ପ୍ରମୂଖ ଖବର
  • ରାଜଧାନୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଜଣେ ଅଟକ
  • ||
  • ବିଶ୍ବର ତୃତୀୟ ଆର୍ଥିକ ଶକ୍ତି ହେବାକୁ ଯାଉଛି ଭାରତ; ରାଷ୍ଟ୍ରପତି
  • ||
  • ସମ୍ବିଧାନର ନିର୍ମାତାଙ୍କୁ ଜଣାଇଲେ ସମ୍ମାନ
  • ||
  • ଆହତଙ୍କୁ ଆଶୁ ଆରୋଗ୍ୟ କାମନା କଲେ ରାଷ୍ଟ୍ରପତି
  • ||
  • ସଂସଦ ବଜେଟ୍ ଅଧିବେଶନ ଆରମ୍ଭ, ଉଭୟ ଗୃହକୁ ସମ୍ବୋଧନ କଲେ ରାଷ୍ଟ୍ରପତି, କଲେ ଶୋକ ପ୍ରକାଶ
  • ||
  • ବଜେଟ୍ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ; କହିଲେ ଦେଶକୁ ଶକ୍ତି ଦେବ ଏ ବଜେଟ୍
  • ||
  • ସନ୍ଧ୍ୟାରେ ଚତୁର୍ଥ ଟି-ଟ୍ୱେଣ୍ଟି ଲଢ଼େଇ, ବ୍ୟାଟିଂ ତ୍ରୁଟି ସୁଧାରିବ ଭାରତ, ସିରିଜ ବରାବର ଲକ୍ଷ୍ୟରେ ଇଂଲଣ୍ଡ
  • ||
  • ହକି ଇଣ୍ଡିଆ ଲିଗ୍‌ ସେମ ମୁକାବିଲା: ସନ୍ଧ୍ୟାରେ ଟାଇଗର୍ସ - ଡ୍ରାଗନ୍ସ ଟକ୍କର, ଦ୍ୱିତୀୟ ମ୍ୟାଚ୍‌ରେ ସୁରମା- ତୁଫାନ୍ସ ଲଢ଼େଇ
  • ||
  • ଗଜପତି : ବିଦ୍ୟୁତ ଆଘାତରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ଚାନ୍ଦିପୁଟରେ ରାସ୍ତା ଅବରୋଧ
  • ||
  • ଭୋଗରାଇ : ରାସ୍ତା କଡ଼ରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଇସ୍ରାଇଲ୍ ଏୟାରଷ୍ଟ୍ରାଇକରେ ହମାସ୍ ସେନା ଡେପୁଟି କମାଣ୍ଡର ମହମ୍ମଦ ଦୈଫଙ୍କ ମୃତ୍ୟୁ, ସ୍ପଷ୍ଟ କଲା ହମାସ୍
  • ||
  • ଜମ୍ମୁ କାଶ୍ମୀର ପୁଞ୍ଚରେ ସୁରକ୍ଷାବାହିନୀର ଏନକାଉଣ୍ଟର, ସେନା ଗୁଳିରେ ଟଳିଲେ ୩ ଆତଙ୍କୀ
  • ||
  • ଶୁକ୍ରବାରଠୁ ସଂସଦର ବଜେଟ୍‌ ଅଧିବେଶନ: କାଲି ଆସିବ ସାଧାରଣ ବଜେଟ୍, ଆସିପାରେ ୧୬ ବିଲ୍
  • ||

ଏଥର ବଜେଟ୍‌ରେ ୬ ବଡ଼ ଘୋଷଣା କରିପାରନ୍ତି ସୀତାରମଣ; ପେଟ୍ରୋଲ, ଡିଜେଲରୁ ଖସିପାରେ ଉତ୍ପାଦ ଶୁଳ୍କ

Published By : Prameya | January 31, 2025 8:37 AM

ନୂଆଦିଲ୍ଲୀ,୩୧/୦୧: ଦିନକ ପରେ ସଂସଦରେ ଉପସ୍ଥାପିତ ହେବ ୨୦୨୫-୨୬ ଆର୍ଥିକ  ବର୍ଷର ବିତ୍ତୀୟ ନକ୍‌ସା । ଏହା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଲଗାତର ଅଷ୍ଟମ ବଜେଟ୍‌ । ଏଥିରେ  ୬ଟି ବଡ଼ ଘୋଷଣା ନେଇ ଆଶା ରହିଛି । ତିନୋଟି  ଆଧାରରେ ଏହି ପ୍ରସ୍ତାବଗୁଡ଼ିକ ଆସିପାରେ । ତାହା  ହେଉଛି ଲୋକଙ୍କ ଆବଶ୍ୟକତା, ବିଜେପିର ନିର୍ବାଚନୀ  ପ୍ରତିଶ୍ରୁତି ଏବଂ ଗଣମାଧ୍ୟମ ରିପୋର୍ଟ ।  

ସୂତ୍ର ଅନୁସାରେ, ବଜେଟ୍‌ରେ ଇନ୍ଧନ ଦର କମିପାରେ । ସାଧାରଣ ଖାଉଟିଙ୍କୁ ଆଶ୍ୱସ୍ତି ଦେବାକୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରିପାରନ୍ତି ଅର୍ଥମନ୍ତ୍ରୀ । ଯାହାଦ୍ୱାରା ଉଭୟ ଇନ୍ଧନ ଶସ୍ତା  ହୋଇପାରେ । ଏବେ ପେଟ୍ରୋଲ ଉପରେ ୧୯.୯୦  ଟଙ୍କା ଏବଂ ଡିଜେଲ ଉପରେ ୧୫.୮୦ ଟଙ୍କାର ଉତ୍ପାଦ  ଶୁଳ୍କ ଲାଗୁଛି ।  

ସେହିଭଳି କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ସହ  ଜଡ଼ିତ ପାର୍ଟସର ଆମଦାନି ଶୁଳ୍କ କମିପାରେ । ଏବେ  ଏହା ଉପରେ ୨୦% ଶୁଳ୍କ ଲାଗୁଛି । ଏହା କମିଲେ  ମୋବାଇଲ ଭଳି ଡିଭାଇସ୍‌ଗୁଡ଼ିକ ଶସ୍ତା ହୋଇପାରେ । 

ସୁନା ଏବଂ ରୁପା ଉପରେ ଆମଦାନି ଶୁଳ୍କ  ବଢ଼ିପାରେ । ଏବେ ଏହା ଉପରେ ୬% ଶୁଳ୍କ  ଲାଗୁଛି । ଯଦି ଶୁଳ୍କ ବଢ଼େ ତାହେଲେ ସୁନା ରୁପା  ଦାମ୍‌ ଆହୁରି ବଢ଼ିବ । ଗତ ବଜେଟ୍‌ରେ ସରକାର  ସୁନା ଉପରେ ଆମଦାନି ଶୁଳ୍କକୁ ୧୫%ରୁ କମାଇ  ୬% କରିଥିଲେ । ଏହାର ତୁରନ୍ତ ବାଦ୍‌ ୨୦୨୪  ଅଗଷ୍ଟରେ ସୁନାର ବାର୍ଷିକ ଆମଦାନି ୧୦୪%  ବଢ଼ି ୮୭ ହଜାର କୋଟି ହୋଇଯାଇଥିଲା । ଏବେ  ସରକାର ଆମଦାନି କମାଇବାକୁ ଚାହୁଁଛନ୍ତି,  ଯାହାଦ୍ୱାରା ବାଣିଜ୍ୟିକ ନିଅଣ୍ଟ କମିବ ।  

ଶୁକ୍ରବାରଠୁ ସଂସଦର ବଜେଟ୍‌ ଅଧିବେଶନ: କାଲି ଆସିବ ସାଧାରଣ ବଜେଟ୍, ଆସିପାରେ ୧୬ ବିଲ୍

ସେହିଭଳି ନୂଆ ଟିକସ ଢାଞ୍ଚା ଅଧୀନରେ  ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ଟିକସମୁକ୍ତ  ହୋଇପାରେ । ୧୫ରୁ ୨୦ ଲକ୍ଷ ଟଙ୍କା ମଧ୍ୟରେ ଆୟ  ପାଇଁ ୨୫%ର ନୂଆ ଟିକସ ସ୍ଲାବ୍‌ ଅଣାଯାଇପାରେ ।  ଏବେ ଏଥିରେ ୬ଟି ଟିକସ ଥାକ ରହିଛି । ୧୫ ଲକ୍ଷ  ଟଙ୍କାରୁ ଅଧିକ ଆୟରେ ୩୦% ଟିକସ ଲାଗୁଛି । ନୂଆ  ଟିକସ ଢାଞ୍ଚା ଅଧୀନରେ ମୂଳ ଟିକସ ଛାଡ଼ ସୀମାକୁ ୩  ଲକ୍ଷ ଟଙ୍କାରୁ ବଢ଼ାଇ ୫ ଲକ୍ଷ ଟଙ୍କା କରାଯାଇପାରେ ।  

ପିଏମ୍‌ କିଷାନ ସହାୟତା ରାଶି ୧୨,୦୦୦ ଟଙ୍କାକୁ  ବଢ଼ିପାରେ: ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନା  ଅଧୀନରେ କୃଷକଙ୍କୁ ମିଳିପାରେ ଖୁସି ଖବର । ଏହି  ସ୍କିମ୍‌ ଅଧୀନରେ ବାର୍ଷିକ ସହାୟତା ରାଶିକୁ ୬ ହଜାର  ଟଙ୍କାରୁ ବଢ଼ାଇ ୧୨ ହଜାର ଟଙ୍କା କରାଯାଇପାରେ । ଆୟୁଷ୍ମାନ ଭାରତ ଯୋଜନାର ପରିସର ବଢ଼ିପାରେ ।  ଏବେ ଆର୍ଥିକ ଦୁର୍ବଳ ଏବଂ ୭୦ ବର୍ଷରୁ ଅଧିକ ବୟସ୍କ  ବୟୋବୃଦ୍ଧଙ୍କୁ ଏ ଯୋଜନାର ଫାଇଦା ମିଳୁଛି । ଅଟଳ  ପେନ୍‌ସନ ଯୋଜନାରେ ପେନ୍‌ସନ ରାଶିକୁ ଦୁଇ ଗୁଣା  ବା ୧୦୦୦୦ ଟଙ୍କା କରାଯାଇପାରେ ।  

ଗ୍ରାମାଞ୍ଚଳରେ ଗ୍ରାଜୁଏଟଙ୍କ ପାଇଁ ଆସିପାରେ  ଇଣ୍ଟର୍ଣ୍ଣସିପ୍‌ ପ୍ରୋଗ୍ରାମ: ଏକୀକୃତ ରାଷ୍ଟ୍ରୀୟ ରୋଜଗାର ନୀତି ଆସିପାରେ । ଏଥିରେ ରୋଜଗାର ଦେଉଥିବା  ଭିନ୍ନ ଭିନ୍ନ ମନ୍ତ୍ରାଳୟଗୁଡ଼ିକର ଯୋଜନାକୁ ଗୋଟିଏ ପ୍ଲାଟ୍‌ଫର୍ମକୁ ଅଣାଯାଇପାରେ । ଗ୍ରାମୀଣ ଅଞ୍ଚଳରେ  ସରକାରୀ ଅଫିସ୍‌ଗୁଡ଼ିକରେ କାର୍ଯ୍ୟ କରିବା ପାଇଁ  ଇଣ୍ଟର୍ଣ୍ଣସିପ୍‌ ପ୍ରୋଗ୍ରାମ ଘୋଷଣା ହୋଇପାରେ ।  କେବଳ ଗ୍ରାଜୁଏଟ୍‌ମାନଙ୍କ ପାଇଁ ଏହା କାର୍ଯ୍ୟ କରିବ। ବିଦେଶରେ ଚାକିରି ଯୋଗାଇ ଦେବାରେ ସହଯୋଗ ଲାଗି ‘ଇଣ୍ଟର୍‌ନ୍ୟାସ୍‌ନାଲ ମୋବିଲିଟି ଅଥରିଟି’ ଗଠନ  କରାଯାଇପାରେ ।  

ମେଡିକାଲ କଲେଜ୍‌ଗୁଡ଼ିକରେ ୭୫,୦୦୦ ସିଟ୍‌  ଯୋଡ଼ିବାକୁ ରୋଡ୍‌ମ୍ୟାପ୍‌: ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ବଜେଟ୍‌  ବରାଦ ୧୦% ପର୍ଯ୍ୟନ୍ତ ବଢ଼ିପାରେ । ପୂର୍ବ ବଜେଟ୍‌ରେ  ସ୍ୱାସ୍ଥ୍ୟ ପାଇଁ ୯୦,୯୫୮ କୋଟି ଟଙ୍କା ଦିଆଯାଇଥିଲା ।  ଏମ୍‌ଆର୍‌ଆଇ ଭଳି ଚିକିତ୍ସା ଉପକରଣ ଉପରେ  ଆମଦାନି ଶୁଳ୍କ କମ୍‌ ହୋଇପାରେ । ଏବେ ଏହା ଉପରେ ମୂଳ ସୀମା ଶୁଳ୍କ ୭.୫ରୁ ୧୦% ମଧ୍ୟରେ ଅଛି । ଆଗାମୀ ୫ ବର୍ଷରେ ମେଡିକାଲ କଲେଜ୍‌ଗୁଡ଼ିକରେ ୭୫ ହଜାର ସିଟ୍‌ ଯୋଡ଼ିବାକୁ  ସରକାର ଲକ୍ଷ୍ୟ ରଖିଛନ୍ତି । ଏହାର ରୋଡ୍‌ମ୍ୟାପ୍‌ ଏହି  ବଜେଟ୍‌ରେ ଉପସ୍ଥାପନ ହୋଇପାରେ ।  

ଶସ୍ତା ଘର କିଣିବାର ପ୍ରାଇସ୍‌ ଲିମିଟ୍‌ ବଢ଼ିପାରେ: ମେଟ୍ରୋ ସହରଗୁଡ଼ିକ ପାଇଁ ଶସ୍ତା ବାସଗୃହ ପ୍ରାଇସ୍‌  ଲିମିଟ୍‌ ୪୫ ଲକ୍ଷ ଟଙ୍କାରୁ ବଢ଼ାଯାଇ ୭୦ ଲକ୍ଷ ଟଙ୍କା  କରାଯାଇପାରେ । ଅର୍ଥାତ୍‌ ଯଦି ଜଣେ ୭୦ ଲକ୍ଷ ଟଙ୍କା  ପର୍ଯ୍ୟନ୍ତ ଘର କିଣୁଛନ୍ତି ତାଙ୍କୁ ସରକାରୀ ଯୋଜନା  ଅଧୀନରେ ରିହାତି ମିଳିବ । ଅନ୍ୟ ସହରଗୁଡ଼ିକ  ପାଇଁ ଏହି ସୀମା ୫୦ ଲକ୍ଷ ଟଙ୍କା କରାଯାଇପାରେ ।  ଗୃହ ଋଣ ସୁଧ ହାର ଉପରେ ମିଳୁଥିବା ଟିକସ ରିହାତିକୁ ବଢ଼ାଇ ୫ ଲକ୍ଷ ଟଙ୍କା କରାଯାଇପାରେ ।  ଏହା ଏବେ ୨ ଲକ୍ଷ ଟଙ୍କା ରହିଛି ।

୧ ଫେବ୍ରୁଆରୀରୁ ଆଉ କରି ପାରିବେ ନାହିଁ ଅନଲାଇନ୍ ପେମେଣ୍ଟ , ଏହି ପରିବର୍ତ୍ତନ ନିହାତି ଜରୁରୀ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.