ପ୍ରମୂଖ ଖବର
  • ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି
  • ||
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ ଘଟଣା , ପୋଲିସ ଛାଉଣୀରେ ମାଲଗୋଦାମପଡା

ବଲାଙ୍ଗୀର, ୧୦।୯ : ବଲାଙ୍ଗୀର ମାଲଗୋଦାମ ପଡାରେ  ଗୋଷ୍ଠୀ ସଂଘର୍ଷରେ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା  ପରେ ମାଲଗୋଦାମପଡା  ଉତ୍ତେଜନା ଦେଖା ଦେଇଛି।  ଥାନାରେ ଅଟକ ଥିବା ଜଣଙ୍କ ଘର ଉପରକୁ ପଡାବାସୀ ଆକ୍ରମଣ କରିଥିଲେ।  ଫଳରେ ମାଲଗୋଦାମ ପଡାକୁ  ପୋଲିସ ଛାଉଣୀରେ ରଖାଯାଇଛି । ଘଟଣା ସ୍ଥଳରେ ଆଡିସିନାଲ ଏସପିଙ୍କ ନେତୃତ୍ୱରେ ୧ ପ୍ଲାଟୁନ ଫୋର୍ସ, ୪ ଜଣ ଆଇଆଇସି ଓ ଏସଡିପିଓ ଉପସ୍ଥିତ ଅଛନ୍ତି। 

ସୋମବାର  ରାତିରେ ବଲାଙ୍ଗୀର ସହର ମାଲଗୋଦାମ ପଡାରେ ପୂର୍ବ ଶତ୍ରୁତାକୁ ନେଇ  ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା l ଏଥିରେ ମାଲଗୋଦାମ ପଡାର ନିରଜ ହରପାଳ ଓ  ଅନ୍ୟମାନେ  ଗୁରୁତର ହୋଇଥିଲେ। ସେମାନଙ୍କୁ ବଲାଙ୍ଗୀର ଭୀମଭୋଇ ମେଡ଼ିକାଲକୁ ଅଣାଯାଇଥିଲା । ସେଠାରେ ନିରଜଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।  ଖବରପାଇ ବଲାଙ୍ଗୀର ପୋଲିସ ଓ ଏସପି ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଏହି ଘଟଣାରେ ୪ ଜଣଙ୍କୁ ଉଠାଇ ଆଣି ପୋଲିସ ଅଟକ ରଖିଛି । 

ଏହି ଘଟଣା ପରେ ମାଲଗୋଦାମ ପଡାରେ ଉତ୍ତେଜନା ଦେଖା ଦେଇଛି। ପଡାବାସୀ ଅଟକ ଥିବା ଜଣେ ବ୍ୟକ୍ତିଙ୍କ ଘର ଉପରକୁ ଆକ୍ରମଣ  କରିବାକୁ ଉଦ୍ୟମ କରିଥିଲେ। ଉକ୍ତ ବ୍ୟକ୍ତିଙ୍କ ଘରକୁ ପୋଲିସ ଛାଉଣୀରେ ରଖାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ମାଲଗୋଦାମ ପଡାରେ ପୋଲିସ ଫୋର୍ସ ମୃତୟନ କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.