ପ୍ରମୂଖ ଖବର
  • ଭୁବନେଶ୍ୱର : ସହୀଦ ରାଜକିଶୋର ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
  • ||
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ସାଂସଦଙ୍କ ତିନି ନୂଆ ପ୍ରତିନିଧି ନିଯୁକ୍ତ

Published By : Prameya | March 29, 2025 12:45 AM

ଜଗତସିଂହପୁର/ନାଉଗାଁ,୨୮/୩ : ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ନାଉଗାଁ, ଜଗତସିଂହପୁର ବ୍ଲକ ସହ ଜଗତସିଂହପୁର ପୌର ପରିଷଦ କ୍ଷେତ୍ରରେ ସାଂସଦ ବିଭୁ ପ୍ରସାଦ ତରାଇ ନିଜର ପ୍ରତିନିଧିଙ୍କୁ ମନୋନୀତ କରିଛନ୍ତି। ନାଉଗାଁ ବ୍ଲକ ନିମନ୍ତେ ନନ୍ଦିଗ୍ରାମର ଲଲାଟେନ୍ଦୁ ପରିଡ଼ା, ଜଗତସିଂହପୁର ବ୍ଲକ ପାଇଁ କେନ୍ଦାଳ ଗ୍ରାମର ଶିଶିର ପାତ୍ର ଓ ଜଗତସିଂହପୁର ପୌର ପରିଷଦ କ୍ଷେତ୍ରରେ ସାଂସଦଙ୍କ ପ୍ରତିନିଧି ଭାବେ ଚୟନ ହୋଇଛନ୍ତି ଦେଭୋଗର ସମୀର ରଞ୍ଜନ ନାୟକ। ଉକ୍ତ ନିଯୁକ୍ତି ସଂକ୍ରାନ୍ତରେ ସାଂସଦଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ଅବଗତ କରି ଦିଆଯାଇଛି। ନୂତନ ଦାୟିତ୍ୱ ପ୍ରଦାନ ହେତୁ ନୂତନ ପ୍ରତିନିଧି ମାନେ ସାଂସଦ ଶ୍ରୀ ତରାଇ, ରାଜ୍ୟ ସଭାପତି ମନମୋହନ ସାମଲ, ଜିଲ୍ଲା ସଭାପତି ପ୍ରତାପ ମିଶ୍ର ଓ ସତ୍ୟବ୍ରତ ମହାପାତ୍ରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଜିଲ୍ଲା ଉପ ସଭାପତି ସୌଭାଗ୍ୟ ମହାନ୍ତି, କଳ୍ପନା ମହାନ୍ତି ସର୍ଜନ ସିଂହ, ମୋହିତ ମହାନ୍ତି, ମିଡିଆ ସେଲ୍‌ ଅଧ୍ୟକ୍ଷ ଗଣେଶ ପ୍ରସାଦ ମହାନ୍ତି, ପୌର ଉପାଧ୍ୟକ୍ଷ ରାଜେନ୍ଦ୍ର କୁମାର ବିଶୋଇ, ମହିଳା ମୋର୍ଚ୍ଚା ସଭାନେତ୍ରୀ କ୍ରୀଷ୍ଣା ମହାନ୍ତି, ସ୍ୱସ୍ତିମୟୀ ରାୟ, କାଳନ୍ଦୀ ବେହେରା, ଅକ୍ଷୟ ପାତ୍ର, ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ରଞ୍ଜିତ ମହାନ୍ତି, ସତ୍ୟଜିତ୍‌ ମହାନ୍ତି, ରାଜ ନାରାୟଣ ସାହୁ, ପ୍ରଜ୍ଞା ପ୍ରଣବ ଆଚାର୍ଯ୍ୟ, ଲିଙ୍ଗରାଜ ଲେଙ୍କା, ଚିତ୍ତ ରଞ୍ଜନ ପଣ୍ଡା, ପ୍ରମୋଦ ରଥ ପ୍ରମୁଖ ନୂତନ ପ୍ରତିନିଧି ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.