ପ୍ରମୂଖ ଖବର
  • ମାଲକାନଗିରି : ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀଙ୍କ ୮ ନକ୍ସଲ, ତନ୍ମଧ୍ୟରୁ ଜଣେ ମହିଳା
  • ||
  • କଣ୍ଟାବାଞ୍ଜି : ଘରୋଇ ସ୍କୁଲର ମହିଳା ଆକାଉଣ୍ଟାଣ୍ଟଙ୍କୁ ହତ୍ୟା! ତଦନ୍ତ କରୁଛି ପୋଲିସ
  • ||
  • ସମ୍ୱଲପୁର : ମଶାଣି ନିକଟରୁ ଅଜଣା ଗଳିତ ମୃତଦେହ ଉଦ୍ଧାର, ହତ୍ଯା ସନ୍ଦେହ
  • ||
  • ନୂଆପଡ଼ା : ଜମିବାଡ଼ିକୁ ନେଇ ଗଣ୍ଡଗୋଳ, ୩ ଗୁରୁତର
  • ||
  • ଭରତପୁର ଥାନାରେ ଲାଗିବ ୨୫ ସିସିଟିଭି, ଆରମ୍ଭ ହେଲା ପ୍ରକ୍ରିୟା
  • ||
  • ଭୁବନେଶ୍ୱର : ବନ୍ଦ ଡାକରା ପ୍ରତ୍ୟାହାର କଲା ବିଜେଡି, ହେବନି ଆନ୍ଦୋଳନ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ କମୁନି ଦାଦନ ଦୁଃଖ; ଚାଲାଣ ବେଳେ ୧୨ ଶ୍ରମିକ ଉଦ୍ଧାର, ୨ ଦଲାଲ ଗିରଫ
  • ||
  • ଚୌଦ୍ୱାର : ବିରୂପା ବ୍ୟାରେଜ ନିକଟରେ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରି : ଡଙ୍ଗା ଚଳାଇ ଚିତ୍ରକୋଣ୍ଡା ଗାଁକୁ ଗଲେ ବିଧାୟକ, ଲୋକଙ୍କ ଦୁଃଖ ପଚାରି ବୁଝିଲେ
  • ||
  • ଭରତପୁର ଥାନାରେ ହଙ୍ଗାମା ଘଟଣା: କିଏ ସତ କହୁଛି ? ମିଛଧରା ପରୀକ୍ଷାକୁ ଭରସା କରିଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ଚାନ୍ଦବାଲି : ଅଙ୍ଗନବାଡ଼ି କେନ୍ଦ୍ରରେ ୧୫ ଦିନ ହେଲା ଝୁଲୁଛି ତାଲା, ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ
  • ||
  • ରାଉରକେଲାରେ ଲଜ୍ଜ୍ୟା: ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ, ମୋବାଇଲ ଟ୍ରାକିଂରୁ ଧରାପଡ଼ିଲେ ୩ ଅଭିଯୁକ୍ତ
  • ||
  • ନବରଙ୍ଗପୁର : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା : ୬ ଘଣ୍ଟା ବନ୍ଦ ଡାକରା ଦେଲା ଜୟ ତେନ୍ତୁଳୀଖୁଣ୍ଟି ସାମାଜିକ ସଂଘଠନ, ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି
  • ||
  • ଆଜି ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ, ସର୍ବାଧିକ ୧୦୦୦ଟି ଅଭିଯୋଗର ଶୁଣାଣି ହେବ
  • ||
  • ୨୪ ଘଣ୍ଟାରେ ସୃଷ୍ଟି ହୋଇପାରେ ଲଘୁଚାପ: ୪ ଦିନ ପ୍ରବଳ ବର୍ଷିବ, ୧୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

ନାସା ସ୍ପେସ୍‌ ସେଣ୍ଟରରେ ପହଞ୍ଚିଲେ ଆଷ୍ଟ୍ରୋନାଟ୍ସ, ସୁନୀତାଙ୍କୁ ଆଣିବାକୁ ଯାଉଥିବା ମିଶନର ବଡ଼ ଅପଡେଟ୍‌

ୱାଂଶିଟନ : ନାସାର ଦୁଇ ଆଷ୍ଟ୍ରୋନାଟ୍ସ ସୁନୀତା ୱିଲିୟମ୍ସ ଓ ବୁଚ୍‌ ୱିଲମୋର ଗତ ଜୁନ୍‌ ମାସରୁ ହିଁ ମହାକାଶରେ ଫସିଛନ୍ତି। ଉଭୟ ସ୍ପେସ୍‌ଏକ୍ସର କ୍ରୁ-୯ ମାଧ୍ୟମରେ ଆଗାମୀ ବର୍ଷ ଫେବ୍ରୁଆରୀରେ ଫେରିବେ। ସ୍ପେସକ୍ରାଫ୍ଟ ୨୬ ସେପ୍ଟେମ୍ୱରରେ ମହାକାଶକୁ ଲଞ୍ଚ ହେବ ଏବଂ ଏହାପରେ ଏଥିରେ ସୁନୀତା ଓ ୱିଲମୋର ପୁଣି ପୃଥିବୀକୁ ଆସିବେ। ଏହି ମିଶନକୁ ନେଇ ତାଜା ଅପଡେଟ୍ ସାମନାକୁ ଆସିଛି କି , ଏହି କ୍ରୁ-୯ ସହ ସାଥିରେ ଯାଉଥିବା ଆଷ୍ଟ୍ରୋନାଟ୍ସ ,ନିକ୍‌ ହେଗ୍‌ ଓ ରୋସ୍କୋସ୍ମୋସ କାସ୍ମୋନଟ୍‌ ଅଲେକଜାଣ୍ଡର ଗୋରବୁନୋଭ ଫ୍ଲୋରିଡାରେ ନାସାର କେନେଡି ସ୍ପେସ୍‌ ସେଣ୍ଟରରେ ପହଞ୍ଚିଛନ୍ତି। 

ହେଗ୍‌ ଓ ଗୋରବୁନୋଭ ଏବେ କେନେଡି ସେଣ୍ଟରରେ ନୀଲ ଏ ଆର୍ମଷ୍ଟ୍ରଙ୍ଗ ଅପରେସନ୍ସ ଓ ଚେକଆଉଟ୍‌ ବିଲ୍ଡିଂରେ କ୍ୱାରେଣ୍ଟାଇନ ରହିବେ। ଉଭୟ ସେଠାରୁ ମିଶନର ଡ୍ରାଇ ଡ୍ରେସ୍‌ ରିହର୍ସଲ କରିବେ, ମିଶନର ଆବଶ୍ୟକତା ଅନୁସାରେ ନିଜର ବିଶ୍ରାମ ଓ ଉଠିବାର ସମୟ ହିସାବରେ ନିଜକୁ ପ୍ରସ୍ତୁତ କରିବେ। ଏହା ବ୍ୟତୀତ ଉଭୟ ଉଡ଼ାଣ ସମ୍ୱନ୍ଧିତ ପ୍ରକ୍ରିୟାର ଅଭ୍ୟାସ କରିବେ। 

ସ୍ପେସଏକ୍ସ କ୍ରୁ-୯କୁ ନାସା ଦ୍ୱାରା ଏକ ସ୍ୱାଗତ ଉତ୍ସବରେ ସ୍ୱାଗତ କରାଯିବ। କେନେଡି ସ୍ପେସ୍‌ ସେଣ୍ଟରର ଉପ ନିର୍ଦ୍ଦେଶକ କେଲଭିନ୍‌ମେନିଙ୍ଗ ଓ ନାସାର କର୍ମସିଆଲ କ୍ରୁ ପ୍ରୋଗ୍ରାମର ଉପ-କାର୍ଯ୍ୟକ୍ରମ ପ୍ରବନ୍ଧକ ଡାନା ହଚର୍ସନ ସମାରୋହର ସଦସ୍ୟ ହେବେ। 

କହି ରଖୁଛୁ କି ହେଗ୍‌ ଓ ଗୋରବୁନୋଭ କମାଣ୍ଡର ଓ ମିଶନ ଏକ୍ସପର୍ଟ ଭାବେ ଅନ୍ତରାଷ୍ଟ୍ରୀୟ ମହାକାଶ ଷ୍ଟେସନ ପାଇଁ ଉଡ଼ାଣ ଭରିବେ। ଏହି ସ୍ପେସଏକ୍ସ ଫଲକନ-୯ ରକେଟ୍‌ ଓ ଡ୍ରାଗନ ମହାକାଶ ଯାନରେ ଥିବା ଦୁଇ ଚାଳକ ଦଳର ସଦସ୍ୟଙ୍କ ଉଡ଼ାଣର ସଦସ୍ୟ ହେବେ। ଏହି କ୍ରୁ-୯ର ଲଞ୍ଚିଂ ପାଇଁ ୨୬ ସେପ୍ଟେମ୍ୱର ଭାରତୀୟ ସମୟାନୁସାରେ ୧୧.୩୫ ସମୟ ରଖାଯାଇଛି। ସେପଟେ ୨୭ ଓ ୨୮ ସେପ୍ଟେମ୍ୱରର ତାରିଖକୁ ବ୍ୟାକଅପ୍‌ ପାଇଁ ପ୍ରସ୍ତୁତ ରଖା ଯାଇଛି। ହେଗ୍‌ ଓ ଗୋରବୁନୋଭ ଆଇଏସଏସରେ ଏକ୍ସପେଡିସନ ୭୨ ଚାଳକ ଦଳର ସଦସ୍ୟ ହେବେ। 

ଉଲ୍ଲେଖନୀୟ ଯେ, ପ୍ରଥମେ କ୍ରୁ-୯କୁ ୪ ଜଣ ଆଷ୍ଟ୍ରୋନାଟ୍ସଙ୍କ ସହ ଲଞ୍ଚ କରାଯାଉ ଥିଲା , କିନ୍ତୁ ବୋଇଂ ଷ୍ଟାରଲାଇନରେ ଯାନ୍ତ୍ରିକ ତ୍ରୁଟି ଆସିବା କାରଣରୁ ସୁନୀତା ଓ ବୁଚ ୱିଲମୋର ମହାକାଶରେ ହିଁ ରହିଛନ୍ତି। ଏହାପରେ ନାସା ସ୍ଥିର କରିଛି କି କ୍ରୁ-୯ ରେ ୪ ବଦଳରେ ୨ ଆଷ୍ଟ୍ରୋନାଟ୍ସ ଯିବେ, ଯେଉଁଥିରେ ତାଙ୍କ ସହ ପୃଥିବୀକୁ ଫେରିବେ ସୁନୀତା ଓ ୱିଲମୋର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.