ନୂଆଦିଲ୍ଲୀ ୨୧/୦୨: ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି)ର ବୈଠକରେ ପାକିସ୍ତାନକୁ ଜୋରଦାର ଝଟକା ଲାଗିଛି । ବୈଠକରେ ପାକ୍ କାଶ୍ମୀର ପ୍ରସଙ୍ଗ ଉଠାଇ ହଟହଟା ହୋଇଛି । ଆମେରିକା, ଇରାନ, ଭାରତ, ବ୍ରିଟେନ୍ ଓ ଜର୍ମାନୀ ଭଳି ରାଷ୍ଟ୍ର ଏହାକୁ ତୀବ୍ର ସମାଲୋଚନା କରିବା ସହ ଏହାକୁ ବିଶ୍ୱ ଆତଙ୍କବାଦର କେନ୍ଦ୍ରସ୍ଥଳ ବିବେଚନା କରିଛନ୍ତି ।
ବୁଧବାର ନ୍ୟୁୟର୍କରେ ଅନୁଷ୍ଠିତ ଜାତିସଂଘ ସାଧାରଣ ସଭାର ୭୯ତମ ଅଧିବେଶନରେ ପାକିସ୍ତାନର ଉପ ପ୍ରଧାନମନ୍ତ୍ରୀ ତଥା ବିଦେଶ ମନ୍ତ୍ରୀ ମହମ୍ମଦ ଇଶାକ୍ ଦାର୍ ୨୦ ମିନିଟରୁ ଅଧିକ ସମୟ ଧରି ଭାଷଣ ଦେଇଥିଲେ । ଏଥିରେ ସେ ଜମ୍ମୁ-କାଶ୍ମୀର ପ୍ରସଙ୍ଗ ଉଠାଇବା ସହ ଧାରା ୩୭୦କୁ ପୁନର୍ବାର ଲାଗୁ କରାଯିବା ଆବଶ୍ୟକ ବୋଲି ଦାବି କରିଥିଲେ । ଏହାକୁ ନେଇ ଭାରତ କଡ଼ା ପ୍ରତିକ୍ରିୟା ରଖିଥିଲା । ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପି ହରିଶ ପାକିସ୍ତାନକୁ ବିଶ୍ୱ ଆତଙ୍କବାଦର କେନ୍ଦ୍ରସ୍ଥଳ କହିବା ସହ ଏହା ସୀମାପାର ଆତଙ୍କବାଦରେ ସବୁବେଳେ ଜଡ଼ିତ ରହୁଥିବା କହିଥିଲେ ।
ଏମିତି କି ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ଏହା ଭୁଲ ତଥ୍ୟ ଦେଇ ବିଶ୍ୱକୁ ଭୁଆଁ ବୁଲାଉଥିବା ବି ସେ ଅଭିଯୋଗ କରିଥିଲେ । ସେହିଭଳି ଆମେରିକା, ଇରାନ, ଜର୍ମାନୀ, ଫ୍ରାନ୍ସ ଓ ବ୍ରିଟେନ୍ ଭଳି ଦେଶ ପାକିସ୍ତାନ ବିରୋଧରେ ଆତଙ୍କବାଦକୁ ସମର୍ଥନ ଦେବା ଓ ଆଞ୍ଚଳିକ ସ୍ଥିରତାକୁ ବିପଦରେ ପକାଉଥିବା ଅଭିଯୋଗ କରିଥିଲେ । ଫଳରେ ପାକ୍ ବିଦେଶ ମନ୍ତ୍ରୀଙ୍କୁ ବୈଠକରେ ହଟହଟା ହେବାକୁ ପଡ଼ିଥଲା।