ନୂଆଦିଲ୍ଲୀ,୩୧/୦୧: ଆର୍ଥିକ ବର୍ଷ ୨୦୨୫-୨୬ର ବଜେଟ୍ ଉପସ୍ଥାପନ ନେଇ କାଉଣ୍ଟଡାଉନ ଆରମ୍ଭ ହୋଇଛି । ଆସନ୍ତାକାଲି ( ଶନିବାର) ସଂସଦରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କେନ୍ଦ୍ର ରାଜକୋଷର ହିସାବ ଦେବେ ଅର୍ଥମନ୍ତ୍ରୀ । କେନ୍ଦ୍ର ବଜେଟକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଥାଏ । ଏହା ସହିତ ଜଡିତ କାଗଜପତ୍ର ମଧ୍ୟ ଅର୍ଥମନ୍ତ୍ରୀଙ୍କୁ ନେବାକୁ ଅନୁମତି ମିଳେ ନାହିଁ । ବଜେଟର ୧୦ ପୂର୍ବରୁ କ୍ବାରେଣ୍ଟାଇନ ହୋଇଯାନ୍ତି ଅଧିକାରୀ । ନା ପରିବାର ସହ କଥା ହୁଅନ୍ତି ନା ଘରକୁ ଯାଇଥାନ୍ତି । ହେଲେ ଏମିତି କାହିଁକି । କଣ ରହିଛି ଏଥିରେ ୧୯୫୦ର କନେକ୍ସନ ଆସନ୍ତୁ ଜାଣିବା ।
ବଜେଟ୍ ଲିକ୍ ହୋଇଯିବାର ଥାଏ ଆଶଙ୍କା- ଫେବୃଆରୀ ୧ ତାରିଖରେ କେନ୍ଦ୍ର ବଜେଟ୍ ଉପସ୍ଥାପନ ହେବ । ଆର୍ଥିକ ବର୍ଷ ପାଇଁ ସରକାରଙ୍କ କଣ ଯୋଜନା ରହିଛି ତାହା ଜାଣିବାକୁ ସମସ୍ତଙ୍କର ଇଚ୍ଛା ଥାଏ । ଭାବନ୍ତୁ ଯଦି ବଜେଟ୍ ଲିକ୍ ହୋଇଯାଏ କୌଣସି କମ୍ପାନୀକୁ ଜଣାପଡିଯାଏ ସରକାର କଣ ଘୋଷଣା କରିବେ ତେବେ ସେ ଏହାର ଫାଇଦା ଉଠାଇ ପାରନ୍ତି । ସରକାରଙ୍କ ବଦନାମ ହୋଇପାରେ । ଦେଶକୁ ଆର୍ଥିକ କ୍ଷୟର ସାମ୍ନା କରିବାକୁ ପଡିପାରେ । କାରଣରୁ ବଜେଟ୍ ଦସ୍ତାବିଜ୍ ଲିକ୍ କରିବା ଅଧିକାରିକ ଗୋପନୀୟତା ଅଧିନିୟନ ଅଧୀନରେ ଦଣ୍ଡନୀୟ ହୋଇଥାଏ । ତେଣୁ ବଜେଟ୍ ଉପସ୍ଥାପନର ୧୦ଦିନ ପୂର୍ବରୁ ଅଧିକାରୀ କ୍ବାରେଣ୍ଟାଇନ ହୋଇଯାଆନ୍ତି । ଘରକୁ ଯାଇପାରିନ୍ତା ନାହିଁ ନା ଫୋନରେ କଥା ହୋଇଥାନ୍ତି ।
କଣ ୧୯୫୦ର କନେକ୍ସନ- ଏବେ ଆପଣଙ୍କ ମନକୁ ଆସୁଥିବ କଣ ବଜେଟ୍ କେବେ ଲିକ୍ ହୋଇଛି କି ? ଏହାର ଉତ୍ତର ହଁ ରହିବ । ଭାରତ ଇତିହାସରେ ବଜେଟ୍ ୨ ଥର ଲିକ୍ ହୋଇଛି । ସ୍ବାଧୀନ ଭାରତରେ ୧୯୪୭ରେ ପ୍ରଥମ ବଜେଟ୍ ଉପସ୍ଥାପିତ ହୋଇଥିଲା । ଆର୍ଥିକ ବର୍ଷ ୧୯୪୭-୧୯୪୮ ପାଇଁ ତତ୍କାଳୀନ କେନ୍ଦ୍ର ଅର୍ଥମନ୍ତ୍ରୀ ଆର.କେ ଶନମୁଖମ ଚେଟ୍ଟୀ ବଜେଟ୍ ଉପସ୍ଥାପନ କରିଥିଲେ । ସେହି ସମୟରେ ବ୍ରିଟେନ ପାର୍ଲାମେଣ୍ଟ ଚାନ୍ସଲର ହୟୁଗ ଡାଲ୍ଟନ ବଜେଟ୍ ସମ୍ପର୍କରେ କିଛି ତଥ୍ୟ ଜଣେ ପତ୍ରକାରଙ୍କୁ ଦେଇଥିଲେ । ବଜେଟ୍ ଉପସ୍ଥାପନ ପୂର୍ବରୁ ଏହା ପବ୍ଲିକ ହୋଇଯାଇଥିଲା । ଏହି ଘଟଣାକୁ ନେଇ ହୟୁଗ ଡାଲ୍ଟନଙ୍କୁ ପଦ ଛାଡିବାକୁ ପଡିଥିଲା । ପରବର୍ତ୍ତୀ ସମୟରେ ମାମଲା ଶାନ୍ତ ପଡିଯାଇଥିଲା ।
ଏହା ବି ପଢନ୍ତୁ...କେବେ ଉପସ୍ଥାପିତ ହୁଏ ପାକିସ୍ତାନ ବଜେଟ୍ ? ଜାଣନ୍ତୁ ଭାରତଠୁ ଏହା କେତେ ଅଲଗା
IBର ରହିଥାଏ କଡା ନଜର- ବଜେଟ୍ ପ୍ରସ୍ତୁତ ହେବା ପରେ ଏହାର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଏ । ଆଇବିର କଡା ନଜର ଥାଏ । ସାଇବର ଚୋରି ଯେପରି ନହୁଏ ସେ ନେଇ ପ୍ରେସ୍ ମଧ୍ୟରେ କମ୍ପ୍ୟୁଟରକୁ ଏନଆଇସି ସର୍ଭରୁ ଅଲଗା କରାଯାଏ । ଇଣ୍ଟେଲିଜେନ୍ସି ବ୍ୟୁରୋ (ଆଇବି) ଦିଲ୍ଲୀ ପୋଲିସ ସହୟତାରେ ବଜେଟ ପ୍ରସ୍ତୁତରେ ସାମିଲ ଅଧିକାରୀଙ୍କ ଉପରେ ନଜର ରଖିଥାଏ ।