ପ୍ରମୂଖ ଖବର
  • ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି
  • ||
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

୪୯ ବର୍ଷରେ ବାଜୁନିଟାଙ୍ଗରେ ଖୁଦୁରୁକୁଣୀ ଓଷା; ନାଚଗୀତ ଓ ପିଠାପଣାରେ ବାସୁଛି ଗାଁ ପରିବେଶ

କେନ୍ଦୁଝର ସଦର,୯/୯: ଦିନକୁ ଦିନ ଗ୍ରାମାଞ୍ଚଳରେ କଳା ସଂସ୍କୃତି, ଓଷା, ବ୍ରତ ଆଦି ପରମ୍ପରା ହଜିବାକୁ ବସୁଥିବା ବେଳେ ଓଡ଼ିଶାର ଏମିତି ଅନେକ ଗାଁ ଅନେକ ଅଞ୍ଚଳ ରହିଛି, ଯେଉଁଠି ଏବେବି ବଞ୍ଚିଛି ଆବାହମାନ ସମୟର କଳା, କଥା ଓ କାହାଣୀ। ଠିକ୍‌ ଏମିତି ଏକ  ପରମ୍ପରାକୁ ସାଇତି ରଖିଛନ୍ତି କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ହାଣ୍ଡିଭଙ୍ଗା ପଞ୍ଚାୟତ ବାଜୁନିଟାଙ୍ଗର ଗ୍ରାଁର ମା' ଖୁଦୁରୁକୁଣୀ ଓଷା କମିଟି । ଚଳିତ ବର୍ଷ ଏହି ପୂଜାକୁ ୪୯ ବର୍ଷ ପୂର୍ତ୍ତି ହୋଇଛି। ପରମ୍ପରା ମୁତାବକ ସପ୍ତାହେ ପୂର୍ବରୁ ଗାଁ'ର ମା ଭଉଣୀମାନେ ନିଷ୍ଠାର ସହିତ ଉପବାସ ରହି ଉଖୁଣ୍ଡା ସ୍ଥିତ ଟୁକୁଡିହା ଗାଁର କୁମ୍ଭାର ଘରୁ ମା"ଙ୍କ ମୂର୍ତ୍ତିକୁ ପୂଜାର୍ଚନା କରି ବାଣ, ବାଜା, ଶଙ୍ଖ ନାଦର ତାଳେ ତାଳେ ପାଛୋଟି ଆଣି ଗାଁର କୋଠି ଘରେ ମା'ଙ୍କୁ ଵିଧି ପୂର୍ବକ ପୂଜାର୍ଚ୍ଚନା କରିଥାନ୍ତି। 

ଏଥିରେ ଗାଁ'ର କୁଆଁରୀ ଝିଅ ମାନେ ପ୍ରତି ସନ୍ଧ୍ୟାରେ ମାଙ୍କ ମହିମା ଉପରେ ଆଧାରିତ ଗୀତକୁ ଏକତ୍ର ହୋଇ ଗାଆନ୍ତି। ଏକ ସପ୍ତାହ ପରେ ମା ସର୍ବେ ଦର୍ଶନ ନିମନ୍ତେ ପୂଜା ମଣ୍ଡପକୁ ଆସିଥାନ୍ତି । ମା'ଙ୍କ ନିକଟରେ ଭକ୍ତ ଶ୍ରଦ୍ଧାଳୁ ଦର୍ଶନ କରିବା ସହିତ ମାନସିକ କରିଥାନ୍ତି । ଝିଅ ମାନେ ମା"ଙ୍କ ନିକଟରେ ନିଜ ନିଜ ମାନସିକ କରିଥାନ୍ତି ଓ ବିଶେଷ କରି ଭାଇମାନଙ୍କ ପାଇଁ ବିଶେଷ ରୁପେ ପୂ୍ଜାର୍ଚ୍ଚନା କରନ୍ତି।ମାନସିକ ପୂରଣ ହେଲେ ଆସନ୍ତା ଓଷାକୁ ମା'ଙ୍କ ନିକଟରେ ଭୋଗ ରାଗ ଅର୍ପଣ କରିବାର ବିଧିବିଧାନ ରହିଛି। ଏହି ପର୍ବ ଗାଁର ପ୍ରମୁଖ ପର୍ବ ହୋଇଥିବା ବେଳେ ଘରେ ଘରେ ନୂତନ ବସ୍ତ୍ର ସାଙ୍ଗକୁ ପିଠା ପଣା ହେବା ସହ ଘରେଘରେ କୁଣିଆଁ ଦୂର ଦୁରାନ୍ତରେ ରହିଥିବା ଲୋକମାନେ ଆସି ଖୁବ ଆଡମ୍ବର ସହକାରେ ପର୍ବ ପାଳିଥାନ୍ତି ।

କଳା ସଂକୃତିକୁ ଜୀବିତ ରଖିବାକୁ ଯାଇ ଖୁଦୁରୁକୁଣୀ ଓଷା ଅବସରରେ ଗାଁ'ର ଯୁବକ ଯୁବତୀଙ୍କ ଦ୍ୱାରା ଦୁଇ ଦିନ ଧରି ନାଟକ ପରିବେଷଣ ଅନୁଷ୍ଠିତ ହୁଏ। କହିରଖୁଛୁ ଯେ, ଗାଁ'ର ବିକ୍ରମ ମୁଣ୍ଡା, ଗୋପବନ୍ଧୁ ଓରାମ, ମନୋଜ ମୁଣ୍ଡା, ବିଜୟ ସିଂ, ରୁଦ୍ର ନାରାୟଣ ସିଂ, ଅଜୁ ମହାନ୍ତ, ବିନୟ ସିଂ, ଘନଶ୍ୟାମ ମୁଣ୍ଡା, ବିମଳ ମୁଣ୍ଡା, ଗୁରୁଚରଣ ମୁଣ୍ଡା, ରଣଜିତ ମୁଣ୍ଡାଙ୍କ ସମେତ ଗାଁ'ର ଯୁବକ ଯୁବତୀ ମାନଙ୍କ ଦ୍ଵାରା ଓଷା ମହା ଆଡ଼ମ୍ବରରେ ପାଳନ ହୋଇଯାଇଅଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.