ଭୁବନେଶ୍ୱର,୧୬/୦୪: ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମଠଖାଇ ମନ୍ଦିର ନିକଟସ୍ଥ ଜଙ୍ଗଲରୁ ଏକ ବାଇକ ସହ ଦୁଇ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି । ଦୁଇ ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଏହା ଦୁର୍ଘଟଣା ନା ଯୁବକଙ୍କୁ ହତ୍ୟା କରିବା ପରେ ଫିଙ୍ଗି ଦିଆ ଯାଇଛି, ସେନେଇ ଖୋଳତାଡ଼ କରୁଛି ସଦର ପୋଲିସ ।
ସୂଚନା ମୁତାବକ, ବୁଧବାର ଅପରାହ୍ନରେ ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମଠଖାଇ ମନ୍ଦିର ନିକଟସ୍ଥ ଜଙ୍ଗଲରେ ଏକ ବାଇକ୍ ସହ ଦୁଇ ଯୁବକଙ୍କ କ୍ଷତାକ୍ତ ମୃତଦେହ ପଡ଼ିଥିବା ଦେଖିଥିଲେ ସ୍ଥାନୀୟଲୋକେ । ଏହା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉଭୟ ଯୁବକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଏହା କୌଣସି ଦୁର୍ଘଟଣା ନା ହତ୍ୟା, ତାହାର ତଦନ୍ତ ଚଳାଇଛି ବଲାଙ୍ଗୀର ସଦର ଥାନା ପୋଲିସ ।