ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

G20 ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଚୀନ୍ ପ୍ରତିପକ୍ଷଙ୍କୁ ଭେଟିଲେ ଭାରତୀୟ ବୈଦେଶିକ ମନ୍ତ୍ରୀ, ଏହି ସବୁ ପ୍ରସଙ୍ଗରେ ହେଲା ଆଲୋଚନା…

Published By : Prameya | February 21, 2025 5:57 PM

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆଜି (ଶୁକ୍ରବାର) ଜୋହାନ୍ସବର୍ଗରେ ତାଙ୍କର ଚୀନ୍ ପ୍ରତିପକ୍ଷ ୱାଙ୍ଗ ୟିଙ୍କୁ ଭେଟିଛନ୍ତି। ଏହି ବୈଠକ G20 ବୈଦେଶିକ ମନ୍ତ୍ରୀଙ୍କ ବୈଠକ ସମୟରେ ହୋଇଥିଲା। ଦକ୍ଷିଣ ଆଫ୍ରିକା ବର୍ତ୍ତମାନ G20 ବୈଠକର ଆୟୋଜନ କରୁଛି।

ସୂଚନାଥାଉକି ଜୟଶଙ୍କର G20 ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେବା ପାଇଁ ଦୁଇ ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି। ଏହି ସମୟରେ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ 'X'ରେ ୱାଙ୍ଗ ୟିଙ୍କ ସହ ତାଙ୍କ ସାକ୍ଷାତର ଫଟୋ ସେୟାର କରିଛନ୍ତି ଏବଂ ଲେଖିଛନ୍ତି,'ଆଜି ସକାଳେ, ଜୋହାନ୍ସବର୍ଗରେ G20 ବୈଦେଶିକ ମନ୍ତ୍ରୀଙ୍କ ବୈଠକ ସମୟରେ, ମୋତେ ଚୀନ୍ କମ୍ୟୁନିଷ୍ଟ ପାର୍ଟି (ସିପିସି)ର ପଲିଟବ୍ୟୁରୋ ସଦସ୍ୟ ଏବଂ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ଭେଟିବାର ସୁଯୋଗ ମିଳିଥିଲା।'

ଏହି ବୈଠକ ଏପରି ଏକ ସମୟରେ ହୋଇଛି ଯେତେବେଳେ କି, ଭାରତ ଏବଂ ଚୀନ୍ ମଧ୍ୟରେ ଦ୍ୱିପାକ୍ଷିକ ପ୍ରସଙ୍ଗ ଏବଂ ଆଞ୍ଚଳିକ ଚ୍ୟାଲେଞ୍ଜର ସମାଧାନ ପାଇଁ କୂଟନୈତିକ ପ୍ରୟାସ ଚାଲିଛି। ପୂର୍ବରୁ ଗୁରୁବାର ଦିନ G20 ଅଧିବେଶନରେ 'ବିଶ୍ୱ ଭୂରାଜନୈତିକ ପରିସ୍ଥିତି' ଉପରେ ଆଲୋଚନା କରିବା ସମୟରେ, ଜୟଶଙ୍କର କହିଥିଲେ ଯେ G20 ବିଶ୍ୱକୁ ବହୁ-ଧ୍ରୁବୀୟତା ଆଡ଼କୁ ଗତି କରିବାର ପ୍ରତୀକ। ସେ ଏହା ମଧ୍ୟ କହିଥିଲେ ଯେ, ବିଶ୍ୱ ଭୂରାଜନୈତିକ ପରିସ୍ଥିତି ଯେକୌଣସି ପରିଭାଷା ଅନୁସାରେ କଷ୍ଟକର। ଏଥିରେ କୋରୋନା ମହାମାରୀ, ଯୁଦ୍ଧ ପରିସ୍ଥିତି, ଆର୍ଥିକ ଚାପ, ଖାଦ୍ୟ ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନ ଭଳି ଅନେକ ସମସ୍ୟା ଅନ୍ତର୍ଭୁକ୍ତ।

G20 ବିଶ୍ୱର ଉଦୀୟମାନ ଅର୍ଥନୀତି ପାଇଁ ଏକ ପ୍ରମୁଖ ମଞ୍ଚ। ଏହା ବିଶ୍ୱ ଅର୍ଥନୀତିର ସାମ୍ପ୍ରତିକ ଚ୍ୟାଲେଞ୍ଜର ମୁକାବିଲା କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.