ପ୍ରମୂଖ ଖବର
  • ପୃଥ୍ବୀରାଜ ହରିଚନ୍ଦନଙ୍କୁ ଆଇନ୍‌, ପୂର୍ତ୍ତ ଓ ଅବକାରୀ ବିଭାଗ
  • ||
  • ଡ. ମୁକେଶ ମହାଲିଙ୍ଗଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ବୈଦ୍ୟୁତିକ ଓ ସୂଚନା ବୈଷୟିକ ବିଭାଗ
  • ||
  • ନିତ୍ୟାନନ୍ଦ ଗଣ୍ଡଙ୍କୁ ସ୍କୁଲ୍ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ପଛୁଆବର୍ଗ କଲ୍ୟାଣ, ସାମାଜିକ କଲ୍ୟାଣ ଓ ସଶକ୍ତିକରଣ
  • ||
  • ସୂର୍ଯ୍ୟବଂଶୀ ସୂରଜଙ୍କୁ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି
  • ||
  • ସୁରେଶ ପୂଜାରୀଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ
  • ||
  • ପ୍ରଭାତୀ ପରିଡ଼ାଙ୍କୁ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ
  • ||
  • ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କୁ କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି
  • ||
  • ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ: ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୃହ, ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ
  • ||
  • ମାଲକାନଗିରି ସୀମାନ୍ତରେ ବଡ ଧରଣର ଅପରେସନ୍, ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୮ ମାଓବାଦୀ ନିହତ
  • ||
  • କଇଁଛ ଚୋରା ଚାଲାଣ ବେଳେ ଚାରି ଜଣକୁ ଧରିଲା ଝରିଗାଁ ବନ ବିଭାଗ।
  • ||
  • ଚିଲିକାରେ ପୁଣି ଫସିଲା ଡଙ୍ଗା, ୧୦ ବାଇକ୍ ସହ ୨୦ରୁ ଅଧିକ ଯାତ୍ରୀ ଥିବା ସୂଚନା
  • ||
  • ରାମମନ୍ଦିରକୁ ବୋମାରେ ଉଡ଼ାଇଦେବାକୁ ଜୈସ୍‌-ଇ-ମହମ୍ମଦ ଧମକ, ଅଯୋଧ୍ୟାରେ ହାଇଆଲର୍ଟ
  • ||
  • କୁଏତରୁ ଓଡ଼ିଶା ଫେରିଲା ୨ଯୁବକଙ୍କ ମୃତଦେହ, ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ଖୋର୍ଦ୍ଧା: ଭାରସାମ୍ୟ ହରାଇ ଓଲଟିଲା ବସ୍, ୪ ଆହତ
  • ||
  • ନିଧି ଫାଇନାନ୍ସ ଠକେଇ ମାମଲା: ତୁଷାର ଭଞ୍ଜଙ୍କ ସରିଲା ରିମାଣ୍ଡ, ଇଓଡବ୍ଲ୍ୟୁ ନିରାଶ
  • ||
  • ରଜ ସଂକ୍ରାନ୍ତିରେ ଘରେ ଘରେ ମଉଜ: ପିଠା ପଣାରେ ମହକୁଛି ଗାଁଠୁ ସହର, ସବୁଠି ଉତ୍ସବ ମୁଖର
  • ||
  • ଓଡ଼ିଶାରେ ଆଗେଇବ ମୌସୁମୀ: ୧୭ରୁ ପ୍ରବଳ ବର୍ଷା ଆଶଙ୍କା, ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଆଜି ଏଲିମିନେଟର ମୁକାବିଲା, ଆରସିବି ବ୍ୟାଟିଂ ବନାମ ରୟାଲ୍ସ ସ୍ପିନ୍‌

ଅହମ୍ମଦାବାଦ, ୨୨/୦୫ : ବୁଧବାର ଖେଳାଯିବ ଆଇପିଏଲ୍‌ର ଏଲିମିନେଟର ମୁକାବିଲା । ସାମ୍ନାସାମ୍ନି ହେବେ ରାଜସ୍ଥାନ ରୟାଲ୍ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଏହି ମ୍ୟାଚ୍‌ର ବିଜେତା ଦ୍ୱିତୀୟ କ୍ୱାଲିଫାୟରକୁ ଯୋଗ୍ୟତା ଅର୍ଜନ କରିବ । ପରାଜିତ ଦଳ ପାଇଁ ଆଉ ଦ୍ୱିତୀୟ ସୁଯୋଗ ନଥିବାରୁ ଆସନ୍ତା କାଲି ଉଭୟ ଦଳ ବିଜୟ ପାଇଁ ସବୁ ଶକ୍ତି ଲଗାଇ ଦେବେ । ଫଳରେ ମ୍ୟାଚ୍‌ଟି ତୀବ୍ର ସଂଘର୍ଷପୂର୍ଣ୍ଣ ରହିବା ନିଶ୍ଚିତ । 

ଏପ୍ରିଲ ୬ ତାରିଖରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ । ରାଜସ୍ଥାନ ରୟାଲ୍ସ ୬ୱିକେଟ୍‌ରେ ଉକ୍ତ ମ୍ୟାଚ୍‌ ଜିତିଥିଲା । ଏହି ମ୍ୟାଚ୍‌ ଅନେକ ସ୍ମରଣୀୟ ଫର୍ଦ୍ଦ ଯୋଡିଥିଲା। ବିରାଟ କୋହଲିଙ୍କ ଶତକ ବଳରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ୩/୧୮୩ ରନ୍‌ ସଂଗ୍ରହ କରିଥିଲା । ଜବାବରେ ଜୋସ ବଟଲର ଶତକୀୟ ପାଳି ଖେଳି ରୟାଲ୍‌ ଚ୍ୟାଲେଞ୍ଜର୍ସ ଠାରୁ ବିଜୟ ଛଡ଼ାଇ ଆଣିଥିଲେ । ୫ଟି ବଲ୍‌ ବାକି ଥାଇ ଦଳ ବିଜୟ ହାସଲ କରିଥିଲା । ଏଥର ରୟାଲ ଚ୍ୟାଲେଞ୍ଜର୍ସ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ପୂର୍ବ ରେକର୍ଡ ରୟାଲ୍‌ ଚ୍ୟାଲେଞ୍ଜର୍ସ ପକ୍ଷରେ ରହିଛି । ଉଭୟ ଦଳ ପରସ୍ପରକୁ ୩୧ଥର ଭେଟିଛନ୍ତି । ଏଥିରୁ ରୟାଲ୍‌ ଚ୍ୟାଲେଞ୍ଜର୍ସ ୧୫ଟି ମ୍ୟାଚ୍‌ ଜିତିଛି ଓ ରାଜସ୍ଥାନ ରୟାଲ୍ସ ୧୩ଟି ମ୍ୟାଚ୍‌ରେ ବିଜୟୀ ହୋଇଛି । ବର୍ତ୍ତମାନ ମଧ୍ୟ ରୟାଲ୍‌ ଚ୍ୟାଲେଞ୍ଜର୍ସ ଚମତ୍କାର ଫର୍ମରେ ରହିଛି । ଭାଗ୍ୟ ଦଳର ସାଥ୍‌ ଦେଉଛି । ପ୍ରଥମ ୮ଟି ମ୍ୟାଚ୍‌ ମଧ୍ୟରୁ ରୟାଲ୍‌ ଚ୍ୟାଲେଞ୍ଜର୍ସ ୭ଟିରେ ପରାଜିତ ହୋଇଥିଲା । ଏହାପରେ ଦଳ କ୍ରମାନ୍ୱୟରେ ୬ଟି ମ୍ୟାଚ୍‌ ଜିତି ପ୍ଲେ-ଅଫ୍‌ରେ ପ୍ରବେଶ କରିଥିଲା । ବର୍ତ୍ତମାନ ଦଳର ପ୍ରତ୍ୟେକ ଖେଳାଳି ଫର୍ମରେ ରହିଛନ୍ତି । ବିରାଟ କୋହଲି ୧୪ଟି ମ୍ୟାଚ୍‌ରୁ ୭୦୮ ରନ୍‌ ସଂଗ୍ରହ କରିସାରିଛନ୍ତି । ଡୁ ପ୍ଲେସି, ରଜତ ପାତିଦାର, କାମରେନ ଗ୍ରୀନ, ଦିନେଶ କାର୍ତ୍ତିକ ପ୍ରମୁଖ ବିସ୍ଫୋରକ ବ୍ୟାଟିଂ ଜାରି ରଖିଛନ୍ତି । 

ବିଶେଷ କରି ବୋଲିଂ ବିଭାଗ ଫର୍ମକୁ ଫେରିଥିବାରୁ ରୟାଲ୍‌ ଚ୍ୟାଲେଞ୍ଜର୍ସ ଶକ୍ତି ବୃଦ୍ଧି ପାଇଛି । ରାଜସ୍ଥାନ ରୟାଲ୍ସର ପ୍ରଦର୍ଶନ ସମ୍ପୂର୍ଣ୍ଣ ଓଲଟା । ପ୍ରଥମ ୯ଟି ମ୍ୟାଚ୍‌ରୁ ରାଜସ୍ଥାନ ରୟାଲ୍ସ ୮ଟି ମ୍ୟାଚ୍‌ ଜିତି ୧୬ ପଏଣ୍ଟ ହାସଲ କରିଥିଲା । ମାତ୍ର ଏହାପରେ ଦଳ କ୍ରମାନ୍ୱୟରେ ୪ଟି ମ୍ୟାଚ୍‌ ପରାଜିତ ହୋଇଥିଲା ଓ ଅନ୍ତିମ ଲିଗ୍‌ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା । ଦଳକୁ ୧୭ ପଏଣ୍ଟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ଆସନ୍ତା କାଲି ଶେଷ ସୁଯୋଗ ରହିଥିବାରୁ ଦଳ ବିଜୟକୁ ଫେରିବା ଜରୁରି । ବଟଲରଙ୍କ ଅନୁପସ୍ଥିତି ଦଳକୁ ପ୍ରଭାବିତ କରିବା ନିଶ୍ଚିତ । ମାତ୍ର ଯୁବ ଓପନର ଯଶସ୍ୱୀ ଜୈସ୍ୱାଲଙ୍କ ଉପରେ ଦଳର ଭାଗ୍ୟ ନିର୍ଭର କରିବ । ଆସନ୍ତା କାଲି ଉଭୟ ଦଳ ଅପରିବର୍ତ୍ତିତ ରହିବା ନିଶ୍ଚିତ । ସିମରନ ହେତମାୟର ଫିଟ୍‌ ଘୋଷିତ ହୋଇଛନ୍ତି । ମାତ୍ର ତାଙ୍କୁ ଇମ୍ପାକ୍ଟ ପ୍ଲେୟାର ଭାବେ ରାଜସ୍ଥାନ ରୟାଲ୍ସ ସୁଯୋଗ ଦେଇପାରେ । ଏଲିମିନେଟର ମୁକାବିଲା ପାଇଁ ପ୍ରସ୍ତୁତ ପିଚ୍‌ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ଗ୍ରୀଷ୍ମ ପ୍ରବାହ ଯୋଗୁଁ ପିଚ୍‌ ଶୁଷ୍କ ରହିବା ସ୍ୱାଭାବିକ । ଫଳରେ ପିଚ୍‌ରୁ ସ୍ପିନରମାନେ ଯଥେଷ୍ଟ ଫାଇଦା ଉଠାଇ ପାରିବେ । ରାତ୍ରିରେ ମ୍ୟାଚ୍‌ ରହିଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ନିଶ୍ଚିତ । ଆସନ୍ତା କାଲି କୋହଲି ଓ ରାଜସ୍ଥାନ ରୟାଲ୍ସର ଦୁଇ ସ୍ପିନର ରବି ଅଶ୍ୱିନ ଓ ୟୁଝବେନ୍ଦ୍ର ଚହଲଙ୍କ ମଧ୍ୟରେ ଜୋରଦାର ଲଢେଇ ଦେଖିବାକୁ ମିଳିବ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.