ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ଅଗଷ୍ଟ ୧୭ରୁ ବିଧାୟକଙ୍କ ପାଇଁ ଦୁଇଦିନିଆ କର୍ମଶାଳା: ପାଠ ପଢ଼ାଇବେ ନଡ୍ଡା ଏବଂ ରିଜିଜୁ, ଧର୍ମେନ୍ଦ୍ର ଓ ଜୁଏଲ ବି ନେବେ କ୍ଲାସ

ଭୁବନେଶ୍ୱର,୧୩/୦୮: ବିଧାନସଭା ଆଲୋଚନାରେ କେମିତି ଭାଗ ନେବେ? ନିଜ ଅଞ୍ଚଳର ସମସ୍ୟାକୁ କିଭଳି ପ୍ରଭାବୀ ଢଙ୍ଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ । ବିରୋଧୀ ବିଧାୟକମାନେ ଗଠନମୂଳକ ଚର୍ଚ୍ଚାରେ କେମିତି  ଅଂଶଗ୍ରହଣ କରିବେ । ଏଥିପାଇଁ ବିଧାନସଭା ପକ୍ଷରୁ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହେବ। ୪ କେନ୍ଦ୍ରମନ୍ତ୍ରୀ ଏହି କର୍ମଶାଳାରେ ନୂଆ ବିଧାୟକମାନଙ୍କୁ  ପାଠ ପଢ଼ାଇବେ । 

ଆସନ୍ତା ୧୭ ଓ ୧୮ରେ ବିଧାନସଭାରେ ନବ ନିର୍ବାଚିତ ବିଧାୟକମାନଙ୍କ ପାଇଁ  ତାଲିମ କର୍ମଶାଳାର ଆୟୋଜନ କରାଯାଇଛି । ଏହି କର୍ମଶାଳାରେ ବିଧାୟକମାନଙ୍କୁ  ପାଠ ପଢ଼ାଇବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି  ନଡ୍ଡା ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ  ରିଜିଜୁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ  ଓରାମ ବି ଏହି କର୍ମଶାଳାରେ ଯୋଗଦେଇ  କ୍ଲାସ ନେବାର କାର୍ଯ୍ୟକ୍ରମ ରହିଛି । ବିଧାନସଭାର ବରିଷ୍ଠ ବିଧାୟକମାନେ  ମଧ୍ୟ ନବାଗତଙ୍କୁ ମନ୍ତ୍ର ଦେବେ । କ’ଣ ରହିଛି ଗୃହର ନିୟମ ଓ ପରମ୍ପରା ସେ ସମ୍ପର୍କରେ ନୂଆ ବିଧାୟକମାନେ ଅବଗତ ହୋଇପାରିବେ ବୋଲି ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।  

ଉଲ୍ଲେଖଯୋଗ୍ୟ, ବିଧାନସଭାର ୧୪୭ ଆସନରୁ ୮୪ ଜଣ ଅଛନ୍ତି ନୂଆ  ବିଧାୟକ । ଶାସକ ଦଳର ପ୍ରାୟ ୬୦ ବିଧାୟକ ଅଛନ୍ତି । ଏହି ବିଧାୟକମାନେ  ପ୍ରଭାବୀ ଢଙ୍ଗରେ କାମ କରିବାକୁ ତାଲିମ କର୍ମଶାଳା ଜରୁରୀ ବୋଲି  ଅଧିବେଶନରେ ଦଳ ମତ ନିର୍ବିଶେଷରେ ମତ ପ୍ରକାଶ ପାଇଥିଲା ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.