ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

Netanyahu warns Hamas: ଭୁଲ୍‌ କରିଦେଲା ହମାସ, ଜୋରଦାର ଆକ୍ରମଣ କରିବ ଇସ୍ରାଏଲ୍‌ !

Published By : Tapas Panda | February 21, 2025 4:29 PM

Image Courtesy: aa.com.tr

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ବିରତି ନେଇ ଚୁକ୍ତି ହେବା ପରେ ମଧ୍ୟପ୍ରାଚ୍ୟରେ ଏକପ୍ରକାର ଅଶାନ୍ତି ଥମିଥିଲା । କିନ୍ତୁ ଏବେ ହମାସର ଗୋଟିଏ ଭୁଲ ପାଇଁ ପୁଣି ଥରେ ଯୁଦ୍ଧର ତୀବ୍ରତା ବଢ଼ିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଗୁରୁବାର ହମାସ ଯେଉଁ ୩ ପଣବନ୍ଦୀଙ୍କ ମୃତଦେହ ହସ୍ତାନ୍ତର କରିଥିଲା ସେଥିମଧ୍ୟରେ ଜଣେ ଗାଜା ମହିଳାଙ୍କ ମରଶରୀର ଥିବା ନେଇ ଦାବି ହୋଇଛି । 

ଇସ୍ରାଏଲୀ ବନ୍ଧକ ଏବଂ ଦୁଇ ପିଲାର ମା’ ଶିରି ବିବାସଙ୍କର ମୃତଦେହ ବଦଳରେ ହମାସ ଆତଙ୍କବାଦୀ ଗାଜାର ଜଣେ ମହିଳାଙ୍କ ମୃତଦେହ ଦେଇଛନ୍ତି ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଦାବି କରିଛନ୍ତି । ଏହାର ଭୟଙ୍କର ପରିଣାମ ହମାସକୁ ଭୋଗିବାକୁ ପଡ଼ିବ ବୋଲି ସେ ଚେତାବନୀ ମଧ୍ୟ ଦେଇଛନ୍ତି । 

ହମାସର ଭୁଲ ହସ୍ତାନ୍ତରକୁ ଅସ୍ତ୍ରବିରତି ଚୁକ୍ତିନାମାର ଉଲ୍ଲଂଘନ ଭାବରେ ସମାଲୋଚନା କରି ନେତାନ୍ୟାହୁ ଚେତାବନୀ ଦେଇଛନ୍ତି ଯେ, ହମାସ ଏହି କାର୍ଯ୍ୟର ସମ୍ପୂର୍ଣ୍ଣ ମୂଲ୍ୟ ଦେବ । ଆମେ ଆମର ସମସ୍ତ ବନ୍ଧକଙ୍କୁ  (ଜୀବିତ ଏବଂ ମୃତ) ଘରକୁ ଆଣିବା ପାଇଁ ଦୃଢ଼ ସଂକଳ୍ପ ସହିତ କାର୍ଯ୍ୟ କରିବୁ । 

ଗୁରୁବାର ହମାସ ୩ଟି ମୃତଦେହ ଫେରାଇ ଦେଇଥିବା ଦାବି କରିଛି । ଯେଉଁଥିରେ ଜଣେ ମା ଏବଂ ତାଙ୍କ ଦୁଇ ପିଲା ସାମିଲ ଥିଲେ । ଉଲ୍ଲେଖଯୋଗ୍ୟ, ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ ଅନୁସାରେ, ଦୁଇ ପୁଅ ଏରିଏଲ୍ ଏବଂ କଫିର୍ ବିବାସଙ୍କ ମୃତଦେହକୁ ଚିହ୍ନଟ କରାଯାଇଛି । କିନ୍ତୁ ତୃତୀୟ ମୃତଦେହ ସେମାନଙ୍କ ମା’ କିମ୍ବା ଅନ୍ୟ କୌଣସି ବନ୍ଧକଙ୍କର ନୁହେଁ । 

ସେପଟେ ମୃତ ବନ୍ଧକଙ୍କ ବଳିଦାନକୁ ମନେପକାଇ ନେତାନ୍ୟାହୁ କହିଛନ୍ତି, ‘ଏରିଏଲ୍ ଏବଂ କଫିର୍ ବିବାସଙ୍କ ପବିତ୍ର ସ୍ମୃତି ସବୁଦିନ ପାଇଁ ଜାତିର ହୃଦୟରେ ଲିପିବଦ୍ଧ ହୋଇ ରହିବ । ଇଶ୍ବର ସେମାନଙ୍କ ହତ୍ୟାର ପ୍ରତିଶୋଧ ନିଅନ୍ତୁ। ଆମେ ମଧ୍ୟ ପ୍ରତିଶୋଧ ନେବୁ ।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.