ନୂଆଦିଲ୍ଲୀ,୩୧/୦୧: ଆସନ୍ତାକାଲି ( ଶନିବାର) ସଂସଦରେ ଆର୍ଥିକ ବର୍ଷ ୨୦୨୫-୨୬ର ବଜେଟ୍ ଉପସ୍ଥାପନ ହେବ । କେନ୍ଦ୍ର ରାଜକୋଷର ହିସାବ ଦେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହା ଅର୍ଥମନ୍ତ୍ରୀଙ୍କ ଲାଗାତାର ଅଷ୍ଟମ ବଜେଟ୍ ହେବ । କେମିତ ରହିବ ବଜେଟ୍ କେଉଁ ସେକ୍ଟରକୁ କେତେ ବ୍ୟୟ ବରାଦ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ୬ଟି ବଡ ଘୋଷଣା ହେବା ନେଇ ଆଶା କରାଯାଉଛି । ଅଭିବୃଦ୍ଧି ବଢିବା ଆକଳନ କରାଯାଉଛି । ଚଳିତ ବଜେଟ୍ ଉପରେ ସାଧାରଣ ଲୋକଙ୍କଠୁ ନେଇ ବଡ ବଡିଆଙ୍କ ନଜର ରହିଛି । ତେବେ ଆପଣ ଜାଣିଛନ୍ତି କି ପଡୋଶୀ ଦେଶ ତଥା ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନରେ କେବେ ବଜେଟ୍ ଉପସ୍ଥାପିତ ହୁଏ । ଭାରତ ବଜେଟଠୁ ଏହା କେତେ ଅଲଗା । ଆସନ୍ତୁ ଜାଣିବା ।
ଭାରତରେ ପ୍ରତିବର୍ଷ ଫେବୃଆରୀ ପହିଲାରେ ବଜେଟ୍ ଉପସ୍ଥାପିତ ହୁଏ- ଭାରତରେ ପ୍ରତିବର୍ଷ କେନ୍ଦ୍ର ସରକାର ଫେବୃଆରୀ ପହିଲା ଅର୍ଥାତ୍ ୧ ତାରିଖରେ ବଜେଟ୍ ଉପସ୍ଥାପନା ହୋଇଥାଏ । ଏହାକୁ ବଡ ଡକ୍ୟୁମେଣ୍ଟ ବିବେଚନା କରାଯାଏ । ଏହାକୁ ଉପସ୍ଥାପନା କରିବା ପୂର୍ବରୁ କିଛି ପରମ୍ପରା ମଧ୍ୟ ପାଳନ କରାଯାଏ । ଯାହାକୁ ହାଲୱା ସେରିମନି କୁହାଯାଏ । ଏହାଛଡା ବଜେଟ୍ ପୂର୍ବଦିନ ସଂସଦରେ ଦେଶର ଆର୍ଥିକ ସର୍ଭେ ରିପୋର୍ଟ ଦିଆଯାଏ । ଏହା ତୁଳନାରେ ପାକିସ୍ତାନ ବଜେଟ ଉପସ୍ଥାପନ ଅଲଗା ହୋଇଥାଏ ।
ଏହି ଦିନ ପାକିସ୍ତାନରେ ବଜେଟ୍ ଉପସ୍ଥାପିତ ହୁଏ- ଯଦି ଆମେ ପାକିସ୍ତାନ ବଜେଟ୍ ଉପସ୍ଥାପନ ତାରିଖ କଥା କହିବା ତେବେ ଜୁନ ମାସରେ ଆରମ୍ଭରେ ହୋଇଥାଏ । ସେଠାରେ ବଜେଟ୍ ପାଇଁ କୌଣସି ନିର୍ଦ୍ଧିଷ୍ଟ ତାରିଖ କି ସେରିମନି ନଥାଏ । ପାକିସ୍ତାନରେ ଆର୍ଥିକ ବର୍ଷର ଆରମ୍ଭ ମଧ୍ୟ ଜୁନରେ ହୋଇଥାଏ । ମନ୍ତ୍ରୀମଣ୍ଡଳର ମଞ୍ଜୁରୀ ମିଳିବା ପରେ ଅର୍ଥମନ୍ତ୍ରୀ ସଂସଦରେ ବଜେଟ୍ ଉପସ୍ଥାପିତ କରିଥାନ୍ତି । ଏଠାରେ ସ୍ପିକର ହିଁ ବଜେଟ୍ ଉପସ୍ଥାପନର ଦିନ ସ୍ଥିର କରିଥାନ୍ତି ।
ଏହା ବି ପଢନ୍ତୁ...ଏଥର ବଜେଟ୍ରେ ୬ ବଡ଼ ଘୋଷଣା କରିପାରନ୍ତି ସୀତାରମଣ; ପେଟ୍ରୋଲ, ଡିଜେଲରୁ ଖସିପାରେ ଉତ୍ପାଦ ଶୁଳ୍କ
ବଜେଟ୍ ପ୍ରସ୍ତୁତିରେ ବଡ ଅନ୍ତର- ଯଦି ଆମେ ବଜେଟ୍ ସାଇଜ କଥା କହିବା ତେବେ ଭାରତ ବଜେଟ୍ ତୁଳନାରେ ପାକିସ୍ତାନ ବଜେଟ୍ ଛୋଟ ହୋଇଥାଏ । ଅର୍ଥାତ ବ୍ୟୟ ବରାଦ କମ୍ ରହିଥାଏ । ଏହା ଏଥିପାଇଁ କୁହାଯାଉଛି କି ଗତବର୍ଷ ଅର୍ଥାତ ୨୦୨୪-୨୫ରେ ଭାରତର ୪୭,୬୫,୭୬୮ କୋଟି ଟଙ୍କା ବଜେଟ୍ ବ୍ୟୟ ବରାଦ ଥିଲା । ପାକିସ୍ତାନର ବଜେଟ୍ ୧୮,୮୭୭ ଅରବ ଥିଲା । ଯାହା ଭାରତୀୟ ମୁଦ୍ରା ତୁଳନାରେ ଦେଖିଲେ୫.୬୫ ଲକ୍ଷ କୋଟି ହେବ । ଯାହା ଭାରତୀୟ ବଜେଟ୍ ତୁଳନାରେ ୮ଗୁଣା କମ୍ ।