ପ୍ରମୂଖ ଖବର
  • ମାଲକାନଗିରି : ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀଙ୍କ ୮ ନକ୍ସଲ, ତନ୍ମଧ୍ୟରୁ ଜଣେ ମହିଳା
  • ||
  • କଣ୍ଟାବାଞ୍ଜି : ଘରୋଇ ସ୍କୁଲର ମହିଳା ଆକାଉଣ୍ଟାଣ୍ଟଙ୍କୁ ହତ୍ୟା! ତଦନ୍ତ କରୁଛି ପୋଲିସ
  • ||
  • ସମ୍ୱଲପୁର : ମଶାଣି ନିକଟରୁ ଅଜଣା ଗଳିତ ମୃତଦେହ ଉଦ୍ଧାର, ହତ୍ଯା ସନ୍ଦେହ
  • ||
  • ନୂଆପଡ଼ା : ଜମିବାଡ଼ିକୁ ନେଇ ଗଣ୍ଡଗୋଳ, ୩ ଗୁରୁତର
  • ||
  • ଭରତପୁର ଥାନାରେ ଲାଗିବ ୨୫ ସିସିଟିଭି, ଆରମ୍ଭ ହେଲା ପ୍ରକ୍ରିୟା
  • ||
  • ଭୁବନେଶ୍ୱର : ବନ୍ଦ ଡାକରା ପ୍ରତ୍ୟାହାର କଲା ବିଜେଡି, ହେବନି ଆନ୍ଦୋଳନ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ କମୁନି ଦାଦନ ଦୁଃଖ; ଚାଲାଣ ବେଳେ ୧୨ ଶ୍ରମିକ ଉଦ୍ଧାର, ୨ ଦଲାଲ ଗିରଫ
  • ||
  • ଚୌଦ୍ୱାର : ବିରୂପା ବ୍ୟାରେଜ ନିକଟରେ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରି : ଡଙ୍ଗା ଚଳାଇ ଚିତ୍ରକୋଣ୍ଡା ଗାଁକୁ ଗଲେ ବିଧାୟକ, ଲୋକଙ୍କ ଦୁଃଖ ପଚାରି ବୁଝିଲେ
  • ||
  • ଭରତପୁର ଥାନାରେ ହଙ୍ଗାମା ଘଟଣା: କିଏ ସତ କହୁଛି ? ମିଛଧରା ପରୀକ୍ଷାକୁ ଭରସା କରିଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ଚାନ୍ଦବାଲି : ଅଙ୍ଗନବାଡ଼ି କେନ୍ଦ୍ରରେ ୧୫ ଦିନ ହେଲା ଝୁଲୁଛି ତାଲା, ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ
  • ||
  • ରାଉରକେଲାରେ ଲଜ୍ଜ୍ୟା: ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ, ମୋବାଇଲ ଟ୍ରାକିଂରୁ ଧରାପଡ଼ିଲେ ୩ ଅଭିଯୁକ୍ତ
  • ||
  • ନବରଙ୍ଗପୁର : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା : ୬ ଘଣ୍ଟା ବନ୍ଦ ଡାକରା ଦେଲା ଜୟ ତେନ୍ତୁଳୀଖୁଣ୍ଟି ସାମାଜିକ ସଂଘଠନ, ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି
  • ||
  • ଆଜି ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ, ସର୍ବାଧିକ ୧୦୦୦ଟି ଅଭିଯୋଗର ଶୁଣାଣି ହେବ
  • ||
  • ୨୪ ଘଣ୍ଟାରେ ସୃଷ୍ଟି ହୋଇପାରେ ଲଘୁଚାପ: ୪ ଦିନ ପ୍ରବଳ ବର୍ଷିବ, ୧୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

ରାଉରକେଲାରେ ଲଜ୍ଜ୍ୟା: ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ, ମୋବାଇଲ ଟ୍ରାକିଂରୁ ଧରାପଡ଼ିଲେ ୩ ଅଭିଯୁକ୍ତ

ରାଉରକେଲା,୨୩/୦୯:ଚପଲ କିଣିବାକୁ  ଯାଇଥିବା ବେଳେ ଗଣଦୁଷ୍କର୍ମ ଶିକାର ହୋଇଛନ୍ତି  ମା’ବାପା ଛେଉଣ୍ଡ ଜଣେ ନାବାଳିକା । ଘରେ ଛାଡ଼ି ଦେବାକୁ କହି ୩ ଅଭିଯୁକ୍ତ ତାଙ୍କୁ ଅପହରଣ କରି  ନେଇ ପ୍ରାୟ ୨ ଘଣ୍ଟା ଧରି ପାଶବିକ ଅତ୍ୟାଚାର  କରିଥିବା ଅଭିଯୋଗ ହୋଇଛି । ପୀଡ଼ିତାଙ୍କ ସହ  ଥିବା ଅନ୍ୟ ଜଣେ ବାନ୍ଧବୀ ମଧ୍ୟ ଯୌନରାକ୍ଷସଙ୍କ କବଳରୁ ବର୍ତ୍ତିନାହାନ୍ତି । ତାଙ୍କୁ ଅସଦାଚରଣ କରିବା ସହ ଗଭୀର ମାନସିକ ନିର୍ଯାତନା ଦିଆଯାଇଛି । ମାନବିକତାକୁ ଲଜ୍ଜିତ କରିବା ତଥା ଛାତିକୁ ଦୋହଲାଇ ଦେବା ଭଳି ଘଟଣା ଘଟିଛି ରାଉରକେଲା ସେକ୍ଟର ଅଞ୍ଚଳରେ । ଏଥିରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ  ପୁଲିସ୍‌ ମୋବାଇଲ୍‌ ଟ୍ରାକିଂ କରି ଗିରଫ କରିଛି । 

ପୁଲିସ୍‌ ସୂଚନା ଅନୁଯାୟୀ, ଝାଡ଼ଖଣ୍ଡର ରାଞ୍ଚିର ସମ୍ପୃକ୍ତ ମା’ ବାପା ଛେଉଣ୍ଡ ନାବାଳିକା (୧୫)ଙ୍କ ଜଣେ  ସମ୍ପର୍କୀୟ ରାଉରକେଲାର ସେକ୍ଟର ଅଞ୍ଚଳରେ ରହୁଛନ୍ତି । ରାଞ୍ଚିର ନିକଟ ସମ୍ପର୍କୀୟ ତଥା ବାନ୍ଧବୀ (୧୪) ଙ୍କ ସହ ସେ କୌଣସି କାର୍ଯ୍ୟରେ ରାଉରକେଲା ଆସିଥିଲେ । ଉଭୟେ ସମ୍ପର୍କୀୟଙ୍କ ଘରେ ରହୁଥିଲେ । ଦୁଇ ବାନ୍ଧବୀ ଗତ ଶନିବାର ସନ୍ଧ୍ୟା  ପ୍ରାୟ ସାଢ଼େ ୬ଟାରେ ରାଉରକେଲା ମେନ୍‌ ରୋଡ୍‌ ମାର୍କେଟ୍‌କୁ ଚପଲ କିଣିବାକୁ ଯାଇଥିଲେ । ବିର୍ସା ମୁଣ୍ଡା ଛକରେ ଓହ୍ଲାଇ ଚାଲି ଚାଲି ମାର୍କେଟ୍‌କୁ  ଯାଇଥିଲେ । ଚପଲ କିଣି ସାରିବା ପରେ ପୁଣି ବିର୍ସା ମୁଣ୍ଡା ଛକକୁ ଆସିଥିଲେ ।  

ଘରକୁ ଫେରିବା ଲାଗି ବସ୍‌ କିମ୍ବା ଅଟୋରିକ୍ସାକୁ ଅପେକ୍ଷା କରିଥିବାବେଳେ  ଗୋପବନ୍ଧୁପାଲି ଅଞ୍ଚଳର ସାଜନ ସିଂ, ରାଜେନ୍ଦ୍ର ସିଂ ଏବଂ ଗାନ୍ଧୀରୋଡ୍‌  ଅଞ୍ଚଳର ଭୋଲୁ ମୁଣ୍ଡା ଅଟୋରିକ୍ସାରେ ଆସି ସେମାନଙ୍କୁ ଘରେ ଛାଡ଼ି  ଦେବାକୁ କହି କୌଶଳକ୍ରମେ ଅପହରଣ କରି ନେଇଥିଲେ । ବିର୍ସା ମୁଣ୍ଡା  ଆଥଲେଟିକ୍‌ ଷ୍ଟାଡିୟମ୍‌ ଓ ରାଉରକେଲା ବସ୍‌ଷ୍ଟାଣ୍ଡ ମଧ୍ୟରେ ଥିବା ଏକ  ନିଛାଟିଆ ଜାଗାରେ ଛେଉଣ୍ଡ ନାବାଳିକାଙ୍କୁ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ । ସାଙ୍ଗରେ ଥିବା ବାନ୍ଧବୀଙ୍କୁ ଅସଦାଚରଣ କରିବା ସହ ଅକଥନୀୟ  ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲେ । ପ୍ରାୟ ୨ ଘଣ୍ଟା ଧରି ୩  ଅପହରଣକାରୀଙ୍କ କବ୍‌ଜାରେ ନାବାଳିକା ଦୁଇଜଣ ରହିଥିଲେ । ସେମାନେ ଭୟଭୀତ କରାଇ ଦୁଇ ନାବାଳିକାଙ୍କ ମୋବାଇଲ୍‌ ନମ୍ବର ସଂଗ୍ରହ କରି  ନେଇଥିଲେ । ଘଟଣା ପ୍ରଘଟ କଲେ ଜୀବନରୁ ମାରି ଦେବାକୁ ଧମକ  ମଧ୍ୟ ଦେଇଥିଲେ । ଏତିକିରେ ସେମାନେ ଅଟକି ନ ଥିଲେ । ରାତିସାରା  ନାବାଳିକାଙ୍କୁ ଦୁଷ୍କର୍ମ କରିବାକୁ ଯୋଜନା କରି ଅପହରଣକାରୀମାନେ  ସେମାନଙ୍କ ଅନ୍ୟ ୪ ଜଣ ସାଙ୍ଗକୁ ଡକାଇଥିଲେ । ହେଲେ ସେମାନେ ଆସି  ନ ଥିଲେ । ଇତିମଧ୍ୟରେ ଅଭିଯୁକ୍ତମାନେ ଦୁଇ ନାବାଳିକାଙ୍କୁ ଭୟଭୀତ କରାଇ  ନିଶାସେବନ କରିବାକୁ ପଳାଇଥିଲେ । ଏହାର ସୁଯୋଗରେ ଦୁଇ ପୀଡ଼ିତା  ଖସି ଆସିଥିଲେ । 

ସୂଚନା ପାଇ ସମ୍ପର୍କୀୟମାନେ ପହଞ୍ଚି ସେମାନଙ୍କୁ ଉଦ୍ଧାର  କରି ଘରକୁ ଆଣିଥିଲେ । କୌଣସି ସୂତ୍ରରୁ ସୂଚନା ପାଇ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ  ସଦସ୍ୟା ପ୍ରମିଳା ଦାଶ ପୀଡ଼ିତାଙ୍କ ଘରେ ପହଞ୍ଚିଥିଲେ । ପରେ ପ୍ଲାଣ୍ଟସାଇଟ୍‌  ଥାନାକୁ ନେଇଥିଲେ । ସେଠାରେ ଲିଖିତ ଅଭିଯୋଗ ପରେ ପୁଲିସ୍‌ ଦଫା  ୭(୨)/୩୫୧(୪) ବିଏନ୍‌ଏସ୍‌ ବଳରେ ଏକ ମାମଲା (କେସ୍‌ ନଂ.  ୭୪୨/୨୨ା୯ା୨୦୨୪) ରୁଜୁ କରିଥିଲା । ଅଭିଯୁକ୍ତମାନେ ଧରାପଡ଼ିବା  ଭୟରେ ରବିବାର ସକାଳେ ମଧ୍ୟ ପୀଡ଼ିତାଙ୍କୁ ଫୋନ୍‌ କରି ଧମକାଇଥିଲେ ।  ଉକ୍ତ ମୋବାଇଲ୍‌ ନମ୍ବରକୁ ଟ୍ରାକିଂ କରି ପୁଲିସ୍‌ ଅଭିଯୁକ୍ତଙ୍କ ନିକଟରେ  ପହଞ୍ଚିଥିଲା । ସୋମବାର ସମସ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଡିଏସ୍‌ପି  ନିର୍ମଳ ମହାପାତ୍ର ସୂଚନା ଦେଇଛନ୍ତି । ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା  ଅଭିଯୁକ୍ତଙ୍କୁ ଫାଶୀ ଦେବା ଲାଗି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ଦାଶ ଦାବି କରିଛନ୍ତି । 

ସୂଚନାଯୋଗ୍ୟ, ପ୍ରାୟ ସପ୍ତାହକ ତଳେ କୁତ୍ରା  ଅଞ୍ଚଳର ଜଣେ ଯୁବତୀ କର୍‌ମା ପୂଜା ଦେଖିବାକୁ ଯାଇଥିବାବେଳେ ଅନୁରୂପ  ଭାବେ ଗଣଦୁଷ୍କର୍ମ ଶିକାର ହୋଇଥିଲେ । ଏହି ଘଟଣାରେ ତାଙ୍କର ଦୁଇ  ନିକଟ ସମ୍ପର୍କୀୟଙ୍କ ସମେତ ୩ଜଣ ସାମିଲ ଥିଲେ । ଅଭିଯୁକ୍ତଙ୍କ ମଧ୍ୟରୁ  ୨ଜଣ ନାବାଳକ ବୋଲି ପୁଲିସ୍‌ ତଦନ୍ତରୁ ଜଣାପଡ଼ିଥିଲା । ଏହି ଘଟଣାକୁ  ନେଇ ଚର୍ଚ୍ଚା ନ ଥମୁଣୁ ରାଉରକେଲା ସେକ୍ଟର ଅଞ୍ଚଳର ଘଟଣା ମହିଳା  ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.