ପ୍ରମୂଖ ଖବର
  • କୁମ୍ଭମେଳା ଦେଖି ଫେରୁଥିବାବେଳେ କାର-ଟ୍ରକ୍ ଧକ୍କା, ୬ ଜଣଙ୍କର ଚାଲିଗଲା ଜୀବନ
  • ||
  • ବିଧାନସଭାରେ କିଟ୍ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗ : ଘୁଞ୍ଚିବ ସେମିଷ୍ଟର ପରୀକ୍ଷା, ଛାତ୍ରଛାତ୍ରୀଙ୍କ ଗସ୍ତ ଖର୍ଚ୍ଚ ବହନ କରିବେ ସରକାର
  • ||
  • କନ୍ଧମାଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ଭୁବନେଶ୍ଵରରେ ପ୍ରଥମ କରି ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା, ୩୦୦ରୁ ଅଧିକ ଷ୍ଟଲରେ ହେବ ବିକାକିଣା
  • ||
  • ଜୟପୁର : ବେଆଇନ ମାଟି ଇଟା ଭାଟି ଉପରେ କାର୍ଯ୍ୟାନୁଷ୍ଠାନ, ଏକାଧିକ ଇଟା ଭାଟି ଭାଙ୍ଗିଲା ଜିଲ୍ଲା ପ୍ରଶାସନ
  • ||
  • ଭୁବନେଶ୍ୱର : ଗ୍ରୀନ୍‌ ଟ୍ରେଣ୍ଡ୍‌ସ ପାର୍ଲରରେ ଅଗ୍ନିକାଣ୍ଡ, ନିଆଁ ଲାଗି ଲକ୍ଷାଧିକ ଟଙ୍କାର ପାର୍ଲର ସାମଗ୍ରୀ ପାଉଁଶ
  • ||
  • ବାଲେଶ୍ୱର : ବେଆଇନ୍ ବାଲି ଚାଲାଣ ବେଳେ ଚଢାଉ, ୮୦ରୁ ଉର୍ଦ୍ଧ୍ୱ ହାଇୱା ଜବତ
  • ||
  • କଟକ : ଶତାଧିକ ଲିଟର କଫ୍‌ ସିରପ୍‌ ଜବତ, ଜଣେ ଗିରଫ
  • ||
  • ଖାକିରେ କଳଙ୍କ: ସାହାଯ୍ୟ କରିବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଏଏସ୍‌ଆଇ ଗିରଫ
  • ||
  • କେନ୍ଦ୍ରାପଡ଼ା : ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ନେଇ ଯିବାବେଳେ ଓଲଟିଲା ବୋଲେରୋ, ୧୧ ଆହତ
  • ||
  • ବାଲିପାଟଣା: ପ୍ରେମିକ ଘର ଆଗରେ ଫିନାଇଲ୍ ପିଇଦେଲା ପ୍ରେମିକା, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଚାମ୍ପିଅନ୍ସ ଟ୍ରଫି ୨୦୨୫: ଆଜି ଆଫଗାନିସ୍ତାନକୁ ଭେଟିବ ଦକ୍ଷିଣ ଆଫ୍ରିକା, ଦେଖିବାକୁ ମିଳିବ କଡ଼ା ଟକ୍କର
  • ||
  • ବାଲେଶ୍ୱର : ଅଧାରେ ରହିଗଲା ଭବିଷ୍ୟତ: ବାହାରୁଥିଲେ ପରୀକ୍ଷା ସେଣ୍ଟର, ହଠାତ୍ ଟଳି ପଡ଼ିଲେ ଛାତ୍ର
  • ||
  • ଭୂକମ୍ପ ଝଟକାରେ ଥରିଲା ଆଣ୍ଡାମାନ ଏବଂ ନିକୋବର ଦ୍ବୀପ, ରେକ୍ଟର ସ୍କେଲରେ ୫.୨ ତୀବ୍ରତା ରେକର୍ଡ
  • ||
  • ଶ୍ରୀଜିଉଙ୍କ ନିକଟର ଲାଗି ହେଲା 'ଅମୃତ ଅନ୍ନ', ୫ ପ୍ରକାର ଜୈବିକ ଚାଉଳ ପ୍ରସ୍ତୁତ
  • ||
  • ଦୁର୍ଗାପୁର ଏକ୍ସପ୍ରେସୱେରେ ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କର କାର୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଦାଦା
  • ||
  • ରାଜ୍ୟରେ ଆଜିଠୁ ମାଟ୍ରିକ୍‌ ପରୀକ୍ଷା, ପରୀକ୍ଷାର୍ଥୀଙ୍କୁ ସ୍ମାର୍ଟ ୱାଚ୍‌ ମନା, କପି ରୋକିବାକୁ ୪ ସ୍ତରୀୟ ସ୍ବାର୍ଡ ବ୍ୟବସ୍ଥା
  • ||
  • ରାଜ୍ୟରେ ଆସନ୍ତା ୨୪ ଯାଏ ବର୍ଷା ସମ୍ଭାବନା, ପବନ ଏବଂ କୁଆପଥର ମାଡ଼ ନେଇ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଗଭୀର ସମୁଦ୍ରରେ ବୁଲୁଛି ଚୀନ୍ ସେନାର ୩ ଯୁଦ୍ଧଜାହାଜ, କଡା ନଜର ରଖିଛନ୍ତି ଏହି ଦୁଇ ଦେଶ…

Published By : Prameya | February 20, 2025 8:06 PM

ନୂଆଦିଲ୍ଲୀ: ଲମ୍ବା ସମୟ ଧରି ଚୀନ୍ ସମୁଦ୍ରରେ ଏହାର ପ୍ରଭାବ ବିସ୍ତାର କରିବାରେ ଲାଗିଛି । ଆଉ ଏବେ ଏହାର ତିନୋଟି ଯୁଦ୍ଧ ଜାହାଜକୁ ସମୁଦ୍ରରେ ଚକ୍କର କାଟିବାକୁ ପଠାଇଛି । ଚୀନ୍‌ର ଏପରି ହରକତ୍ ପାଇଁ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ସତର୍କତା ଅବଲମ୍ବନ କରିଛନ୍ତି। ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ଏହାର ପୂର୍ବତଟ ପାଖରେ ଅନ୍ତରାଷ୍ଟ୍ରୀୟ ଜଳକ୍ଷେତ୍ରରେ ଦେଖାଯାଉଥିବା ଚୀନ୍ ନୌସେନାର ତିନୋଟି ଯୁଦ୍ଧଜାହାଜର ଅସାମାନ୍ୟ ବ୍ୟବହାର ଉପରେ କଡା ନଜର ରଖିଛନ୍ତି। ଉଭୟ ଦେଶର ରକ୍ଷାମନ୍ତ୍ରୀ ଏହି ଘଟଣା ଉପରେ ବୟାନ ଜାରି ରଖିଛନ୍ତି । 

ଗତ ସପ୍ତାହରେ ଅଷ୍ଟ୍ରେଲିଆର ମୁଖ୍ୟଭୁମି ଉପକୁଳରେ ଗୋଟିଏ ଫ୍ରିଗେଟ, ଗୋଟିଏ କ୍ରୁଜର ଏବଂ ଗୋଟିଏ ଯୋଗାଣ ଟ୍ୟାଙ୍କରକୁ ଦେଖିବାକୁ ମିଳିଥିଲା। ଏହି ଯୁଦ୍ଧ ଜାହାଜ ଗୁଡିକ ଏବେ ପୂର୍ବ ଉପକୂଳ ସହ ଭିତର ଆଡକୁ ଗତି କରୁଛି ଏବଂ ରିପୋର୍ଟ ଅନୁସାରେ ଏହା ସିଡନୀ ଠାରୁ ୧୫୦ ସମୁଦ୍ର ମାଇଲ୍ (୨୭୮ କିମି) ପୂର୍ବରେ ରହିଛି। 

ଅଷ୍ଟ୍ରେଲିଆର ରକ୍ଷାମନ୍ତ୍ରୀ ରିଚର୍ଡ ମାର୍ଲସ କହିଛନ୍ତି ଯେ, ଆମେ ଏହା ଉପରେ କଡା ନଜର ରଖିଛୁ ଏବଂ ଏହାର ପ୍ରତିଟି ଗତିବିଧି ଉପରେ ତଦାରଖ କରୁଛୁ । ସେ ଏହା ବି ସ୍ପଷ୍ଟ କରିଛନ୍ତି ଯେ,ଏହି ଯୁଦ୍ଧ ଜାହାଜ ଗୁଡିକ କୌଣସି ପ୍ରକାରେ ବିପଦପୂର୍ଣ୍ଣ ନୁହଁନ୍ତି ଏବଂ ଅନ୍ତର୍ଜାତୀୟ ଆଇନ୍ ଆଧାରରେ ଜଳକ୍ଷେତ୍ରରେ ଗତିବିଧି ଜାରି ରଖିଛି। 

ସେହିପରି ନ୍ୟୁଜିଲ୍ୟାଣ୍ଡର ରକ୍ଷାମନ୍ତ୍ରୀ ଜୁଡିଥ୍ କୋଲିନ୍ସ କହିଛନ୍ତି ଯେ, ତାଙ୍କ ଦେଶର ସେନା ଏହି ଯୁଦ୍ଧ ଜାହାଜ ଗୁଡିକ ଉପରେ କଡା ନଜର ରଖିଛନ୍ତି । ତେବେ ଚୀନ୍ ସରକାର ଆମକୁ ଏହା ଉପରେ କୌଣସି ସୂଚନା ଦେଇ ନାହାନ୍ତି। 

   

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.