ପ୍ରମୂଖ ଖବର
  • କେନ୍ଦୁଝର : ହାଇୱାକୁ ପଛରୁ ପିଟିଲା ମିନି ଟ୍ରକ୍‌, ଦୁଇ ଗୁରୁତର
  • ||
  • ସମ୍ବଲପୁର: ତପସ୍ବନୀ ଏକ୍ସପ୍ରେସ୍‌କୁ ପଥର ମାଡ଼, ଭାଙ୍ଗିଲା ଟ୍ରେନ୍ କାଚ୍
  • ||
  • ରାତି ୨ଟା ୩୦ରେ ମୁନିର ଫୋନ୍ କରିଥିଲେ; କହିଲେ ଭାରତ ହମଲା କରିଦେଲା...ନୂର ଏୟାରବେସ୍‌ରେ ମିସାଇଲ ମାଡ଼କୁ ମାନିଲେ ଶେହବାଜ
  • ||
  • ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପ୍ରସ୍ତୁତି, ପବିତ୍ର ସ୍ନାନଯାତ୍ରା ଓ ରଥଯାତ୍ରାର ନୀତି ନିର୍ଘଣ୍ଟ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବ ବୈଠକ
  • ||
  • ରବିବାର ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ, ଶ୍ରୀହରିକୋଟାରୁ ଲଞ୍ଚ୍‌ ହେବ ଇସ୍ରୋର ଇଓଏସ୍‌-୯ ମିଶନ
  • ||
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||
  • କାଳବୈଶାଖୀ ଆସିବ, ଆଶ୍ୱସ୍ତି ଦେବନି: ୬ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା କମ୍
  • ||

ଖରିଆରରୋଡ଼ ରେଲୱେ ଷ୍ଟେସନରୁ ଅଜଣା ମୃତଦେହ ଉଦ୍ଧାର…

Published By : Prameya | May 16, 2025 11:27 PM

ନୂଆପଡ଼ା ୧୭।୫ : ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଖରିଆର ରୋଡ଼ ରେଲୱେ ଷ୍ଟେସନ ନିକଟରୁ ଏକ ଅଜଣା ମୃତଦେହକୁ କଣ୍ଟାବାଞ୍ଜି ଜିଆରପି ଉଦ୍ଧାର କରିଛି। ମୃତଦେହ ଚିହ୍ନଟ ହୋଇନଥିବାରୁ ବ୍ୟବଚ୍ଛେଦ ହୋଇନାହିଁ । ଗତକାଲି ସନ୍ଧ୍ୟାରେ ଖରିଆର ରୋଡ଼ ରେଲୱେ ଷ୍ଟେସନ ନିକଟରେ ଜଣେ ଅଜଣା ବ୍ୟକ୍ତି ଆଶ୍ରୟ ନେଇଥିଲେ। ଗତ କିଛି ଦିନ ହେବ ଖରିଆର ରୋଡ଼ ସହରରେ ଭିକ୍ଷା ବୃତ୍ତି କରି ପେଟ ପୋଷୁଥିଲେ। ସେ ରୋଗୀଣା ହୋଇ ଜରାଜୀର୍ଣ୍ଣ ଅବସ୍ଥାରେ ଥିଲେ। ରାତିରେ ଷ୍ଟେସନ ପରିସରରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଆଜି ସକାଳେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଷ୍ଟେସନର ସାମଗ୍ରୀ ପରିବହନ ହେଉଥିବା ସ୍ଥାନରେ ମୃତଦେହ ପଡିଥିଲା। ଏନେଇ ସ୍ଥାନୀୟ ଲୋକେ ରେଲୱେ ପୁଲିସକୁ ଖବର ଦେଇଥିଲେ ।   

ଆଜି ମଧ୍ୟାହ୍ନରେ କଣ୍ଟାବାଞ୍ଜି ସରକାରୀ ରେଲୱେ ପୁଲିସ(ଜିଆରପି) ପୋଷ୍ଟ ଏଏସଆଇ ମହେଶ୍ବର ପ୍ରଧାନଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ରେଲୱେ ଷ୍ଟେସନରେ ପହଞ୍ଚି ମୃତଦେହକୁ ଜବତ କରିଥିଲେ। ତେବେ ମୃତଦେହର ପରିଚୟ ଚିହ୍ନଟ ହୋଇ ନଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶବଗୃହରେ ଫ୍ରିଜରରେ ରଖା ଯାଇଛି। ବହୁ ପୂର୍ବରୁ ଅଜଣା ବ୍ୟକ୍ତିଙ୍କ ବାମ ହାତ କହୁଣୀ ଉପରୁ କାଟି ଯାଇଥିବା ବେଳେ ବାମ ଗୋଡ଼ ଆଙ୍ଗୁଳି କଟି ଯାଇଛି। ସେ ଛତିଶଗଡ଼ ରାଜ୍ୟ ବିଳାସପୁର ଅଞ୍ଚଳର ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ମୃତ ବ୍ୟକ୍ତିଙ୍କ ପରିବାର ଲୋକେ ଆସି ମୃତଦେହକୁ ନେବାକୁ ଜିଆରପି ଏଏସଆଇ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.