ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ମହାକୁମ୍ଭରୁ ଫେରୁଥିବା ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ; ୩ ମୃତ, ଏକାଧିକ ଆହତ

Published By : prameya | February 12, 2025 8:43 AM

ନୂଆଦିଲ୍ଲୀ,୧୨/୦୨: ମଥୁରାର ଯମୁନା ଏକ୍ସପ୍ରେସଓ୍ବେରେ ମର୍ମନ୍ତୁଦ ଦୁର୍ଘଟଣା ।  ଗତକାଲି ଛିଡା ହୋଇଥିବା ଏକ ବସକୁ ଧକ୍କା ଦେଲା ମହାକୁମ୍ଭରୁ ଫେରୁଥିବା ଏକ ଡବଲ୍ ଡେକର ବସ୍ । ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ରୁ ଉର୍ଦ୍ଧ୍ବ  ଯାତ୍ରୀ ଆହତ ହୋଇଛନ୍ତି। ତେବେ ସମସ୍ତ ଆହତମାନଙ୍କୁ ଡାକ୍ତରଖାନା ଭର୍ତ୍ତି କରାଯାଇଥିବା ପୋଲିସ କହିଛି।

ସୂଚନା ମୁତାବକ,   ସେଠାରେ ଠିଆ ହୋଇଥିବା ଡବଲ ଡେକର ବସ୍ ମଧ୍ୟ ପ୍ରୟାଗରାଜର ମହାକୁମ୍ଭରୁ ଭକ୍ତମାନଙ୍କୁ ନେଇ ଫେରୁଥିଲା। ଏହି ଦୁର୍ଘଟଣାରେ, ପାର୍କିଂ ହୋଇଥିବା ବସ୍‌ରୁ ବାହାରକୁ ଆସିଥିବା ଦୁଇ ଜଣ ଯାତ୍ରୀ ଚାପି ହୋଇ ଘଟଣାସ୍ଥଳେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଚିକିତ୍ସାଧିନ ଅବସ୍ଥାରେ  ମୃତ୍ୟୁବରଣ କରିଛନ୍ତି।ଏନେଇ ବରିଷ୍ଠ ପୋଲିସ ଅଧିକ୍ଷକ ଶୈଳେଶ କୁମାର ପାଣ୍ଡେଙ୍କ ଅନୁଯାୟୀ, ମହାକୁମ୍ଭରୁ ଫେରୁଥିବା ଏକ ବସ୍ ଏକ୍ସପ୍ରେସୱେରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବସଟି ଅଟକି ରହିଥିଲା । ସେହି ସମୟରେ ପ୍ରୟାଗରାଜରୁ ଫେରୁଥିବା ଆଉ ଏକ ଡବଲ-ଡେକର ବସ୍ ଏକ କାରକୁ ଓଭରଟେକ୍ କରିବାକୁ ଚେଷ୍ଟା କରିବା ସମୟରେ ପାର୍କିଂ ହୋଇଥିବା ବସ୍ ସହିତ ଧକ୍କା ଦେଇଥିବା କହିଛନ୍ତି । ତେବେ ମୃତକ ହେଉଛନ୍ତି  ଦିଲ୍ଲୀର ନୱାଡାର ନିବାସୀ ପରମାନନ୍ଦ, ଗାଜିଆବାଦର ଖୋଡା କଲୋନିର ନିବାସୀ ରାଜକୁମାର  ଏବଂ ମଧ୍ୟପ୍ରଦେଶର ଛତରପୁରର ନିବାସୀ ଅମିତ ମିଶ୍ର  ବୋଲି ଜଣାପଡ଼ିଛି। ସାମାନ୍ୟ ଆହତ ହୋଇଥିବା ଲୋକଙ୍କୁ ଚିକିତ୍ସା ପରେ ଛାଡି ଦିଆଯାଇଥିବା ବେଳେ ଅନ୍ୟ ୧୬ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.