥାନାରେ ହଙ୍ଗାମା ଘଟଣା: କିଏ ସତ କହୁଛି ? ମିଛଧରା ପରୀକ୍ଷାକୁ ଭରସା କରିଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ଚାନ୍ଦବାଲି : ଅଙ୍ଗନବାଡ଼ି କେନ୍ଦ୍ରରେ ୧୫ ଦିନ ହେଲା ଝୁଲୁଛି ତାଲା, ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ
  • ||
  • ରାଉରକେଲାରେ ଲଜ୍ଜ୍ୟା: ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ, ମୋବାଇଲ ଟ୍ରାକିଂରୁ ଧରାପଡ଼ିଲେ ୩ ଅଭିଯୁକ୍ତ
  • ||
  • ନବରଙ୍ଗପୁର : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା : ୬ ଘଣ୍ଟା ବନ୍ଦ ଡାକରା ଦେଲା ଜୟ ତେନ୍ତୁଳୀଖୁଣ୍ଟି ସାମାଜିକ ସଂଘଠନ, ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି
  • ||
  • ଆଜି ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ, ସର୍ବାଧିକ ୧୦୦୦ଟି ଅଭିଯୋଗର ଶୁଣାଣି ହେବ
  • ||
  • ୨୪ ଘଣ୍ଟାରେ ସୃଷ୍ଟି ହୋଇପାରେ ଲଘୁଚାପ: ୪ ଦିନ ପ୍ରବଳ ବର୍ଷିବ, ୧୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

କିଛି ବଡ଼ ହେବାର ଅଛି, ତୁରନ୍ତ ଲେବାନନ୍ ଛାଡ: ଆମେରିକା ସହ ବହୁ ଦେଶ ନିଜ ନାଗରିକଙ୍କୁ କଲା ସତର୍କ

ନୂଆଦିଲ୍ଲୀ,୨୨।୯: ହିଜବୁଲା ଆତଙ୍କବାଦୀଙ୍କ ଉପରେ ଇସ୍ରାଏଲର ଆକ୍ରମଣ ଜାରି ରହିଛି। ଏହା ଭିତରେ ଆମେରିକା, ଫ୍ରାନ୍ସ, କାନାଡା ଓ ବ୍ରିଟେନ୍‌ର ସରକାର ଲେବାନନରେ ଥିବା ନିଜ ନାଗରିକଙ୍କୁ ପରାମର୍ଶ ଦେଇଛି, ଯେତେ ଜଲଦି ହେବ ସେତେ ଶୀଘ୍ର ଦେଶ ଛାଡି ଦିଅ। ଆମେରିକା ବୈଦେଶିକ ବିଭାଗ କହିଛି, ଯେଉଁ ପର୍ଯ୍ୟନ୍ତ ବିମାନ ଚଳାଚଳ ଉପଲବ୍ଧ ରହିଛି, ସେ ପର୍ଯ୍ୟନ୍ତ ଲେବାନନ୍ ଛାଡି ଦିଅ। କିଛି ଦିନ ଭିତରେ ସୁରକ୍ଷା ସ୍ଥିତି ଖୁବ୍ ଖରାପ ହୋଇପାରେ। ନିକଟରେ ଲେବାନନ୍ ଉପରେ ଇସ୍ରାଏଲର ଡ୍ରୋନ୍ ଆକ୍ରମଣରେ ହିଜବୁଲାର ଟପ୍ କମାଣ୍ଡର ଅହମ୍ମଦ ବାହଭି ସହିତ ବହୁ ଲୋକଙ୍କ ଜୀବନ ଯାଇଥିଲା। ବେରୁଟ୍‌ରେ ଇସ୍ରାଏଲର ଆକ୍ରମଣରେ ମୃତକଙ୍କ ସଂଖ୍ୟା ୩୭ ହୋଇଯାଇଛି। 

ସମସ୍ତେ ପୂର୍ବରୁ ଇସ୍ରାଏଲ ପିଏମ୍ ବେଞ୍ଜାମିନ୍ ନେତନ୍ୟାହୁ ଯୁଦ୍ଧ କ୍ୟାବିନେଟ୍ ଘୋଷଣା କରିଥିଲେ ଯେ, ହମାସ ପରେ ଏବେ ହିଜବୁଲା ସହ ସିଧା ଟକ୍କର ହେବାର ସମୟ ଆସି ଯାଇଛି। ଏହାପରେ ସେ ଲଗାତାର ହୁଜବୁଲା ଉପରେ ଆକ୍ରମଣ କରୁଛନ୍ତି। ପେଜର ଓ ଓ୍ବାକି-ଟକି ବିସ୍ଫୋରଣରେ ବହୁ ହିଜବୁଲା   କମାଣ୍ଡରଙ୍କୁ ଇସ୍ରାଏଲ ମାରିସାରିଛି। ଏହି ଆକ୍ରମଣରେ ୪ ହଜାରରୁ ଅଧିକ ଆହତ ହୋଇଛନ୍ତି। ଶୁକ୍ରବାର ବେରୁଟ୍‌ ଫରେ ହୋଇଥିବା ଆକ୍ରମଣରେ ମୃତକଙ୍କ ସଂଖ୍ୟା ୩୭ ହୋଇଯାଇଛି।

ଅନ୍ୟପକ୍ଷେ ହିଜବୁଲା ମଧ୍ୟ ଇସ୍ରାଏଲ ଉପରେ କାଉଣ୍ଟର ଆଟାକ୍ କରୁଛି। ରବିବାର ଇସ୍ରାଏଲ ମିଡିଆ ରିପୋର୍ଟ ଦେଇଥିଲା ଯେ, ହିଜବୁଲା ଉତ୍ତର ଇସ୍ରାଏଲରେ ୧୦୦ରୁ ଅଧିକ ରକେଟ ମାଡ କରିଛି। ତେ‌ବେ ଏହି ଆକ୍ରମଣରେ କେହି ହତାହତ ହୋଇଥିବାର ସୂଚନା ମିଳିନି। ଅଧିକାଂଶ ଆକ୍ରମଣ ଶିନ୍ ବେଟ୍‌ ଓ ଇସ୍ରାଏଲ ବାୟୁରକ୍ଷା ପ୍ରରାଳୀ ଦ୍ବାରା ଆକାଶ ମାର୍ଗରେ ହିଁ ନଷ୍ଟ କରି ଦିଆଯାଇଥିଲା ଓ ବାକି ନିର୍ଜନ ଅଞ୍ଚଳରେ ପଡିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.