ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଏବେ ଆଉ ୬ ଟିକିଆ ନୁହେଁ, ୧୦ ଟିକିଆ ହେବ ଲ୍ୟାଣ୍ଡ ଲାଇନ ଫୋନ ନଂ

Published By : Prameya | February 8, 2025 12:54 PM

ନୂଆଦିଲ୍ଲୀ, ୮।୨: ଏବେ ଆଉ ୬ ଟିକିଆ ନୁହେଁ, ୧୦ ଟିକିଆ ରହିବ ଲ୍ୟାଣ୍ଡ ଲାଇନ ଫୋନ ନମ୍ୱର । ବଦଳିବ ଦୁଇ ଦଶନ୍ଧି ପୁରୁଣା ନ୍ୟାସନାଲ ନମ୍ୱରିଂ ସିଷ୍ଟମ । ଏନେଇ ସୁପାରିଶ କରିଛି ଟେଲିକମ୍ ନିୟାମକ ପ୍ରାଧିକରଣ । ନିୟାମକଙ୍କ ଏହି ସୁପାରିଶ ଲାଗୁ ହେବା ପରେ ସାରା ଭାରତବର୍ଷରେ ଲ୍ୟାଣ୍ଡ ଟେଲିଫୋନ ନମ୍ୱର ବଦଳି ମୋବାଇଲ ଭଳି ୧୦ ଅଙ୍କ ବିଶିଷ୍ଟ ନମ୍ୱର ହେବ । ଟ୍ରାଇର କହିବାନୁସାରେ, ଦେଶରେ ମୋବାଇଲ ଫୋନ ଓ କନେକ୍ଟେଡ ଡିଭାଇସେସର ସଂଖ୍ୟା ବଢ଼ୁଛି, ଏହାକୁ ନଜରରେ ରଖି ନମ୍ୱର ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି । ଯାହାଦ୍ୱାରା ସମସ୍ତଙ୍କୁ ନିର୍ଭରଯୋଗ୍ୟ ଟେଲିକମ୍ ସେବା ଉପଲବ୍ଧ କରାଯାଇପାରିବ । 

ଟେଲିକମ୍ ଅପରେଟର ଓ ବିଶେଷଜ୍ଞଠାରୁ ମିଳିଥିବା ଫିଡବ୍ୟାକ୍ ଅନୁସାରେ, ଦୂରସଞ୍ଚାର ନିୟାମକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଟ୍ରାଇ ତାଙ୍କ ସୁପାରିସରେ କହିଛନ୍ତି ଯେ, ଫିକ୍ସଡ ଲାଇନ୍ ଅର୍ଥାତ୍ ଲ୍ୟାଣ୍ଡ ଲାଇନରେ ନମ୍ୱରିଂ ସିଷ୍ଟମକୁ ମୋବାଇଲ ଭଳି ୧୦ ଅଙ୍କ କରାଯିବାର ଆବଶ୍ୟକତା ରହିଛି । ଏହାଦ୍ୱାରା ନମ୍ୱରର ସଠିକ୍ ବ୍ୟବହାର କରାଯାଇପାରିବ । ପ୍ରତ୍ୟେକ ଲ୍ୟାଣ୍ଡ ଲାଇନରେ ଅନ୍ୟ ଏକ ଲ୍ୟାଣ୍ଡ ଲାଇନକୁ କଲ୍ କରିବା ପାଇଁ ‘ଶୂନ’ ବା ଜିରୋ ଲଗାଇବାର ଆବଶ୍ୟକତା ପଡ଼ିବ । ତେବେ ମୋବାଇଲ ଦ୍ୱାରା ଡାଏଲିଂ କରାଯାଉଥିବା ପ୍ରକ୍ରିୟା ପୂର୍ବଭଳି ରହିବ । 

ନିୟାମକ ବ୍ୟବସ୍ଥାରେ ଏହି ପରିବର୍ତ୍ତନ ଲାଗି ଟେଲିକମ୍ କମ୍ପାନୀଗୁଡ଼ିକୁ ୬ ମାସ ସମୟ ଦେଇଛି । ଆଗାମୀ ୫ ବର୍ଷରେ ମୋବାଇଲ ଭଳି ଫିକ୍ସଡ ଲାଇନ ପୋର୍ଟେବିଲିଟି ସିଷ୍ଟମ ଆଣିବାକୁ ଯୋଜନା ରହିଛି । ଏଥିସହ ଟ୍ରାଇ ଫ୍ରଡ୍ କଲ୍ରୁ ମୁକ୍ତି ଦେବା ପାଇଁ କଲର ଆଇଡି ନେମ୍ ପ୍ରେଜେଣ୍ଟେସନ୍ ସର୍ଭିସ୍ ରୋଲ୍ ଆଉଟ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛି । ନିୟମ ଜାରି ହେବା ପରେ ଟେଲିକମ୍ କମ୍ପାନୀମାନେ ଏହି ନୂଆ ବ୍ୟବସ୍ଥାକୁ ତୁରନ୍ତ ଲାଗୁ କରିବେ । ଟ୍ରାଇ କହିଛି ଯେ, ମେସିନ-ଟୁ-ମେସିନ ଡିଭାଇସ ନିମନ୍ତେ ୧୩ ନମ୍ୱରର ଡିଜିଟ୍ ଜାରି କରାଯିବ, ଯାହା ଏବେ ୧୦ ଟିକିଆ ନମ୍ୱର ରହିବ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.