ପ୍ରମୂଖ ଖବର
  • ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି
  • ||
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

୩ ଯୁବତୀଙ୍କ ଉପରେ ମାଡିଗଲା କାର : ଜଣେ ମୃତ, ୨ ଗୁରୁତର

ପାଟଣାଗଡ,୧୦।୯ : ପାଟଣାଗଡ ବେଲପଡ଼ା ବ୍ଲକର ନୁନହାଡରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୩ ଜଣ ଯୁବତୀଙ୍କ ଉପରେ କାର ମାଡିଯିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି।  ମୃତକ ଜଣକ ହେଲେ ନୁନହାଡ ଗ୍ରାମର ଭୋଲେଶ୍ୱରି ମାଝୀ। ଗୁରୁତରମାନେ ହେଲେ  ଜେମନ୍ତ ମାଝୀ ଓ ପ୍ରତିମା ଧାରୁଆ । ଏହି ଘଟଣା ପରେ ଉତ୍ତେଜନା ଦେଖା ଦେଇଛି। 

ମଙ୍ଗଳବାର ସନ୍ଧ୍ୟାରେ ନୁନହାଡ ଗ୍ରାମର ଭୋଲେଶ୍ୱରି ମାଝୀ, ଜେମନ୍ତ ମାଝୀ ଓ ପ୍ରତିମା ଧାରୁଆ ତାଙ୍କ ଘର ସମ୍ମୁଖ ରେ ଛିଡା ହୋଇଥିଲେ। ଏହି ସମୟରେ ଏକ କାର ଦ୍ରୁତ ଗତିରେ ଆସି   ୩ ଜଣଙ୍କୁ ଧକ୍କା ଦେଇଥିଲା। ଏଥିରେ ୩ ଜଣ ଯୁବତୀ ଗୁରୁତର ହୋଇଥିଲେ।  ଗୁରୁତର ୩ ଜଣଙ୍କୁ  ବେଲପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଭୋଲେଶ୍ୱରି ମାଝୀଙ୍କ ଅବସ୍ଥା  ଗୁରୁତର ହେବାରୁ ତାଙ୍କୁ ପାଟଣାଗଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଭୋଲେଶ୍ୱରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣା ପରେ ଉତ୍ତେଜନା ଦେଖା ଦେଇଛି।  ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଟାୟାର ଜାଳି ବେଲପଡ଼ା କଣ୍ଟାବାଞ୍ଜି ରାସ୍ତା ଅବରୋଧ କରିଛନ୍ତି । ଘଟଣା ସ୍ଥଳରେ ବେଲପଡ଼ା ପୋଲିସ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.