ପ୍ରମୂଖ ଖବର
  • ମାଲକାନଗିରି : ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀଙ୍କ ୮ ନକ୍ସଲ, ତନ୍ମଧ୍ୟରୁ ଜଣେ ମହିଳା
  • ||
  • କଣ୍ଟାବାଞ୍ଜି : ଘରୋଇ ସ୍କୁଲର ମହିଳା ଆକାଉଣ୍ଟାଣ୍ଟଙ୍କୁ ହତ୍ୟା! ତଦନ୍ତ କରୁଛି ପୋଲିସ
  • ||
  • ସମ୍ୱଲପୁର : ମଶାଣି ନିକଟରୁ ଅଜଣା ଗଳିତ ମୃତଦେହ ଉଦ୍ଧାର, ହତ୍ଯା ସନ୍ଦେହ
  • ||
  • ନୂଆପଡ଼ା : ଜମିବାଡ଼ିକୁ ନେଇ ଗଣ୍ଡଗୋଳ, ୩ ଗୁରୁତର
  • ||
  • ଭରତପୁର ଥାନାରେ ଲାଗିବ ୨୫ ସିସିଟିଭି, ଆରମ୍ଭ ହେଲା ପ୍ରକ୍ରିୟା
  • ||
  • ଭୁବନେଶ୍ୱର : ବନ୍ଦ ଡାକରା ପ୍ରତ୍ୟାହାର କଲା ବିଜେଡି, ହେବନି ଆନ୍ଦୋଳନ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ କମୁନି ଦାଦନ ଦୁଃଖ; ଚାଲାଣ ବେଳେ ୧୨ ଶ୍ରମିକ ଉଦ୍ଧାର, ୨ ଦଲାଲ ଗିରଫ
  • ||
  • ଚୌଦ୍ୱାର : ବିରୂପା ବ୍ୟାରେଜ ନିକଟରେ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରି : ଡଙ୍ଗା ଚଳାଇ ଚିତ୍ରକୋଣ୍ଡା ଗାଁକୁ ଗଲେ ବିଧାୟକ, ଲୋକଙ୍କ ଦୁଃଖ ପଚାରି ବୁଝିଲେ
  • ||
  • ଭରତପୁର ଥାନାରେ ହଙ୍ଗାମା ଘଟଣା: କିଏ ସତ କହୁଛି ? ମିଛଧରା ପରୀକ୍ଷାକୁ ଭରସା କରିଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ଚାନ୍ଦବାଲି : ଅଙ୍ଗନବାଡ଼ି କେନ୍ଦ୍ରରେ ୧୫ ଦିନ ହେଲା ଝୁଲୁଛି ତାଲା, ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ
  • ||
  • ରାଉରକେଲାରେ ଲଜ୍ଜ୍ୟା: ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ, ମୋବାଇଲ ଟ୍ରାକିଂରୁ ଧରାପଡ଼ିଲେ ୩ ଅଭିଯୁକ୍ତ
  • ||
  • ନବରଙ୍ଗପୁର : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା : ୬ ଘଣ୍ଟା ବନ୍ଦ ଡାକରା ଦେଲା ଜୟ ତେନ୍ତୁଳୀଖୁଣ୍ଟି ସାମାଜିକ ସଂଘଠନ, ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି
  • ||
  • ଆଜି ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ, ସର୍ବାଧିକ ୧୦୦୦ଟି ଅଭିଯୋଗର ଶୁଣାଣି ହେବ
  • ||
  • ୨୪ ଘଣ୍ଟାରେ ସୃଷ୍ଟି ହୋଇପାରେ ଲଘୁଚାପ: ୪ ଦିନ ପ୍ରବଳ ବର୍ଷିବ, ୧୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଭାରତ-ଆମେରିକା ଏମ୍‌କ୍ୟୁ-୯ବି ଡ୍ରୋନ୍‌ ଡିଲ୍, ସେମିକଣ୍ଡକ୍ଟର ନିର୍ମାଣ ଦିଗରେ ବଡ଼ ପ୍ରସ୍ତାବକୁ ମଞ୍ଜୁରୀ

ନୂଆଦିଲ୍ଲୀ ୨୩/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଜୋ  ବାଇଡେନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଦ୍ୱିପାକ୍ଷିକ ସହଯୋଗ ଅଧିକ ବୃଦ୍ଧି କରିବା ଉପରେ ଚର୍ଚ୍ଚା କରିବା ସହ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ହୋଇଛି । ଏଥିସହ ଭାରତ- ପ୍ରଶାନ୍ତ ମହାସାଗର କ୍ଷେତ୍ର, ବୈଶ୍ୱିକ ଏବଂ ଆଞ୍ଚଳିକ  ପ୍ରସଙ୍ଗ ଉପରେ ବି ବିଚାରବିମର୍ଶ ହୋଇଛି । ଦୁଇ ଦେଶ  ଭିତରେ ଡ୍ରୋନ୍‌ ଏବଂ ଲଢ଼ୁଆ ବିମାନ କ୍ରୟକୁ ନେଇ ବଡ଼ ଚୁକ୍ତି ହୋଇଛି । ଭାରତ ଆମେରିକାରୁ ୩୧ ଜେନେରାଲ  ଆଟମିକ୍ସ ଏମ୍‌କ୍ୟୁ-୯ବି (୧୬ ସ୍କାଏ ଗାର୍ଡିୟନ ଏବଂ ୧୫ ସି  ଗାର୍ଡିୟନ) ଡ୍ରୋନ୍‌ କିଣିବାକୁ ଯାଉଛି । 

ଗତ ଫେବ୍ରୁଆରୀରେ  ଆମେରିକା ଭାରତୀୟ ସେନାକୁ ୩.୯୯ ବିଲିୟନ ଡଲାରର  ୩୧ ଏମ୍‌କ୍ୟୁ-୯ବି ଡ୍ରୋନ୍‌ ବିକ୍ରି ଲାଗି ମଞ୍ଜୁରି ଦେଇଥିଲା । ଏହି ଡ୍ରୋନ୍‌ ଭାରତର ସଶସ୍ତ୍ର ବଳକୁ ଗୁଇନ୍ଦା ନିରୀକ୍ଷଣ  ଏବଂ ସେନା କ୍ଷମତା ବଢ଼ାଇବାରେ ସହାୟକ ହେବ । ଏହା  ବ୍ୟତୀତ ଭାରତ ଏବଂ ଆମେରିକା ମଧ୍ୟରେ ଲକ୍‌ହିଡ୍‌  ମାର୍ଟିନ ଏବଂ ଟାଟା ଆଡ୍‌ଭାନ୍ସଡ ସିଷ୍ଟମ ଲିମିଟେଡର  ମିଳିତ ବୁଝାମଣା ଉପରେ ଆଲୋଚନା ହୋଇଛି । ଏହି  ଚୁକ୍ତି ସି-୧୩୦ ଜେ ସୁପର ହରକୁଲସ ବିମାନ ପାଇଁ  ଏମ୍‌ଆର୍‌ଓ ସୁବିଧା ସ୍ଥାପନ କରିବ । 

ଭାରତ ଓ ଆମେରିକା  ମଧ୍ୟରେ ସେମିକଣ୍ଡକ୍ଟର ନିର୍ମାଣ ଦିଗରେ ଏକ ବଡ଼ ଡିଲ୍‌  ହୋଇଛି । ୟୁଏସ୍‌ ସ୍ପେସ୍‌ ଫୋର୍ସ କୋଲକାତାରେ ଏକ ନୂଆ  ସେମିକଣ୍ଡକ୍ଟର ପ୍ଲାଣ୍ଟ ସ୍ଥାପନ କରିବ । ଏଥିସହ ସୁରକ୍ଷିତ  ବୈଶ୍ୱିକ ସ୍ୱଚ୍ଛ ଶକ୍ତି ଯୋଗାଣ ଶୃଙ୍ଖଳା ବନାଯିବ ଉପରେ ଚର୍ଚ୍ଚା  ହୋଇଛି । ଗ୍ରୀନ୍‌ ଏନର୍ଜୀ ଟେକ୍ନୋଲୋଜି ଉପରେ ମିଳିବା  ଭାବେ କାମ କରିବା ସହ ଦୁଇ ଦେଶ ମିଶି ୧ ବିଲିୟନ  ଡଲାର ସହାୟତା ଦେବେ ବୋଲି ନିଷ୍ପତ୍ତି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.