ପ୍ରମୂଖ ଖବର
  • ରାଜଧାନୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଜଣେ ଅଟକ
  • ||
  • ବିଶ୍ବର ତୃତୀୟ ଆର୍ଥିକ ଶକ୍ତି ହେବାକୁ ଯାଉଛି ଭାରତ; ରାଷ୍ଟ୍ରପତି
  • ||
  • ସମ୍ବିଧାନର ନିର୍ମାତାଙ୍କୁ ଜଣାଇଲେ ସମ୍ମାନ
  • ||
  • ଆହତଙ୍କୁ ଆଶୁ ଆରୋଗ୍ୟ କାମନା କଲେ ରାଷ୍ଟ୍ରପତି
  • ||
  • ସଂସଦ ବଜେଟ୍ ଅଧିବେଶନ ଆରମ୍ଭ, ଉଭୟ ଗୃହକୁ ସମ୍ବୋଧନ କଲେ ରାଷ୍ଟ୍ରପତି, କଲେ ଶୋକ ପ୍ରକାଶ
  • ||
  • ବଜେଟ୍ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ; କହିଲେ ଦେଶକୁ ଶକ୍ତି ଦେବ ଏ ବଜେଟ୍
  • ||
  • ସନ୍ଧ୍ୟାରେ ଚତୁର୍ଥ ଟି-ଟ୍ୱେଣ୍ଟି ଲଢ଼େଇ, ବ୍ୟାଟିଂ ତ୍ରୁଟି ସୁଧାରିବ ଭାରତ, ସିରିଜ ବରାବର ଲକ୍ଷ୍ୟରେ ଇଂଲଣ୍ଡ
  • ||
  • ହକି ଇଣ୍ଡିଆ ଲିଗ୍‌ ସେମ ମୁକାବିଲା: ସନ୍ଧ୍ୟାରେ ଟାଇଗର୍ସ - ଡ୍ରାଗନ୍ସ ଟକ୍କର, ଦ୍ୱିତୀୟ ମ୍ୟାଚ୍‌ରେ ସୁରମା- ତୁଫାନ୍ସ ଲଢ଼େଇ
  • ||
  • ଗଜପତି : ବିଦ୍ୟୁତ ଆଘାତରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ଚାନ୍ଦିପୁଟରେ ରାସ୍ତା ଅବରୋଧ
  • ||
  • ଭୋଗରାଇ : ରାସ୍ତା କଡ଼ରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଇସ୍ରାଇଲ୍ ଏୟାରଷ୍ଟ୍ରାଇକରେ ହମାସ୍ ସେନା ଡେପୁଟି କମାଣ୍ଡର ମହମ୍ମଦ ଦୈଫଙ୍କ ମୃତ୍ୟୁ, ସ୍ପଷ୍ଟ କଲା ହମାସ୍
  • ||
  • ଜମ୍ମୁ କାଶ୍ମୀର ପୁଞ୍ଚରେ ସୁରକ୍ଷାବାହିନୀର ଏନକାଉଣ୍ଟର, ସେନା ଗୁଳିରେ ଟଳିଲେ ୩ ଆତଙ୍କୀ
  • ||
  • ଶୁକ୍ରବାରଠୁ ସଂସଦର ବଜେଟ୍‌ ଅଧିବେଶନ: କାଲି ଆସିବ ସାଧାରଣ ବଜେଟ୍, ଆସିପାରେ ୧୬ ବିଲ୍
  • ||

ବ୍ରିକ୍ସ ଦେଶଙ୍କୁ ଟ୍ରମ୍ପଙ୍କ ଖୋଲା ଧମକ : 'ଡଲାରକୁ ଅଣଦେଖା ଚଳିବ ନାହିଁ, ଲାଗିବ ୧୦୦ ପ୍ରତିଶତ ଟାରିଫ୍'

Published By : Prameya | January 31, 2025 8:33 AM

ନୂଆଦିଲ୍ଲୀ, ୩୧/୦୧ : ବ୍ରିକ୍ସ ଦେଶଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଖୋଲା ଧମକ। ଡଲାରକୁ ଅଣଦେଖା କଲେ ଚଳିବ ନାହିଁ। ବ୍ରିକ୍ସ ଦେଶମାନେ ଆମେରିକୀୟ ଡଲାରକୁ ରିପ୍ଲେସ୍‌ କରିପାରିବେ ନାହିଁ। ଏଭଳି କଲେ ବ୍ରିକ୍ସ ଦେଶଙ୍କ ଉପରେ ଲାଗିବ ୧୦୦ ପ୍ରତିଶତ ଟାରିଫ୍। ସବୁଦିନ ପାଇଁ ବନ୍ଦ ହୋଇଯିବ ଆମେରିକାର ଦ୍ଵାର। ଖୋଜିବାକୁ ପଡ଼ିବ ଅନ୍ୟ ବାଜର। 

ସୂଚନାନୁଯାୟୀ, ବ୍ରିକ୍ସ ଦେଶଗୁଡ଼ିକ ନୂତନ କରେନ୍ସି ଆରମ୍ଭ କରିପାରନ୍ତି ବୋଲି କିଛି ଦିନ ତଳେ ଖବର ଆସିଥିଲା। ଏହାପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ରିକ୍ସ ଦେଶଗୁଡ଼ିକ ଉପରେ ଖପ୍ପା ହୋଇଥିଲେ। ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସାଲ୍‌ରେ ଟ୍ରମ୍ପ ଏକ ପୋଷ୍ଟ କରି ଖୋଲାଖୋଲି ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ବ୍ରିକ୍ସ ଦେଶଗୁଡ଼ିକ ଆମେରିକୀୟ ଡଲାରର ପ୍ରାଧାନ୍ୟକୁ ଚ୍ୟାଲେଞ୍ଜ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ଆମେ କେବଳ ଦର୍ଶକ ସାଜିଥିଲୁ, କିନ୍ତୁ ଏବେ ଏହା ଚଳିବ ନାହିଁ। ବ୍ରିକ୍ସ ଦେଶମାନେ ନୂଆ ମୁଦ୍ରା ତିଆରି କରନ୍ତୁ ନାହିଁ କିମ୍ଵା ଆମେରିକୀୟ ଡଲାରର ପ୍ରାଧାନ୍ୟକୁ ଚ୍ୟାଲେଞ୍ଜ କରିବା ପାଇଁ ଅନ୍ୟ କୌଣସି ମୁଦ୍ରାକୁ ସମର୍ଥନ କରନ୍ତୁ ନାହିଁ। ଯଦି ଏଭଳି କରାନଯାଏ, ତେବେ ବ୍ରିକ୍ସ ଦେଶଗୁଡ଼ିକ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରାଯିବ।

ଏହି ଖବରଟିକୁ ପଢନ୍ତୁ-ଶୁକ୍ରବାରଠୁ ସଂସଦର ବଜେଟ୍‌ ଅଧିବେଶନ: କାଲି ଆସିବ ସାଧାରଣ ବଜେଟ୍, ଆସିପାରେ ୧୬ ବିଲ୍

ନୂଆ କରେନ୍ସି ଆଣିବା ପଛରେ ଅନେକ କାରଣ ଅଛି। ସମ୍ପ୍ରତି ବୈଶ୍ଵିକ ଅର୍ଥନୈତିକ ଆହ୍ଵାନ ଏବଂ ଅମେରିକାର ଆକ୍ରମଣାତ୍ମକ ବୈଦେଶିକ ନୀତି ହେତୁ ବ୍ରିକ୍ସ ଦେଶଗୁଡ଼ିକ ଏକ ନୂତନ ମୁଦ୍ରା ଆଣିବାକୁ ଚାହୁଁଛନ୍ତି। ଆମେରିକୀୟ ଡଲାର ଏବଂ ୟୁରୋ ଉପରେ ବିଶ୍ଵ ନିର୍ଭରଶୀଳତା ହ୍ରାସ କରି ଅର୍ଥନୈତିକ ସ୍ଵାର୍ଥ ପାଇଁ ଏକ ନୂଆ ମୁଦ୍ରା ଲଞ୍ଚ କରିବାକୁ ଚାହୁଁଛନ୍ତି। ତେଣୁ ୨୦୨୨ରେ ୧୪ତମ ବ୍ରିକ୍ସ ସମିଟିରେ ପ୍ରଥମ ଥର ନୂଆ କରେନ୍ସି ଆଣିବାକୁ ଆଲୋଚନା ହୋଇଥିଲା। 

ଦଶନ୍ଧି ଧରି ଆମେରିକୀୟ ଡଲାର ବିଶ୍ଵରେ ଏକପାଖିଆ ପ୍ରାଧାନ୍ୟ ବିସ୍ତାର କରିଆସୁଛି। ତେବେ ନିକଟରେ ୟୁରୋ ଏବଂ ୟେନର ଲୋକପ୍ରିୟତା ବଢୁଥିବାରୁ ଡଲାରର ରିଜର୍ଭ ମୁଦ୍ରା ଅଂଶ ହ୍ରାସ ପାଇଛି। ତେବେ ଡଲାର ସର୍ବଭାରତୀୟ ସ୍ତରରେ ସର୍ବାଧିକ ବ୍ୟବହୃତ ମୁଦ୍ରା। ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି କାରବାର ପାଇଁ ବ୍ରିକ୍ସ କରେନ୍ସିର ବ୍ୟବହାର ହୁଏ ତାହେଲେ ଡଲାରର ମୂଲ୍ୟ କମିବ। ଏହାଦ୍ଵାରା ଆମେରିକାର ଘରୋଇ ସ୍ତରରେ ମଧ୍ୟ ପ୍ରଭାବ ପଡ଼ିବ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.