ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

Trump: ଟ୍ରମ୍ପଙ୍କ ବିବାଦିୟ ବୟାନ ପରେ ତେଜିଲା ରାଜନୌତିକ ବିବାଦ; ଚିନ୍ତା ପ୍ରକଟ କଲେ କେନ୍ଦ୍ର ସରକାର

Published By : Bijay Swain | February 21, 2025 6:22 PM

Image courtesy: indiatoday

ନୂଆଦିଲ୍ଲୀ: ଭାରତର ହେଉଥିବା ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଆମେରିକା ପାଣ୍ଠି ଯୋଗାଉଛି। ୟୁନାଇଟେଡ ଷ୍ଟେଟ ଏଜେନ୍ସି ଫର ଇଣ୍ଟରନେସନାଲ ଡେଭଲଭମେଣ୍ଟ(ଯୁଏସଏଆଇଡି) ଭାରତକୁ ଏନେଇ ୨୧ ମିଲିୟନ ଆମେରିକୀୟ ଡଲାର ଦେଇଛି ବୋଲି ଟ୍ରମ୍ପ ବୟାନ ଦେବା ପରେ ଭାରତରେ ରାଜନୌତିକ ବିବାଦ ଆରମ୍ଭ ହୋଇଯାଇଛି। 

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୁଆଲ ସପ୍ତାହିକ ସମ୍ୱାଦିକ ସମ୍ମିଳନିରେ ଯୋଗଦେଇ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ଏହା ସହ ଏହି ମାମଲାରେ ବିଚାର ସମ୍ପୃକ୍ତ କତ୍ତୃପକ୍ଷଙ୍କ ଦ୍ୱାରା କରାଯିବ ବୋଲି  ସେ ମତ୍ତ ପ୍ରକାଶ କରିଛନ୍ତି। 

“ଆମେରିକା ପ୍ରଶାସନ ଦ୍ୱାରା ଆମକୁ ବିଭିନ୍ନ ଆମେରିକୀୟ କାର୍ଯ୍ୟକଳାପ ଓ ପାଣ୍ଠି ସମ୍ପର୍କରେ ସୂଚନା ମିଳିଛି। ଏହ ମାମଲା ଏକ ଚିନ୍ତାଜନକ ବିଷୟ। ଭାରତର ଅନ୍ତରୀଣ ମାମଲାରେ କୌଣସି ବିଦେଶୀ ରାଷ୍ଟ୍ରର ମୁଣ୍ଡ ପୁରାଇ ପାରିବେ ନାହିଁ। ଏନେଇ ସମ୍ପୃକ୍ତ ବିଭାଗ ଓ ଏଜେନ୍ସି ଗୁଡିକ ଏହି ମାମଲାର ଅନୁଧ୍ୟାନ କରିବେ। ସରକାର ମଧ୍ୟ ଏହି ମାମଲାକୁ ଗୁରୁତ୍ତ୍ୱର ସହ ନେଇଛନ୍ତି। କିନ୍ତୁ କିଛି ନିସ୍କର୍ଷ ବାହାରିବା ଆଗରୁ ଜନସାଧାରଣରେ ଏକଥା ପ୍ରକାଶ କରିବା ଠିକ ହେବ ନାହିଁ। ବହୁ ଜଲଦି ଏନେଇ ସଠିକ ଖବର ମିଳିବ” ବୋଲି ସେ କହିଛନ୍ତି। 

ଗତ ସପ୍ତାହରେ ଆମେରିକିୟ ରାଷ୍ଟ୍ରପତି ଟ୍ରମ୍ପ ମିଆମିରେ ଆୟୋଜିତ ହୋଇଥିବା ଏକ ବୈଠକରେ ଯୋଗ ଦେଇଥିଲେ। ଜୋ ବାଇଡେନଙ୍କ ଶାସନ ସମୟରେ ଭାରତର ହୋଇଥିବା ୨୦୨୪ ଲୋକସଭା ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଏହି ଯୁଏସଏଆଇଡି ପାଣ୍ଠି ଯୋଗାଯାଇଥିଲା। ଯାହା ଉପରେ ମୁଁ ରହିତାଦେଶ ଲଗାଉଛି ବୋଲି ଟ୍ରମ୍ପ କହିଥିଲେ। 

ଟ୍ରମ୍ପଙ୍କ ଏହି ବୟାନ ପରେ ଭାରତରେ ରାଜନୈତିକ ବିବାଦ ଆରମ୍ଭ ହୋଇଯାଇଛି। ଏନେଇ ବିଜେପି ସିଧାସଳଖ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛି। ରାହୁଲ ବିଦେଶି ଶକ୍ତିର ସହାୟତାରେ ଭାରତରେ ଶାସନ କରିବାକୁ ଚାହୁଁଥିଲେ ବୋଲି ବିଜେପି ଆରୋପ ଲଗାଇଛି। ଏହା ସହ ବିଜେପି ରାହୁଲ ଗାନ୍ଧୀଙ୍କୁ ଦେଶଦ୍ରୋହୀ ବୋଲି ମଧ୍ୟ କହିଛି।

ଅନ୍ୟପଟେ କଂଗ୍ରେସ ବିଜେପିକୁ କ୍ଷମାପାର୍ଥନା କରିବାକୁ କହିଛି। ଏହା ସହ ଦେଶରେ ନିଜର ଶାସନ ଜାରି ରଖିବା ପାଇଁ ବିଜେପି ବିଦେଶୀ ପାଣ୍ଠିକୁ କେଉଁଠି ବ୍ୟବହାର କରିଛି ବୋଲି ସମସ୍ତକୁ ଜଣାଉ ବୋଲି କଂଗ୍ରେସ କହିଛି। ସେହିପରି କେନ୍ଦ୍ର ସରକାର ଯୁଏସଏଆଇଡି ପାଣ୍ଠି ଏବଂ ଭାରତରେ କାର୍ଯ୍ୟ କରୁଥିବା ସମାନ ସଂସ୍ଥାଗୁଡ଼ିକରୁ ଆର୍ଥିକ ଯୋଗଦାନର ବିସ୍ତୃତ ବିବରଣୀ ପ୍ରଦାନ କରି ଏକ ଶ୍ୱେତପତ୍ର ପ୍ରକାଶ କରିବାକୁ କଂଗ୍ରେସ ଦାବି କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.