ନୂଆଦିଲ୍ଲୀ : ସଂଯୁକ୍ତ ଆରବ ଏମିରେଟ୍ (ୟୁଏଇ) ଭାରତୀୟ ନାଗରିକଙ୍କ ପାଇଁ ଭିସା - ଅନ୍ - ଆରାଇଭଲ ସୁବିଧାର ବିସ୍ତାର କରି ଦେଇଛି। ଏବେ ଭାରତୀୟ ଯାତ୍ରୀଙ୍କୁ ଏହି ସୁବିଧା ଆଉ ୬ଟି ଦେଶର ବୈଧ ଭିସା, ନିବାସ ପରମିଟ୍ ବା ଗ୍ରୀନ କାର୍ଡ ହେବାରେ ବି ମିଳିବ। ଏହି ନିଷ୍ପତ୍ତିରେ ଅଧିକ ଭାରତୀୟ ପାସପୋର୍ଟଧାରୀଙ୍କୁ ୟୁଏଇରେ ସହଜରେ ପ୍ରବେଶ ମିଳିବାର ରାସ୍ତା ସ୍ପଷ୍ଟ ହୋଇଛି।
ୟୁଏଇର ନୂଆ ଆଦେଶ ଅନୁସାରେ, ସିଙ୍ଗାପୁର, ଜାପାନ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ ,ନ୍ୟୁଜିଲ୍ୟାଣ୍ଡ ଓ କାନାଡାର ବୈଧ ଭିସା, ନିବାସ ପରମିଟ ବା ଗ୍ରୀମ୍ କାର୍ଡ ରଖିଥିବା ଭାରତୀୟ ନାଗରିକ ଏବେ ୟୁଏଇରେ ଭିସା - ଅନ୍ - ଆରାଇଭଲ ସୁବିଧାର ଲାଭ ଉଠାଇ ପାରିବେ। ଏହାପୂର୍ବରୁ, ୟୁଏଇରେ ଏହି ସୁବିଧା କେବଳ ସେହି ଭାରତୀୟ ନାଗରିକଙ୍କୁ ଉପଲବ୍ଧ ଥିଲା, ଯାହାଙ୍କ ପାଖରେ ଆମେରିକା, ୟୁରୋପୀୟ ସଂଘ( ଇୟୁ)ର ସଦସ୍ୟ ଦେଶ ବା ୟୁନାଇଟେଡ୍ କିଙ୍ଗଡମ୍ (ୟୁକେ)ର ବୈଧ ଭିସା ବା ନିବାସ ପରମିଟ ଥିଲା।
ୟୁଏଇରେ ଭିସା-ଅନ୍-ଆରାଇଭାଲ ସୁବିଧାର ଲାଭ ଉଠାଇବା ପାଇଁ ଭାରତୀୟ ନାଗରିକଙ୍କୁ କିଛି ସର୍ତ୍ତ ପୂରଣ କରିବା ଅନିବାର୍ଯ୍ୟ ହେବ। ଯେଉଁଥିରେ ସାଧାରଣ ପାସପୋର୍ଟ ଥିବା ଜରୁରୀ , ଯାହାର ବୈଧତା ଆଗମନର ତାରିଖରୁ ପାଖାପାଖି ୬ ମାସର ହୋଇଥିବ। ତାଲିକାଭୁକ୍ତ ଦେଶ ଗୁଡ଼ିକ ମଧ୍ୟକୁ କୌଣସି ଏକ ବୈଧ ଭିସା, ନିବାସ ପରମିଟ୍ ବା ଗ୍ରୀନ୍ କାର୍ଡ ହେବା ଅନିବାର୍ଯ୍ୟ। ୟୁଏଇ ପହଞ୍ଚିବା ପରେ ଭିସା ଶୁଳ୍କର ପେମେଣ୍ଟ କରିବାକୁ ହେବ।
ୟୁଏଇ ଭାରତୀୟ ଯାତ୍ରୀଙ୍କ ପାଇଁ ତିନି ପ୍ରକାରର ଭିସା ବିକଳ୍ପ ପ୍ରଦାନ କରିଛି, ଯେଉଁଥି ପାଇଁ ଏହି ପରି ନାମମାତ୍ର ଶୁଳ୍କ ନିଆ ଯିବ। ୪-ଦିନର ଭିସା ପାଇଁ Dh 100 (ପାଖାପାଖି ୨,୨୭୦), ୧୪-ଦିନର ଭିସା ପାଇଁ Dh250 ( ପାଖାପାଖି ୫,୬୭୦) ଓ ୬୦-ଦିନର ଭିସା Dh250 ( ପାଖାପାଖି ୫,୬୭୦) ।
ୟୁଏଇର ଆଇଣ୍ଡେଟିଟି , ସିଟିଜନସିପ, କଷ୍ଟମ୍ସ ଓ ପୋର୍ଟ ସିକ୍ୟୁରିଟି (ଆଇସିପି) ର ମହାନିର୍ଦ୍ଦେଶକ ମେଜର ଜେନେରାଲ ସୁହୈଲ ସଇଦ ଅଲ ଖୈଲୀଙ୍କ ଅନୁସାରେ , ଏହି ପଦକ୍ଷେପ ଅବୁ ଧାବୀ ଓ ନୂଆ ଦିଲ୍ଲୀ ମଧ୍ୟରେ ଦୀର୍ଘକାଳୀନ ରଣନୀତିକ ପାର୍ଟନରସିପକୁ ମଜବୁତ କରିବା ଦିଗରେ ନିଆଯାଇଛି। ଏହି ପ୍ରୟାସର ମୁଖ୍ୟ ଉଦ୍ଦେଶ୍ୟ ଭାରତୀୟ ଯାତ୍ରୀଙ୍କ ପାଇଁ ଯାତ୍ରା ପ୍ରକ୍ରିୟାକୁ ସହଜ କରିବା ଓ ସେମାନଙ୍କ ପରିବାରକୁ ୟୁଏଇରେ ଜୀବନ ,ନିବାସ ଓ ରୋଜଗାରର ନୂଆ ଅବସର ଉପଲବ୍ଧ କରାଇବା।
ୟୁଏଇର ଏହି ପଦକ୍ଷେପ ଭାରତୀୟ ନାଗରିକଙ୍କୁ ନିଜର ବିଶ୍ୱସ୍ତରୀଣ ପର୍ଯ୍ୟଟନ , ଆର୍ଥିକ ପରିଦୃଶ୍ୟ ଓ ବ୍ୟାପାରିକ ବାତାବରଣର ଅନୁଭବ କରିବାକୁ ଅବସର ପ୍ରଦାନ କରିବ। ଏହ ପ୍ରୟାସ ବୈଶ୍ୱିକ ପ୍ରତିଭା ଓ ଉଦ୍ୟୋଗୀଙ୍କୁ ଆକର୍ଷିତ କରିବାରେ ମଧ୍ୟ ସାହାଯ୍ୟ କରିବ , ଯେଉଁଥିରେ ୟୁଏଇ ଏକ ପ୍ରମୁଖ ବିତ୍ତୀୟ, ପର୍ଯ୍ୟଟନ ଓ ଆର୍ଥିକ କେନ୍ଦ୍ର ରୂପେ ନିଜର ସ୍ଥିତି ଓ ମଜବୁତ କରିବ।