ପ୍ରମୂଖ ଖବର
  • ସମ୍ୱଲପୁର : ଯକୃତ ଦାନ କରିଥିଲେ ବଡ଼ ଯାଆ, ସେପଟିକ୍ ହେବାରୁ ଆଖି ବୁଜିଦେଲେ ସାନ ଯାଆ
  • ||
  • ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ,ଜଣେ ଯବାନ ଗୁରୁତର
  • ||
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ବେଦିକାର ସମାବର୍ତ୍ତନ ଓ AIMA ମ୍ୟନେଜିଂ ଇଣ୍ଡିଆ ଆୱାର୍ଡରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Published By : Bijay Swain | February 22, 2025 12:11 AM

ଭୂବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀ ଠାରେ ଆୟୋଜିତ ବେଦିକାର ସମାବର୍ତ୍ତନ ସମାରୋହ ଓ ଅଲ୍ ଇଣ୍ଡିଆ ମ୍ୟାନେଜମେଣ୍ଟ ଆସୋସିଏସନ (AIMA) ୧୫ତମ ମ୍ୟାନେଜିଂ ଇଣ୍ଡିଆ ଆୱାର୍ଡ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସମବେତ ଛାତ୍ରୀ ଓ ଅନ୍ୟାନ୍ୟ ବ୍ୟକ୍ତିବିଶେଷଙ୍କୁ ଆତ୍ମବିଶ୍ବାସର ସହ ନେତୃତ୍ୱ ନେବା ସହ ଏକ ଉନ୍ନତ ସମାଜ ଗଠନରେ ସାହାଯ୍ୟ କରିବା ପାଇଁ ଆହ୍ୱାନ କରିଛନ୍ତି।

ମହିଳାଙ୍କ ପାଇଁ ବେଦିକା ସ୍କଲାର୍ସ କାର୍ଯ୍ୟକ୍ରମରେ ୨୦୨୪ ବର୍ଷର ର ଗ୍ରାଜୁଏଟ୍ ଛାତ୍ରୀଙ୍କୁ ସମ୍ବୋଧନ କରି କହିଛନ୍ତି, ସମାବର୍ତ୍ତନ କେବଳ ଗ୍ରାଜୁଏଟ୍ ହେବାର ବିଷୟ ନୁହେଁ ବରଂ ଏହା ଭବିଷ୍ୟତ ଆଡକୁ ବଢିବାର ଏକ ସମାରୋହ। ବେଦିକାର ସମସ୍ତ ସ୍ନାତକଧାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେ କହିଛନ୍ତି ମହିଳା ନେତୃତ୍ୱାଧୀନ ବିକାଶ ଦିଗରେ ଭାରତରେ ଏକ ବଡ଼ ଧରଣର ପରିବର୍ତ୍ତନ ଆସିଛି। ସ୍ୱାମୀ ବିବେକାନନ୍ଦ ଜୀ କହିଥିଲେ, “ମହିଳାମାନେ ହିଁ ନିଜ ଭାଗ୍ୟ ନିର୍ଦ୍ଧାରଣ କରିବେ। ପୁରୁଷମାନଙ୍କ ଠାରୁ ବହୁତ ଗୁଣରେ ସେମାନେ ସବୁ କାମ କରିପାରିବେ"। ଏହିପରି ଭାବରେ ବିଦେକାର ଛାତ୍ରୀମାନେ ଭାରତର ନାରୀଶକ୍ତିରୁ ପ୍ରେରଣା ନେଇ ବିଭିନ୍ନ କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିବେ। ପ୍ରତିବନ୍ଧକକୁ ପ୍ରତି ଭାଙ୍ଗି ଜୀବନରେ ନୂଆ ଉଚ୍ଚତା ହାସଲ କରିବେ ଭାରତ ଏକ ପରିବର୍ତ୍ତନଶୀଳ ଯୁଗର ଦ୍ୱାରରେ ରହିଛି। ବେଦିକାର ଗ୍ରାଜୁଏଟ ବିକଶିତ ଭାରତ ନିର୍ମାଣରେ ଆଗରେ ରହିବେ। ବଡ ବଡ ସ୍ୱପ୍ନ ଦେଖିବା ନିଜକୁ ୱେଲଥ୍ କ୍ରିଏଟର ଭାବରେ ପ୍ରତିପାଦିତ କରିବା ଉଜ୍ଜ୍ବଳ ଭବିଷ୍ୟତ ଗଠନ ଦିଗରେ ଶ୍ରୀ ପ୍ରଧାନ ପ୍ରୋତ୍ସାହିତ କରିଥିଲେ। କେବଳ ଚାକିରି ଖୋଜିବା ନୁହେଁ,  ବରଂ ଚାକିରିଦାତା ହେବା ପାଇଁ ସେ ଆହ୍ୱାନ କରିଥିଲେ।

ଆଇମା'ର ୧୫ତମ ମ୍ୟାନେଜିଂ ଇଣ୍ଡିଆ ଆୱାର୍ଡ ୱାର୍ଡ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ କହିଥିଲେ ଯେ ଏହି ସମୟକୁ ସଠିକ୍ ସମୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିହିତ କରିଛନ୍ତି। ଚଳିତ ବଜେଟରେ ଅନେକ ପଦକ୍ଷେପ ନିଆଯାଇଥିବା ବେଳେ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ କରିଛାଡ଼ ହୋଇଛି। ଏହାଦ୍ୱାରା ମଧ୍ୟବିତ୍ତ ବର୍ଗର ଲୋକମାନେ ଉପକୃତ ହେବା ସହ ଏହାର ପ୍ରଭାବ ସର୍କୁଲାର୍ ଅର୍ଥନୀତିରେ ପଡିବ। ତେବେ ଦେଶର ଆବଶ୍ୟକତା ଅନୁସାରେ ଶିକ୍ଷା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ଓ ନବସୃଜନକୁ ଗତି ଦେବା ଦିଗରେ ସହ‌ଯୋଗୀ ହେବା ପାଇଁ ସେ ଆଇମାକୁ ଆହ୍ୱାନ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.