ପ୍ରମୂଖ ଖବର
  • ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର ବାନ୍ଧିଲା ଭିଜିଲାନ୍ସ ଟିମ୍
  • ||
  • ବରଗଡ଼: ଚାଲିଗଲେ ପୂର୍ବତନ କଂସ ମହାରାଜ, ୨୫ ବର୍ଷ ଧରି ଧନୁଯାତ୍ରାରେ କରିଛନ୍ତି ଅଭିନୟ
  • ||
  • ଅଗଷ୍ଟ ୧୭ରୁ ବିଧାୟକଙ୍କ ପାଇଁ ଦୁଇଦିନିଆ କର୍ମଶାଳା: ପାଠ ପଢ଼ାଇବେ ୪ କେନ୍ଦ୍ରମନ୍ତ୍ରୀ
  • ||
  • ପାରା ବ୍ୟାଟ୍‌ମିଣ୍ଟନ ଖେଳାଳି ପ୍ର ମୋଦ ଭଗତ ୧୮ ମାସ ପାଇଁ ସସପେଣ୍ଡ, ଆଣ୍ଟି ଡୋପିଂ ନିୟମ ଉଲ୍ଲଂଘନ ଅଭିଯୋଗ
  • ||
  • ଆଫଗାନିସ୍ତାନ, ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ନ୍ୟୁଜିଲାଣ୍ଡ ଟେଷ୍ଟ ଦଳ: ଟିମ ସାଉଦି ସମ୍ଭାଳିବେ ମଙ୍ଗ
  • ||
  • ବ୍ରାହ୍ମଣୀ ନଦୀରେ ମହିଳାଙ୍କୁ କୁମ୍ଭୀର ଟାଣିନେବା ଘଟଣା, ଉଦ୍ଧାର ହେଲା ମୃତଦେହ
  • ||
  • ଆସିବ ରେସଲର ଭିନେଶ ଫୋଗାଟଙ୍କ ପଦକ ଆବେଦନ ରାୟ, ଫାଇନାଲ ପୂର୍ବରୁ ହୋଇଥିଲେ ଅଯୋଗ୍ୟ
  • ||
  • ରାଜ୍ୟରେ ୧୭ ଯାଏ ବର୍ଷା ସମ୍ଭାବନା: ଆଜି ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଜିଲ୍ଲାପାଳ ଓ ପୌର କର୍ତ୍ତୃପକ୍ଷଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ
  • ||

ଆମେରିକା ପାଖରେ ବିଶ୍ବର ସବୁଠାରୁ ଶକ୍ତିଶାଳୀ ସେନା; ଭାରତର ସ୍ଥାନ କେଉଁଠି?

ନୂଆଦିଲ୍ଲୀ,୧୦/୦୭: ବୈଶ୍ବିକ ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ଉପରେ ନଜର ରଖୁଥିବା ଓ୍ବେବସାଇଟ ଗ୍ଳୋବାଲ ଫାୟାରପାଓ୍ବାର ବିଶ୍ବର ସବୁଠାରୁ ଶକ୍ତିଶାଳୀ ସେନାଙ୍କ ତାଲିକା ଜାରି କରିଛି। ଗ୍ଳୋବାଲ ଫାୟାରପାଓ୍ବାର ତଥ୍ୟ ମୁତାବକ, ଆମେରିକା ପାଖରେ ବିଶ୍ବର ସବୁଠାରୁ ମଜବୁତ ସୈନ୍ୟଶକ୍ତି ରହିଛି। ଏହି ତାଲିକାରେ ଋଷ ଦ୍ବିତୀୟ ସ୍ଥାନରେ ରହିଛି। ସେହିପରି ଭାରତ ଚତୁର୍ଥ ସ୍ଥାନ ବଜାୟ ରଖିଛି।

ଗ୍ଳୋବାଲ ଫାୟାର ପାଓ୍ବାର ପକ୍ଷରୁ ଜାରି କରାଯାଇ‌ଥିବା 'ସୈନ୍ୟଶକ୍ତି ସୂଚି ୨୦୨୩'ରେ ବିଶ୍ବର ସବୁଠାରୁ ଦୁର୍ବଳ ସୈନ୍ୟ ଥିବା ରାଷ୍ଟ୍ରକୁ ମଧ୍ୟ ସ୍ଥାନିତ କରାଯାଇଛି। ଏଥିରେ ଭୁଟାନ ଓ ଆଇସଲ୍ୟାଣ୍ଡ ରହିଛି। ୬୦ ରୁ ଅଧିକ କାରଣ ଉପରେ ସେମାନଙ୍କୁ ମୂଲ୍ୟାଙ୍କନ କରାଯାଇଛି। ଗ୍ଲୋବାଲ୍ ଫାୟାର୍ ପାୱାର୍ କହିଛି ଯେ, ଏହା ପ୍ରତ୍ୟେକ ଦେଶକୁ ସାମରିକ ୟୁନିଟ୍ ପରିମାଣ ଏବଂ ଆର୍ଥିକ ସ୍ଥିତି ଠାରୁ ଆରମ୍ଭ କରି ସାମର୍ଥ୍ୟ ଏବଂ ଭୌଗୋଳିକ ଅବସ୍ଥାନ କୁ ଭିତ୍ତି କରି ସ୍କୋର ବାହାର କରିଛି। ଉ‌ଲ୍ଲେଖ ଯୋଗ୍ୟ ଯେ, ୨୦୨୧-୨୨ ରିପୋର୍ଟରେ ମଧ୍ୟ ବିଶ୍ବର ଶକ୍ତିଶାଳୀ ସେନା ତାଲିକାରେ ଭାରତର ସ୍ଥାନ ଚତୁର୍ଥରେ ଥିଲା

army: Infantry Day: 75 years of historic Indian Army landing at Srinagar  airfield - The Economic Times
ଭାରତୀୟ ସେନା

ପଢ଼ନ୍ତୁ: ଆଧ୍ୟାଦେଶ ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କଲେ ସୁପ୍ରିମକୋର୍ଟ; ଦୁଇ ସପ୍ତାହ ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ

ଡାଟା ୱେବସାଇଟ୍ କହିଛି ଯେ ଆମର ଅନନ୍ୟ ଇନ୍-ହାଉସ୍ ଫର୍ମୁଲା ଛୋଟ ଏବଂ ଅଧିକ ବୈଷୟିକ ଜ୍ଞାନକୌଶଳରେ ଉନ୍ନତ ଦେଶଗୁଡ଼ିକୁ ବୃହତ ଏବଂ କମ୍ ବିକଶିତ ଶକ୍ତି ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅନୁମତି ଦିଏ। ସ୍ୱତନ୍ତ୍ର ସଂଶୋଧକ, ବୋନସ୍ ଏବଂ ଦଣ୍ଡ ଆକାରରେ, ତାଲିକାରେ ଅଧିକ ସୁଧାର ଅଣାଯିବା ପରେ ପ୍ରସ୍ତୁତ କରାଯାଏ। ବିଭିନ୍ନ ରାଷ୍ଟ୍ରର ସେନାରେ ହ୍ରାସ ଓ ବୃଦ୍ଧି ଉପରେ ମଧ୍ୟ ବିଶେଷଜ୍ଞ ମାନେ ନଜର ରଖି ଏହାକୁ ଓ୍ବେବସାଇଟରେ ଅପଲୋଡ କରିଥାଆନ୍ତି।

Three years' service among new models Army is looking to use for recruitment

ଓ୍ବେବସାଇଟର ରିପୋର୍ଟ ମୁତାବକ, ପ୍ରଥମରେ ଆମେରିକା, ଦ୍ବିତୀୟରେ ଋଷ, ତୃତୀୟରେ ଚୀନ୍‌, ଚତୁର୍ଥରେ ଭାରତ, ପଞ୍ଚମରେ ବ୍ରିଟେନ, ଷଷ୍ଠରେ ଦକ୍ଷିଣ କୋରିଆ, ସପ୍ତମରେ ପାକିସ୍ତାନ, ଅଷ୍ଟମରେ ଜାପାନ, ନବମରେ ଫ୍ରାନ୍ସ ଏବଂ ଦଶମରେ ଇଟାଲି ରହିଛି। ସେହିପରି ବିଶ୍ବର ଦୁର୍ବଳ ଶକ୍ତିଶାଳୀ ସୈନ୍ୟ ଥିବା ରାଷ୍ଟ୍ର ମାନଙ୍କ ମଧ୍ୟରେ ପ୍ରଥମେ ଭୁଟାନ, ଦ୍ବିତୀୟରେ ବେନିନ, ତୃତୀୟରେ ମୋଲଦୋବା, ଚତୁର୍ଥରେ ସୋମାଲିଆ, ପଞ୍ଚମରେ ଲାଇବେରିଆ, ଷଷ୍ଠରେ ସୁରିନାମ, ସପ୍ତମରେ ବେଲିଜ, ଅଷ୍ଟମରେ ଆଫ୍ରିକା, ନବମରେ ଆଇସଲ୍ୟାଣ୍ଡ ଏବଂ ଦଶମରେ ସିଏରା ଲିୟୋନ ରହିଛି।

You can also read: କେତେବେଳେ ଡାକ୍ତର ତ କେତେବେଳେ ଇଞ୍ଜିନିୟର କହି ଦେଉଥିଲେ ପରିଚୟ, ୧୫ ମହିଳାଙ୍କୁ ମିଛ କହି କରିଥିଲେ ବିବାହ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.