ନୂଆଦିଲ୍ଲୀ, ୩୧/୦୧ : ଇଷ୍ଟ ଇଣ୍ଡିଆ କମ୍ପାନୀ କଏନରେ ହିନ୍ଦୁ ଆସ୍ଥା। ଇଷ୍ଟ ଇଣ୍ଡିଆ କମ୍ପାନୀ ପକ୍ଷରୁ ଜାରି ହୋଇଥିବା କଏନରେ ଦେଖିବାକୁ ମିଳିଲା ଭଗବାନ ଶ୍ରୀଗଣେଶ, ଶିବ-ପାର୍ବତୀ ଏବଂ ଓଁ ଚିତ୍ର। ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଦୁଇଟି କଏନର ଫଟୋ ଏବେ ଭାଇରାଲ୍ ହେବାରେ ଲାଗିଛି। ଏହି କଏନ ୧୮୧୮ରେ ମୁଦ୍ରିତ ହୋଇଥିବା ଉଲ୍ଲେଖ କରାଯାଇଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି।
ସୂଚନାନୁଯାୟୀ, ସୁଫି ଅରୋଡା ନାମକ ଜଣେ ବ୍ୟକ୍ତି ତାଙ୍କ ଆକାଉଣ୍ଟରେ ଶ୍ରୀଗଣେଶ, ଶିବ-ପାର୍ବତୀ ଏବଂ ଓଁ ଚିତ୍ର ଥିବା କଏନର ଭିଡିଓ ପୋଷ୍ଟ କରିଛନ୍ତି। ଗୋଆର ଜଣେ ମତ୍ସ୍ୟଜୀବୀ ସ୍ଥାନୀୟ ସମୁଦାୟଙ୍କୁ ଏହି କଏନ ବିକ୍ରି କରିବା ବେଳେ ଚେଷ୍ଟ କରିବା ବେଳେ ସେ ଏହି ଭିଡିଓ କରିଛନ୍ତି। ଉକ୍ତ ମତ୍ସ୍ୟଜୀବୀ ଜଣଙ୍କ ଏହି କଏନକୁ ୧୨୦୦ ରୁ ୧୩୦୦ ଟଙ୍କାରେ ବିକ୍ରି କରିବାକୁ ଚେଷ୍ଟା କରୁଥିବା ବେଳେ ସୁଫି ଭିଡିଓ କରିଛନ୍ତି।
ଏହି ଖବରଟିକୁ ପଢନ୍ତୁ-ବ୍ରିକ୍ସ ଦେଶଙ୍କୁ ଟ୍ରମ୍ପଙ୍କ ଖୋଲା ଧମକ : 'ଡଲାରକୁ ଅଣଦେଖା ଚଳିବ ନାହିଁ, ଲାଗିବ ୧୦୦ ପ୍ରତିଶତ ଟାରିଫ୍'
ଏହି ଭାଇରାଲ୍ କଏନକୁ ନେଇ ସୋସିଆଲ ମିଡିଆରେ ବହୁ ୟୁଜର ମତ ପ୍ରକାଶ କରିଛନ୍ତି। କିଛି ୟୁଜର ଏହା ଅସଲି କଏନ ବୋଲି ପ୍ରଶ୍ନ ଉଠାଇଛନ୍ତି। ସେହିପରି ଆଉ କିଛି ୟୁଜର ଏହି କଏନକୁ ବିକ୍ରି ନକରିବା ପାଇଁ ପରାମର୍ଶ ଦେଇଛନ୍ତି। ଆଉ କିଛି ୟୁଜର ଲେଖିଛନ୍ତି ଯେ, ହରିଦ୍ଵାର ଆସିଯାଆ ଏଭଳି କଏନ ୨୦ ରୁ ୩୦ ଟଙ୍କାରେ ମିଳିଯିବ। ସେହିଭଳି ଅନ୍ୟ ଜଣେ ଲେଖିଛନ୍ତି ଯେ, ଫ୍ଲିପକାର୍ଟରେ ଅର୍ଡର କରିଦିଅ। ଆଉ ଜଣେ ଲେଖିଛନ୍ତି, ଏବେ କିଣିନିଅ, କିଛି ବର୍ଷ ପରେ ଲକ୍ଷରେ ବିକ୍ରି କରିବ।