ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ରାଉରକେଲା ରେଳ ଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

Published By : Prameya | February 6, 2025 8:27 PM

ରାଉରକେଲା, ୬/୨:  ପୁଣି ରାଉରକେଲା ରେଳ ଷ୍ଟେସନରେ  ମାଲବାହୀ ଟ୍ରେନ ବଗି ଲାଇନଚ୍ୟୁତ ହୋଇଛି।  ଗୁରୁବାର ସନ୍ଧ୍ୟାରେ ମାଲବାହୀ ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି। ଷ୍ଟେସନର ୧୦ ନମ୍ବର ଟ୍ରାକରେ ଏହି ଦୁର୍ଘଟଣା ଘଟିଛି। ଖବର ପାଇ ରେଳ ବିଭାଗର ବରିଷ୍ଠ ଅଧିକାରୀ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

 ସୂଚନାଯୋଗ୍ୟ ଯେ. ବୁଧବାର ସକାଳେ  ମଧ୍ୟ  ରାଉରକେଲା   ଷ୍ଟେସନରେ ଏକ ମାଲବାହୀ ଟ୍ରେନ ଦୁର୍ଘଟଣା ହୋଇଥିଲା।  ରେଳବାଇ ପାର୍ଶଲ ୟାଡ଼ରେ ମାଲ ଅନଲୋଡ଼ କରି ମାଲବାହୀ ଟ୍ରେନ ପଛକୁ କରୁଥିଲା। ଏହି ସମୟରେ ଟ୍ରେନଟି  ପିଚୁରୋଡ଼ର ଅତିକ୍ରମ କରି ରହି ଯାଇଥିଲା। ମାଲବାହୀ ଟ୍ରେନ ଧକ୍କାରେ ଅଟୋ,  ସାଇକଲ ଭାଙ୍ଗି ଚୁରମାର ହୋଇଥିଲା। ଘଟଣା ଘଟିବା ପରେ ଘଟଣା ସ୍ଥଳରୁ ମାଲବାହୀ ଚାଳକ ଫେରାର ହୋଇଯାଇଥିଲେ ।  ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଥିଲା। ଘଟଣା ସ୍ଥଳରେ ରେଳ କର୍ମଚାରୀ ,ଅଧିକାରୀଙ୍କ ସହ ଏଆରଏମ୍ ପହଞ୍ଚିଥିଲେ । ପରେ ଉଦ୍ଧାର ଟିମ ମାଲଗାଡ଼ୀର ୱାଗନକୁ ଘଟଣା ସ୍ଥଳର ଟାଣି ନେବା ପରେ ରାସ୍ତା ଅବରୋଧ ହଟିଥିଲା। ଏହି ଘଟଣାରେ   ରାଉରକେଲା ଷ୍ଟେସନ ମ୍ୟାନେଜରଙ୍କ ସହ ୫ ଜଣଙ୍କୁ  ଦକ୍ଷିଣ ପୂର୍ବ ରେଳବାଇ କର୍ତ୍ତୃପକ୍ଷ ନିଲମ୍ବିତ କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.