ପ୍ରମୂଖ ଖବର
  • ମାଲକାନଗିରି : ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀଙ୍କ ୮ ନକ୍ସଲ, ତନ୍ମଧ୍ୟରୁ ଜଣେ ମହିଳା
  • ||
  • କଣ୍ଟାବାଞ୍ଜି : ଘରୋଇ ସ୍କୁଲର ମହିଳା ଆକାଉଣ୍ଟାଣ୍ଟଙ୍କୁ ହତ୍ୟା! ତଦନ୍ତ କରୁଛି ପୋଲିସ
  • ||
  • ସମ୍ୱଲପୁର : ମଶାଣି ନିକଟରୁ ଅଜଣା ଗଳିତ ମୃତଦେହ ଉଦ୍ଧାର, ହତ୍ଯା ସନ୍ଦେହ
  • ||
  • ନୂଆପଡ଼ା : ଜମିବାଡ଼ିକୁ ନେଇ ଗଣ୍ଡଗୋଳ, ୩ ଗୁରୁତର
  • ||
  • ଭରତପୁର ଥାନାରେ ଲାଗିବ ୨୫ ସିସିଟିଭି, ଆରମ୍ଭ ହେଲା ପ୍ରକ୍ରିୟା
  • ||
  • ଭୁବନେଶ୍ୱର : ବନ୍ଦ ଡାକରା ପ୍ରତ୍ୟାହାର କଲା ବିଜେଡି, ହେବନି ଆନ୍ଦୋଳନ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ କମୁନି ଦାଦନ ଦୁଃଖ; ଚାଲାଣ ବେଳେ ୧୨ ଶ୍ରମିକ ଉଦ୍ଧାର, ୨ ଦଲାଲ ଗିରଫ
  • ||
  • ଚୌଦ୍ୱାର : ବିରୂପା ବ୍ୟାରେଜ ନିକଟରେ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରି : ଡଙ୍ଗା ଚଳାଇ ଚିତ୍ରକୋଣ୍ଡା ଗାଁକୁ ଗଲେ ବିଧାୟକ, ଲୋକଙ୍କ ଦୁଃଖ ପଚାରି ବୁଝିଲେ
  • ||
  • ଭରତପୁର ଥାନାରେ ହଙ୍ଗାମା ଘଟଣା: କିଏ ସତ କହୁଛି ? ମିଛଧରା ପରୀକ୍ଷାକୁ ଭରସା କରିଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ଚାନ୍ଦବାଲି : ଅଙ୍ଗନବାଡ଼ି କେନ୍ଦ୍ରରେ ୧୫ ଦିନ ହେଲା ଝୁଲୁଛି ତାଲା, ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ
  • ||
  • ରାଉରକେଲାରେ ଲଜ୍ଜ୍ୟା: ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ, ମୋବାଇଲ ଟ୍ରାକିଂରୁ ଧରାପଡ଼ିଲେ ୩ ଅଭିଯୁକ୍ତ
  • ||
  • ନବରଙ୍ଗପୁର : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା : ୬ ଘଣ୍ଟା ବନ୍ଦ ଡାକରା ଦେଲା ଜୟ ତେନ୍ତୁଳୀଖୁଣ୍ଟି ସାମାଜିକ ସଂଘଠନ, ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି
  • ||
  • ଆଜି ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ, ସର୍ବାଧିକ ୧୦୦୦ଟି ଅଭିଯୋଗର ଶୁଣାଣି ହେବ
  • ||
  • ୨୪ ଘଣ୍ଟାରେ ସୃଷ୍ଟି ହୋଇପାରେ ଲଘୁଚାପ: ୪ ଦିନ ପ୍ରବଳ ବର୍ଷିବ, ୧୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

ସୁଧୁରି ଯାଅ , ଚୀନ-ପାକିସ୍ତାନକୁ ଚେତାବନୀ ଦେଲେ କ୍ୱାଡ ଗ୍ରୁପ୍‌ ; ମୁମ୍ୱାଇ ଆତଙ୍କୀ ହମଲା କଥା ବି ଉଠିଲା

ନୂଆଦିଲ୍ଲୀ : ଭାରତ ବିରୋଧରେ ନିତି ଷଡ଼ଯନ୍ତ୍ର କରୁଥିବା ଚୀନ ଓ ପାକିସ୍ତାନକୁ କ୍ୱାଡ ଦେଶ ସମୂହ ସତର୍କ କରାଇଛନ୍ତି। କ୍ୱାଡର ମିଳିତ ବୟାନରେ ୨୬/୧୧ର ମୁମ୍ୱାଇ ଆତଙ୍କୀ ହମଲା ଓ ପଠାନକୋଟ୍ ଆତଙ୍କୀ ହମଲାର ଘୋର ନିନ୍ଦା କରାଯାଇଛି। ବୟାନରେ କୁହାଯାଉଛି, ୟୁଏନ୍‌ ସିକ୍ୟୁରିଟି କାଉନ୍ସିଲର ୧୨୭୬ ସେକ୍ସନ କମିଟି ମାଧ୍ୟମରେ ହମଲାର ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ ଆକ୍ସନ ହେବା ଉଚିତ୍‌। କ୍ୱାଡ ନେତାମାନେ ସମାନ ରୂପେ ଆତଙ୍କବାଦ ଓ ହିଂସାତ୍ମକ କଟ୍ଟରପନ୍ଥର ନିନ୍ଦା କରିଛନ୍ତି। ଚାରି ଦେଶ ମିଶି ଆତଙ୍କବାଦରୁ ବର୍ତ୍ତିବାରେ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। 

କ୍ୱାଡର ମିଳିତ ବୟାନରେ କୁହାଯାଇଛି , ମୁମ୍ୱାଇ ଆତଙ୍କୀ ହମଲା ଓ ପଠାନକୋଟ ହମଲାକୁ ନେଇ ଆମେ ପୁଣି ଥରେ ନିନ୍ଦା କରୁଛୁ। କ୍ୱାଡ୍‌ ୱାର୍କିଂ ଗ୍ରୁପ୍‌ର ବୈଠକରେ ଆତଙ୍କବାଦରୁ ବର୍ତ୍ତିବା ବିଷୟ ଉପରେ ବିସ୍ତୃତ ଭାବେ ଚର୍ଚ୍ଚା କରାଯାଇ ଥିଲା। ଏହି ବୈଠକ ଗତ ବର୍ଷ ହୋନୁଲୁଲୁରେ ହୋଇଥିଲା ଏବଂ ଏହି ଥର ନଭେମ୍ୱରରେ ଜାପାନରେ ଅନୁଷ୍ଠିତ ହେବ। ଭାରତ ସର୍ବଦା ପାକିସ୍ତାନର ଅସଲ ଚେହେରାକୁ ଦୁନିଆ ସାମ୍ନାରେ ପର୍ଦ୍ଦାଫାସ୍‌ କରି ଚାଲିଛି। ସେପଟେ ଆତଙ୍କବାଦକୁ ନେଇ ଭାରତର ଆଭିମୁଖ୍ୟ ସର୍ବଦା ଦୃଢ ରହିଛି। ଅନ୍ତରାଷ୍ଟ୍ରୀୟ ସ୍ତରରେ ପାକିସ୍ତାନକୁ ଅପଦସ୍ତ କରିବାରେ ଭାରତ କୌଣସି ସୁଯୋଗ ଛାଡ଼ୁ ନାହିଁ। 

କ୍ୱାଡର ଏହି ୪ର୍ଥ ବୈଠକ ପରେ ଜାରି ୱିଲମିଙ୍ଗଟନ ଘୋଷଣାପତ୍ରରେ କୁହାଯାଇଛି , କ୍ୱାଡକୁ ନେତା-ସ୍ତରୀୟ ଫର୍ମାଟ୍‌ରେ ଉନ୍ନତ କରାଯିବାର ୪ବର୍ଷ ପରେ ଏହି ଗ୍ରୁପ୍‌ ରଣନୀତିକ ରୂପେ ପୂର୍ବାପେକ୍ଷା ଆହୁରି ଅଧିକ ଏକଜୁଟ୍‌ ହୋଇଛି। କ୍ୱାଡ ଭଲ ଲକ୍ଷ୍ୟରେ ଗଠନ ହୋଇଥିବା ଗ୍ରୁପ , ଯାହା ଇଣ୍ଡୋ-ପେସିଫିକ୍‌ ପାଇଁ ବାସ୍ତବିକ , ସକରାତ୍ମକ ଓ ସ୍ଥାୟୀ ପ୍ରଭାବ ଛାଡ଼ି ଥାଏ। ଘୋଷଣା ପତ୍ରରେ କୁହାଯାଇଛି , ଆମେ ଏହି ତଥ୍ୟର ଉତ୍ସବ ପାଳନ କରୁଛି କି, କେବଳ ୪ ବର୍ଷରେ କ୍ୱାଡ୍‌ ଏକ ମହତ୍ତ୍ୱପୂର୍ଣ୍ଣ ଓ ସ୍ଥାୟୀ କ୍ଷେତ୍ରୀୟ ଦଳ ଭାବେ ଗଠନ ହୋଇ ପାରିଛି, ଯାହା ଆଗାମୀ ଅନେକ ଦଶକ ଯାଏ ଇଣ୍ଡୋ-ପେସିଫିକ୍‌କୁ ଦୃଢ କରିବ। 

କ୍ୱାଡ ଗ୍ରୁପ୍‌ ପରୋକ୍ଷ ଭାବେ ଚୀନ୍‌ର ଆଲୋଚନା କରି କହିଛନ୍ତି କି, ଗ୍ରୁପ୍‌ କୌଣସି ବି ଏମିତି ଅସ୍ଥିରକାରୀ ବା ଏକ ତରଫା କାର୍ଯ୍ୟାନୁଷ୍ଠାନକୁ ଦୃଢତା ପୂର୍ବକ ବିରୋଧ କରିଥାଏ , ଯିଏକି ବଳ ପ୍ରୟୋଗ କରି ବା ଚାପ ପକାଇ ଯଥାସ୍ଥିତିକୁ ବଦଳାଇବାକୁ ଚେଷ୍ଟା କରିଥାଏ। ଚୀନର ଦକ୍ଷିଣ ଚୀନ ସାଗର ଓ ପୂର୍ବ ଚୀନ ସାଗରରେ ଅନେକ ଦେଶ ସହ ବିବାଦ ରହିଛି। ସେ ପୂରା ଦକ୍ଷିଣ ଚୀନ ସାଗରରେ ନିଜର ସାର୍ବଭୌମତ୍ୱକୁ ନେଇ ଦାବି କରୁଛି । ଅନ୍ୟପଟେ  ଭିଏତନାମ , ମାଲେସିଆ , ଫିଲିପାଇନ ,ବ୍ରୁନେଇ ଓ  ତାଇୱାନ ମଧ୍ୟ ଏହି ଅଞ୍ଚଳରେ ନିଜ ନିଜର ଦାବିକୁ ଦର୍ଶାଇଛନ୍ତି। 

ପରୋକ୍ଷରେ କ୍ୱାଡରେ ଚୀନକୁ ବି ସତର୍କ କରାଇ ଦିଆଯାଇଛି। ତାର ଅଶାନ୍ତ ଆଭିମୁଖ୍ୟକୁ ବି ନିନ୍ଦା କରାଯାଇଛି

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.