ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଉତ୍ତରପ୍ରଦେଶରେ ଭୟଙ୍କର ସଡ଼କ ଦୁର୍ଘଟଣା; ୪ ମୃତ,୬ ଆହତ

Published By : prameya | February 16, 2025 12:58 PM

ନୂଆଦିଲ୍ଲୀ,୧୬/୦୨: ଉତ୍ତରପ୍ରଦେଶରେ ଭୟଙ୍କର ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଯାତ୍ରୀବାହୀ ବସକୁ ପିଟିଲା ଟେମ୍ପୋ ଟ୍ରାଭେଲର୍ ।ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ତେବେ ଘଟଣାଟି ଉତ୍ତରପ୍ରଦେଶ ବାରାବଂଙ୍କି ନିକଟସ୍ଥ ଲୋନି କଟରା ଥାନା ଅଞ୍ଚଳ ଅନ୍ତର୍ଗତ ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଘଟିଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଉଦ୍ଧାରକାରୀ ଦଳ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲା। ସେଠାରେ ଆହତଙ୍କୁ ଉଦ୍ଧାର କରାଯାଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।  

ଦ୍ରୁତ ଗତିରେ ଆସୁଥିବା ଟେମ୍ପୋଟି ଯାତ୍ରୀବାହୀ ବସ୍‌କୁ ଏତେ ଜୋରରେ ଧକ୍କା ଦେଇଥିଲା ଯେ ଉଭୟ ଗାଡ଼ି ଖଣ୍ଡ ଖଣ୍ଡ ହୋଇଗଲା। କୁହାଯାଉଛି ଯେ ଟେମ୍ପୋ ଡ୍ରାଇଭର ଶୋଇପଡ଼ିଥିଲେ, ଯାହା ଫଳରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଯାତ୍ରୀବାହୀ ବସକୁ ଧକ୍କା ଦେଇଥିଲା। ଦୁର୍ଘଟଣା ସମୟରେ ଟେମ୍ପୋରେ ୧୫ରୁ ଉର୍ଦ୍ଧ୍ବ ଭକ୍ତ ଥିଲେ। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ଜଣେ ମହିଳା ଏବଂ ତିନି ଜଣ ପୁରୁଷ ଅଛନ୍ତି। ସେହିପରି ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି, ଯେଉଁମାନଙ୍କୁ ଚିକିତ୍ସା ପାଇଁ ଲକ୍ଷ୍ନୌ ଟ୍ରମା ସେଣ୍ଟରକୁ ପଠାଯାଇଛି।  ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଏସପି ଦିନେଶ କୁମାର ସିଂହ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ ସୂଚନା ଦେଇଛନ୍ତି ଯେ, ଭାଙ୍ଗିଯାଇଥିବା ଯାତ୍ରୀବାହୀ ବସ୍ ଟି ଛତିଶଗଡ଼ରୁ ବୃନ୍ଦାବନ ଦେଇ ଅଯୋଧ୍ୟା ଯାଉଥିଲା। ସେହି ସମୟରେ, ମହାରାଷ୍ଟ୍ରରୁ ବୃନ୍ଦାବନ ଦେଇ ଅଯୋଧ୍ୟା ଯାଉଥିବା ଯାତ୍ରୀବାହୀ  ଟେମ୍ପୋ ଟ୍ରାଭେଲର ଗାଡ଼ି ସହ ଧକ୍କା ହୋଇଥିଲା। ତେବେ  ଫେରାର୍ ଡ୍ରାଇଭରଙ୍କୁ ପୋଲିସ ଖୋଜୁଥିବା ଜଣାପଡିଛି।





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.