ପ୍ରମୂଖ ଖବର
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଆଦିବାସୀ ମା' କ୍ଷୀରି ଖାଇବାକୁ ଦେଲା, ମୋ ମା' କଥା ମନେ ପଡ଼ିଲା

ଭୁବନେଶ୍ଵର, ୧୭/୦୯ : ପିଏମ୍ ଆବାସ ହିତାଧିକାରୀଙ୍କ ଘରେ କ୍ଷୀରି ଖାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗାଡ଼କଣ ଶବର ସାହିର ଆବାସ ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକଙ୍କ ଘରେ ପ୍ରସ୍ତୁତ ହୋଇଥିବା କ୍ଷୀରି ଖାଇଛନ୍ତି। କ୍ଷୀରି ଭଲ ହୋଇଥିବା କଥା ମୋଦି କହିଛନ୍ତି। 

ସୁଭଦ୍ରା ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଗାଡ଼କଣରେ କ୍ଷୀରି ଖାଇବା କଥା କହିଥିଲେ। ମୋଦି କହିଥିଲେ ଯେ, ଏଠାକୁ ଆସିବା ପୂର୍ବରୁ ଆବାସ ଗୃହ ପ୍ରବେଶ କରାଇବାକୁ ମୁଁ ଏକ ଆଦିବାସୀ ପରିବାରକୁ ଯାଇଥିଲି। ସେଠାରେ ଜଣେ ଆଦିବାସୀ ମା ମୋତେ କ୍ଷୀରି ଖାଇବାକୁ ଦେଇଥିଲେ। କ୍ଷୀରି ଖାଇବା ବେଳେ ମୋ ମା କଥା ମନେ ପଡ଼ିଲା। ମୁଁ କିଛି କରିବାକୁ ଯିବା ବେଳେ ମା ମିଠା ଖୁଆଉଥିଲା। 


ସୂଚନାନୁଯାୟୀ, ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ଵର ଗାଡ଼କଣରେ ଥିବା ଆବାସ ହିତାଧିକାରୀଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସେ ପିଏମ୍ ଆବାସ ଯୋଜନାର ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକଙ୍କ ଘରକୁ ଯାଇଥିଲେ। ତାଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ହିତାଧିକାରୀଙ୍କ ଘରେ କ୍ଷୀରି ଖାଇଥିଲେ। ମୋଦି କିଛି ସମୟ ପାଇଁ ଅନ୍ତର୍ଯ୍ୟାମୀଙ୍କ ଘର ଲୋକଙ୍କ ସହ ଆଲୋଚନା କରିଥିଲେ। ସେଠାରେ ପୂଜାର୍ଚ୍ଚନା କରିଥିଲେ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.