ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କକୁ ନେଇ ଛତିଶଗଡ଼ ହାଇକୋର୍ଟଙ୍କ ବଡ଼ ରାୟ, ‘ପ୍ରାପ୍ତ ବୟସ୍କ ସ୍ତ୍ରୀଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ଦଣ୍ଡନୀୟ ଅପରାଧ ନୁହେଁ’

Published By : Prameya | February 12, 2025 1:45 PM

ଛତିଶଗଡ଼, ୧୨।୨: ପତ୍ନୀଙ୍କ ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ରଖିବା କିମ୍ବା ତାଙ୍କୁ ଅପ୍ରାକୃତି ଯୌନ ସମ୍ପର୍କ ପାଇଁ ବାଧ୍ୟ କରିବା କ’ଣ ଅପରାଧ ? ଏହାକୁ ନେଇ ଅନେକ ସମୟରେ ବିଭିନ୍ନ ରାଜ୍ୟର ହାଇକୋର୍ଟ ଭିନ୍ନଭିନ୍ନ ମତ ରଖିଛନ୍ତି । ଏହାକୁ ନେଇ ଅନେକ ସମୟରେ ବିତର୍କ ମଧ୍ୟ ହୋଇଛି । କିନ୍ତୁ, ଏବେ ଛତିଶଗଡ଼ ହାଇକୋର୍ଟ ସମସ୍ତଙ୍କୁ ଚକିତ କରିବା ଭଳି ରାୟ ଦେଇଛନ୍ତି । କୋର୍ଟଙ୍କ କହିବାନୁସାରେ, ପ୍ରାପ୍ତ ବୟସ୍କ ସ୍ତ୍ରୀଙ୍କ ସହ ଅପ୍ରାକୃତିକ ଯୌନକ୍ରିୟା ଦଣ୍ଡଯୋଗ୍ୟ ନୁହେଁ । ଏକ ମାମଲାର ତଦନ୍ତ କରି ଏଭଳିକ ରାୟ ଶୁଣାଇଛନ୍ତି ଛତିଶଗଡ଼ ହାଇକୋର୍ଟ । ଭାରତରେ ଆଇନ ଅନୁଯାୟୀ, ବୈବାହିକ ଦୁଷ୍କର୍ମ ଏକ ଦଣ୍ଡନୀୟ ଅପରାଧ ନୁହେଁ । ଯଦି ଜଣେ ବ୍ୟକ୍ତି ତାଙ୍କ ପ୍ରାପ୍ତ ବୟସ୍କ ପତ୍ନୀଙ୍କ ଇଚ୍ଛା ବିରୋଧରେ ଅପ୍ରାକୃତିକ ଶାରିରୀକ ସମ୍ପର୍କ ରଖୁଛନ୍ତି, ତା ହେଲେ ଏହାକୁ ଅପରାଧ ଭାବେ ବିବେଚନା କରାଯାଇପାରିବନାହିଁ । ପତ୍ନୀଙ୍କ ସହ ତାଙ୍କ ସ୍ୱାମୀ ଯେକୌଣସି ପ୍ରକାରର ଶାରୀରିକ ସମ୍ପର୍କ ରଖିପାରିବେ ବୋଲି କହିଛନ୍ତି ଛତିଶଗଡ଼ ହାଇକୋର୍ଟ ।

କହିରଖୁ କି, ନିକଟରେ ଜଣେ ସ୍ୱାମୀ ସ୍ତ୍ରୀଙ୍କ ସହ ଅପ୍ରାକୃତିକ ଯୌନକ୍ରିୟା ପରେ ହସ୍ପିଟାଲରେ ମୃତ୍ୟୁବରଣ କରିବା ପରେ ମାମଲା ଅଦାଲତକୁ ଯାଇଥିଲା । ହାଇକୋର୍ଟ ବିଚାରପତି ଜଷ୍ଟିସ ନରେନ୍ଦ୍ର କୁମାର ବ୍ୟାସ ଜଗଦଲପୁରରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଦୋଷ ମୁକ୍ତ କରିଛନ୍ତି । ପୂର୍ବରେ ଏହି ବ୍ୟକ୍ତି ଜଣଙ୍କ ଦୁଷ୍କର୍ମ ଓ ଅନ୍ୟ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ବ୍ୟକ୍ତି ଜଣଙ୍କୁ ୨୦୧୭ରେ ଗିରଫ କରାଯାଇଥିଲା । ପରବର୍ତ୍ତୀ ଅବସ୍ଥାରେ ବସ୍ତର ଜିଲ୍ଲାର ଟ୍ରାଏଲ କୋର୍ଟ ଅଭିଯୁକ୍ତଙ୍କ ପତ୍ନୀଙ୍କ ମୃତ୍ୟୁ ହେବାରୁ ତାଙ୍କୁ ଆଇପିସିର ଧାରା ୩୭୬(ଦୁଷ୍କର୍ମ), ୩୭୭(ଅପ୍ରାକୃତିକ ଯୌନ ସମ୍ପର୍କ) ଓ ୩୦୪ ଦଫାରେ ଦୋଷୀ ସାବ୍ୟସ୍ତ କରିଥିଲେ । ତେବେ ହାଇକୋର୍ଟ ଏଥରର ରାୟରେ ଅପ୍ରାକୃତିକ ଯୌନକ୍ରିୟାକୁ ମଧ୍ୟ ଦଣ୍ଡ ପରିସରରୁ ବାହାର କରିଦେଇଛନ୍ତି ।

ହାଇକୋର୍ଟ ପ୍ରଥମେ ଗତବର୍ଷ ନଭେମ୍ବର ୧୯ରେ ରାୟ ସଂରକ୍ଷିତ ରଖିଥିଲେ । ସୋମାବର ଅର୍ଥାତ୍ ୨୦୨୫ ଫେବୃଆରୀ ୧୦ରେ ଏହି ରାୟ ପ୍ରକାଶ କରିଛନ୍ତି । ଅପ୍ରାକୃତିକ ଯୌନକ୍ରିୟା ଏବଂ ହତ୍ୟା ଅଭିଯୋଗରେ ଅଭିଯୁକ୍ତଙ୍କୁ ଟ୍ରାଏଲ୍ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ କରିଥିଲେ ବି ହାଇକୋର୍ଟରୁ ତାଙ୍କୁ ଆଶ୍ୱସ୍ତି ମିଳିଛି । ବିଚାରପତି କହିଛନ୍ତି, “ଯଦି ପତ୍ନୀଙ୍କ ବୟସ ୧୫ ବର୍ଷରୁ କମ ନୁହେଁ, ତା ହେଲେ ସ୍ୱାମୀଙ୍କ ଦ୍ୱାରା ଯେକୌଣସି ପ୍ରକାରର ଶାରୀରିକ ସମ୍ପର୍କକୁ କେବେ ହେଲେ ଦୁଷ୍କର୍ମ ଭାବେ ବିବେଚନା କରାଯାଇପାରିବ ନାହିଁ । ସେହିପରି ପତ୍ନୀଙ୍କ ଇଚ୍ଛା ବିରୋଧରେ ଅପ୍ରାକୃତି ଯୌନ ସମ୍ପର୍କ ମଧ୍ୟ ଏପରି ସ୍ଥିତିରେ ନିଜର ଗୁରୁତ୍ୱ ହରାଇଥାଏ।” ତେବେ ସ୍ୱାମୀଙ୍କ ଦ୍ୱାରା ଯେକୌଣସି ପ୍ରକାରର ଯୌନ ସମ୍ପର୍କ କିମ୍ବା ଯୌନକ୍ରିୟାକୁ ବଳାତ୍କାର ବୋଲି କୁହାଯାଇପାରିବନାହିଁ । ତେଣୁ ଆବେଦନକାରୀଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍ ବା ବିଏନ୍‌ଏସ୍ ଧାରା ୩୭୬ ଏବଂ ୩୭୭ ଅନୁଯାୟୀ, ଅପରାଧ ମାମଲା ରୁଜୁ କରାଯାଇ ପାରିବ ନାହିଁ । 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.